ଘରେ ଏଭଳି ଘଂଟା ଥିଲେ ତୁରନ୍ତ ହଟାନ୍ତୁ, ଜାଣନ୍ତୁ ଏହା ସହ ଜଡ଼ିତ କିଛି ଉପାୟ
ମନୁଷ୍ୟ ଜୀବନ ଉପରେ ଶୁଭ ଏବଂ ଅଶୁଭ ପ୍ରଭାବ ପକାଉଥିବା ସ୍ଥିତି ଉପରେ ବାସ୍ତୁଶାସ୍ତ୍ରରେ ବିସ୍ତାର ଭାବେ ଉଲ୍ଲେଖ ରହିଛି । ଫଳିତ ବାସ୍ତୁରେ କୁହାଯାଇଛି ଯେ, ଯଦି ଆପଣଙ୍କ ଘରେ ବନ୍ଦ ହୋଇଯାଇଥିବା ବା ଭାଙ୍ଗିଯାଇଥିବା କାନ୍ଥ ଘଣ୍ଟା ଅଛି ତେବେ ଆପଣଙ୍କ ଦୁର୍ଭାଗ୍ୟ ଆରମ୍ଭ ହୋଇଯିବ । ଯଦି ଆପଣ ଏହି ସବୁ କଥା ଉପରେ ଧ୍ୟାନ ରଖିବେ ତେବେ ଏହି ଦୁର୍ଭାଗ୍ୟକୁ ଏଡାଇପାରିବେ । ଏ ସମ୍ବନ୍ଧରେ ଆସନ୍ତୁ ଜାଣିବା…
ଘରେ ବନ୍ଦ ହୋଇଯାଇଥିବା ଅଥବା ଭାଙ୍ଗି ଯାଇଥିବା ଘଣ୍ଟା ଲଗାନ୍ତୁ ନାହିଁ । ଏହାଦ୍ବାରା ଘର ଉପରେ ସକରାତ୍ମମ ପ୍ରଭାବ କମ୍ ପଡିଥିବାବେଳେ ନକରାତ୍ମକ ପ୍ରଭାବ ଅଧିକ ପଡିଥାଏ । ଏଥିଯୋଗୁଁ ଆପଣଙ୍କ ଦୁର୍ଭାଗ୍ୟ ଆରମ୍ଭ ମଧ୍ୟ ହୋଇପାରେ ।
ଘରର ମୁଖ୍ୟ ଦ୍ବାର ଉପରେ ମଧ୍ୟ ଘଣ୍ଟା ଲଗାନ୍ତୁ ନାହିଁ । ଏହା ଫଳରେ ଘର ବାହାରେ ଥିବା ନକରାତ୍ମକ ଶକ୍ତିର ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିପାରେ ଏବଂ ଆପଣଙ୍କ ଘରେ ଅଶାନ୍ତି ବୃଦ୍ଧି ପାଇପାରେ ।
ବାସ୍ତୁଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ ଦିଗରେ ଯମରାଜ ବାସ କରିଥାନ୍ତି । ଏହି ଦିଗକୁ ମଧ୍ୟ ନିଶ୍ଚଳର ପ୍ରତୀକ ବୋଲି ଧରାଯାଇଥାଏ । ଏହି ଦିଗରେ ଘଣ୍ଟା ଲଗାଇବା ଦ୍ବାରା ଆପଣଙ୍କ ଶୁଭ ସମୟ ନିଶ୍ଚଳ ହୋଇଯାଏ ଏବଂ ଆପଣଙ୍କୁ ସଫଳତା ମିଳିନଥାଏ ।
ଘରର ଦକ୍ଷିଣ ଦିଗ ଘରର ମୁରବିଙ୍କ ଦିଗ ବୋଲି ଧରାଯାଇଥାଏ । ଏଥିପାଇଁ ଏହି ଦିଗରେ ଘଣ୍ଟା ଲଗାଇବା ଦ୍ବାରା ଘରର ମୁଖିଆଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ ।
କାନ୍ଥ ଘଣ୍ଟାକୁ ଘରର ପୂର୍ବ, ପଶ୍ଚିମ ଅଥବା ଉତ୍ତର ଦିଗରେ ଲଗାଇବା ଦ୍ବାରା ଶୁଭ ଫଳ ମିଳିଥାଏ । ପୂର୍ବ ଦିଗରେ ଲଗାଯାଇଥିବା ଘଣ୍ଟା ଘରର ପରିବେଶକୁ ଭଲ ରଖିଥାଏ । ପଶ୍ଚିମ ଦିଗରେ ଘଣ୍ଟା ଲଗାଇବା ଦ୍ବାରା ଘରର ସଦସ୍ୟଙ୍କୁ ନୂଆ ସୁଯୋଗ ମିଳିଥାଏ । ଉତ୍ତର ଦିଗରେ ଲଗାଯାଇଥିବା ଘଣ୍ଟା ଘରକୁ ଆର୍ଥିକ କ୍ଷତିକୁ ରକ୍ଷା କରିଥାଏ ।
Comments are closed.