ଦଶହରା ପାଇଁ କଟକ ପୋଲିସର ସ୍ୱତନ୍ତ୍ର ପ୍ରସ୍ତୁତି, ମୁତୟନ ହେବ ୩୦ ପ୍ଲାଟୁନ ଫୋର୍ସ


କରୋନା ପାଇଁ ଚଳିତ ବର୍ଷ କଟକ ସହରରେ ଫିକା ପଡିଛି ପୂଜା । କୋଭିଡ୍ କଟକଣା ମଧ୍ୟରେ ଏଥର ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯିବ । ସେଥିଲାଗି ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ଚାଲିଛି । ଚଳିତ ବର୍ଷ ସହରରେ ମାତ୍ର ୯ଟି ପୂଜା ମଣ୍ଡପକୁ ଛାଡିଦେଲେ ଅନ୍ୟ ମଣ୍ଡପଗୁଡିକରେ ମା’ଙ୍କର ୪ ଫୁଟରୁ ଉଚ୍ଚ ମୂର୍ତ୍ତିକୁ ପୂଜା ଅନୁମତି ନାହିଁ । ଫଳରେ ପୂଜା କମିଟି ଗୁଡିକ କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ସେମାନଙ୍କ ପ୍ରସ୍ତୁତି ଚଳାଇଛନ୍ତି ।

ଅନ୍ୟପଟେ ପୂଜା ପାଇଁ ସହରରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ଡିସିପି ପ୍ରତୀକ ସିଂହଙ୍କ ସୂଚନା ଦେଇଛନ୍ତି । ଏହାସହ ୧୦୦ ଅଫିସରଙ୍କୁ ମୁତୟନ କରାଯିବ । ଭସାଣୀ ଉପରେ କଡା ନଜର ରହିବ ବୋଲି ଡିସିପି କହିଛନ୍ତି । ଚଳିତ ବର୍ଷ ୧୪ଟି ସ୍ଥାନରେ ଭସାଣୀ ଉତ୍ସବ ହେବ ବୋଲି ଯୋଜନା ରହିଛି । ସହରରେ ଚାନ୍ଦା ଆଦାୟକାରୀଙ୍କ ଉପରେ କଡା ନଜର ରଖାଯିବ । କୋଭିଡ କଟକଣା ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।


Share It

Comments are closed.