ଆପଣଙ୍କ ହାତ-ପାଦ ଥରୁଛି କି ? ଜାଣନ୍ତୁ ଏହା ପଛର କାରଣ
ଲୋକଙ୍କୁ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ସେଥି ମଧ୍ୟରୁ ହାତ-ପାଦ ଥରିବା ମଧ୍ୟ ଏକ ସମସ୍ୟା । ପ୍ରାୟତଃ ଖାଦ୍ୟ ଖାଉଥିବା ସମୟରେ ବା ଅନ୍ୟ କୌଣସି କାମ କରୁଥିବା ସମୟରେ ଲୋକଙ୍କ ହାତ ଥରିଥାଏ । ଯାହାକୁ ସେମାନେ ଦୁର୍ବଳତା କାରଣରୁ ହୋଇଥାଇପାରେ ବୋଲି ଭାବି ଅଣଦେଖା କରିଥାନ୍ତି । କିନ୍ତୁ, ଏହା କୌଣସି ଅନ୍ୟ ସମସ୍ୟା ବି ହୋଇଥାଇପାରେ । ଯଦି ଆପଣଙ୍କୁ ଏହି ସମସ୍ୟା ବାରମ୍ବାର ହେଉଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ କାରଣରୁ ହାତ-ପାଦ ଥରିଥାଏ ।
ଥାଇରଏଡ୍ ବଢିବା :
ବେକର ମଧ୍ୟ ଭାଗରେ ଏକ ଛୋଟ ଗ୍ରନ୍ଥି ରହିଛି ଯାହାକୁ ଥାଇରଏଡ୍ କୁହାଯାଏ । ଯେତେବେଳେ ତାହା ବଢିଯାଏ ହୃତପିଣ୍ଡର ସ୍ପନ୍ଦନ ମଧ୍ୟ ବଢି ଯାଇଥାଏ । ଏଥିସହିତ ଆପଣଙ୍କ ଓଜନ ମଧ୍ୟ ହ୍ରାସ ପାଇଥାଏ ଏବଂ ହାତ ଥରିଥାଏ । ଏଥିପାଇଁ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।
ଚିନ୍ତା ମଧ୍ୟ ଏକ କାରଣ :
ଶରୀରରେ କୋର୍ଟିସୋଲ୍ ହର୍ମୋନର ଲେବଲ ଖରାପ ହେବା କାରଣରୁ ଚିନ୍ତା ବଢିଥାଏ । ଏହି କାରଣରୁ ଶରୀରର ରକ୍ତ ସଞ୍ଚାଳନରେ ଅସୁବିଧା ଦେଖାଯାଏ ଯାହା କାରଣରୁ ହାତ-ପାଦ ଥରିବା ଆରମ୍ଭ ହୋଇଥାଏ । ଏହି ସମସ୍ୟାରୁ ବଞ୍ଚିବା ପାଇଁ ଅନିଦ୍ରା ହୁଅନ୍ତୁ ନାହିଁ ଏବଂ ଚିନ୍ତା ଦୂରକରିବା ପାଇଁ ବ୍ୟାୟାମର ସାହାଯ୍ୟ ନିଅନ୍ତୁ ।
ଚା’-କଫିର ଅଭ୍ୟାସ :
ଅତ୍ୟଧିକ ମାତ୍ରାର ଚା’ କିମ୍ବା କଫି ସେବନ କରିବା ଦ୍ୱାରା ହାତ-ପାଦ ଥରିଥାଏ । ଏହାଦ୍ୱାରା ହାତ ଥରିବା ସହ ଅନିଦ୍ରା, ଚିନ୍ତା, ହୃତପିଣ୍ଡ ସ୍ପନ୍ଦନ ବଢିବା ଭଳି ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ସେଥିଲାଗି ଗୋଟିଏ ଦିନରେ କେବଳ ୪୦୦ ମିଲିଗ୍ରାମ୍ କାଫିନର ସେବନ କରନ୍ତୁ କିମ୍ବା ଚା’ ଏବଂ କଫିର ଅଭ୍ୟାସ କମ୍ କରନ୍ତୁ ।
ଔଷଧର ପାର୍ଶ୍ବ ପ୍ରତିକ୍ରିୟା :
ଏହି ସମସ୍ୟାର ଅନ୍ୟ ଏକ କାରଣ ଔଷଧର ପାର୍ଶ୍ବ ପ୍ରତିକ୍ରିୟା କାରଣରୁ ମଧ୍ୟ ହୋଇଥାଇପାରେ । ସେଥି ମଧ୍ୟରୁ ବ୍ଲଡ୍ ପ୍ରେସର, ଆଣ୍ଟିଡିପ୍ରେସନ୍, ଶ୍ବାସ ରୋଗ ଭଳି ଔଷଧର ସେବନ କାରଣରୁ ହାତ ଥରିବାର କାରଣ ହୋଇଥାଏ । ଯଦି ଆପଣଙ୍କୁ ଏମିତି ଅନୁଭବ ହେଉଛି କିମ୍ବା କୌଣସି ଔଷଧ ସେବନ କାରଣରୁ ହାତ ଥରୁଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ମଦ୍ୟପାନ କରିବା :
ଅବଶ୍ୟକତାରୁ ଅଧିକ ମଦ୍ୟପାନ ସେବନ କରିବା ଦ୍ୱାରା ସମସ୍ୟା ଦେଖିବାକୁ ମିଳିଥାଏ । ତଥାପି ୫-୬ ଦିନରେ ଏହି ସମସ୍ୟା ଆପେ ଠିକ୍ ହୋଇଯାଏ । କିନ୍ତୁ ଅତ୍ୟଧିକ ମଦ୍ୟପାନ କରିବା ଶରୀର ପାଇଁ ହାନି କାରକ ହୋଇଥାଏ ।
Comments are closed.