୩ଟି ନୂଆ ଷ୍ଟୋର୍‍ ସହ ଓଡ଼ିଶାରେ ରିଲାଏନ୍ସ ସ୍ମାର୍ଟ ସୁପରଷ୍ଟୋର୍‍ର ଉପସ୍ଥିତି ବିସ୍ତାର


ରିଲାଏନ୍ସ ରିଟେଲ୍‌ର ବୃହତ ଆକାରର ଗ୍ରୋସରି ସୁପରମାର୍କେଟ ବ୍ରାଣ୍ଡ୍ ରିଲାଏନ୍ସ ସ୍ମାର୍ଟ ସୁପରଷ୍ଟୋର୍‍ ଆଜି କଟକରେ ୨ଟି ଏବଂ ରାୟଗଡ଼ାରେ ଗୋଟିଏ ନୂଆ ଷ୍ଟୋର ଶୁଭାରମ୍ଭ କରି ଓଡ଼ିଶାରେ ଏହାର ଉପସ୍ଥିତି ବୃଦ୍ଧି କରିଛି ।

କଟକର ଦୁଇଟି ନୂଆ ଷ୍ଟୋର୍‍ ଏବେ ବକ୍ସିବଜାରସ୍ଥିତ ଅବଦୁଲ ୱାହିଦ ପ୍ରପର୍ଟି ଏବଂ କଲେଜ ଛକସ୍ଥିତ କିତାବ ମହଲ ନିକଟସ୍ଥ ସାଇ କମ୍ପେ୍ଲକ୍ସରେ ଖୋଲିଥିବା ବେଳେ ରାୟଗଡ଼ାରେ ରିଲାଏନ୍ସ ସ୍ମାର୍ଟର ପ୍ରଥମ ଷ୍ଟୋର୍‍ ଷ୍ଟେସନ ରୋଡ଼ ନିକଟସ୍ଥ ଭିକେ ସେଣ୍ଟ୍ରାଲ୍‍ରେ ଖୋଲାଯାଇଛି । ଗୋଟିଏ ଛାତ ତଳେ ଗ୍ରୋସରି, ଫଳ ଓ ପନିପରିବା, ଦୁଗ୍ଧ ଠାରୁ ଆରମ୍ଭ କରି କିଚେନ ଓୟାର ଏବଂ ହୋମ୍‍ଓୟାର ଇତ୍ୟାଦି ପର୍ଯ୍ୟନ୍ତ ବ୍ୟାପକ ପ୍ରକାରର ଉତ୍ପାଦକୁ ପ୍ରଦାନ କରି ଏହି ଷ୍ଟୋର ୱାନ-ଷ୍ଟପ ସପିଙ୍ଗ ଅନୁଭୂତି ପ୍ରଦାନ କରୁଛି ।

ରିଲାଏନ୍ସ ସ୍ମାର୍ଟ ବର୍ଷ ତମାମ ଏହାର ବ୍ୟାପକ ବର୍ଗର ଉତ୍ପାଦର ଏମ୍‌ଆରପି ଉପରେ ସର୍ବନିମ୍ନ ୫% ନିଶ୍ଚିତ ରିହାତି ଓ ୧୪୯୯ ଟଙ୍କାର ସର୍ବନିମ୍ନ କିଣାକିଣି ଉପରେ ୯ ଟଙ୍କାରେ ୧ କେଜି ଚିନି ପ୍ରଦାନ କରିବା ଭଳି ଅନେକ ଆକର୍ଷଣୀୟ ଅଫର ସହ ମାସିକିଆ ଗ୍ରୋସରି ସପିଙ୍ଗ ପାଇଁ ସାରା ଭାରତର ପସନ୍ଦର ସୁପରମାର୍କେଟ ଭାବେ ଉଭା ହୋଇଛି । ପୁନଶ୍ଚ, ନିତିଦିନିଆ ଖାଦ୍ୟ ସାମଗ୍ରୀ ଏବଂ ଫଳ ଓ ପନିପରିବା ଇତ୍ୟାଦି ଏହା ପ୍ରତିଦିନ ସୁଲଭ ମୂଲ୍ୟରେ ପ୍ରଦାନ କରୁଛି ।

ଏସବୁ ନୂଆ ଷ୍ଟୋର୍ ଖୋଲିବା ସହ ରିଲାଏନ୍ସ ସ୍ମାର୍ଟର ଓଡ଼ିଶାରେ ଷ୍ଟୋର ସଂଖ୍ୟା ୧୨ରେ ପହଞ୍ôଚଛି । କଟକ ଓ ରାୟଗଡ଼ାରେ ରିଲାଏନ୍ସ ସ୍ମାର୍ଟର ୩ଟି ଷ୍ଟୋର୍‍ ଯଥାକ୍ରମେ ୧୩,୭୦୦ ବର୍ଗଫୁଟ, ୧୯,୦୦୦ ବର୍ଗଫୁଟ ଓ ୧୭,୨୦୦ ବର୍ଗଫୁଟରେ ସ୍ଥାପିତ ହୋଇଥିବା ବେଳେ ଏଠାରେ ଭଲ ଭାବେ ସୂଚନା ପ୍ରଦାନ କରିପାରୁଥିବା ଦକ୍ଷ ଗ୍ରାହକ ସହଯୋଗୀ, ଚଳମାନ ଡିଜାଇନ ଓ ଲେଆଉଟ୍‌, ଆକର୍ଷଣୀୟ ମୂଲ୍ୟରେ ଗୁଣାତ୍ମକ ଉତ୍ପାଦ ରହିଛି ଯାହା ଗ୍ରାହକମାନଙ୍କ ହୃଦୟ ଜିଣିିବ ଏବଂ ସେମାନଙ୍କ ନିତିଦିନିଆ ଜୀବନର ଏକ ଅଂଶ ହେବ ।

ବର୍ଷ ବର୍ଷ ଧରି ରିଲାଏନ୍ସ ସ୍ମାର୍ଟ, ନିଜର ଗ୍ରାହକଙ୍କର ନିତିଦିନିଆ ଆବଶ୍ୟକତା ଠାରୁ ଆରମ୍ଭ କରି ସ୍ୱତନ୍ତ୍ର ଅବସରରେ ଆବଶ୍ୟକ ପଡୁଥିବା ଉତ୍ପାଦକୁ ଆକର୍ଷଣୀୟ ମୂଲ୍ୟରେ ଯୋଗାଇ ଆସୁଛି । ଗ୍ରାହକଙ୍କ ଉପରେ ଅଧିକରୁ ଅଧିକ ଧ୍ୟାନ ଦେବା ସହିତ ରିଲାଏନ୍ସ ସ୍ମାର୍ଟ ବୃହତ ଫର୍ମାଟରେ ବ୍ୟାପକ ବର୍ଗର ଉତ୍ପାଦ ଓ ଗ୍ରାହକଙ୍କ ଘର ନିକଟରେ ପହଞ୍ôଚ ଗ୍ରାହକମାନଙ୍କୁ ସର୍ବଶ୍ରେଷ୍ଠ ସପିଙ୍ଗ ଅନୁଭୂତି ପ୍ରଦାନ କରୁଛି । ବର୍ତ୍ତମାନ ରିଲାଏନ୍ସ ସ୍ମାର୍ଟ ସୁପର୍‍ଷ୍ଟୋର ଦେଶର ୧୪୦ ସହରରେ ରହିଛି ।


Share It

Comments are closed.