ବିନା ଔଷଧରେ କରୋନାକୁ ମାତ ଦେଇଛି ଜଣେ ୨୩ ଦିନର ନିରୀହ ଶିଶୁ
ଏକ ୨୩ ଦିନର ଶିଶୁ ବିନା କୌଣସି ଓøଷଧରେ କରୋନା ଭଳି ଘାତକ ବେମାରକୁ ହରାଇପାରିଛି । ତାଜ୍ଗଂଜର ମୋହମ୍ମଦ ଆରିଫଙ୍କର ୨୩ ଦିନର ପୁତ୍ର ସନ୍ତାନ ମହମ୍ମଦ ସାଦ୍ କରୋନା ପଜିଟିଭ ମିଳିବା ପରେ ତାଙ୍କୁ ୨୦ ମାର୍ଚରେ ତାଙ୍କୁ ଏସଏନ ମେଡିକାଲ କଲେଜର ଆଇସୋଲେସନ ୱାର୍ଡରେ ଭର୍ତି କରାଯାଇଥିଲା । ଚିକିତ୍ସକମାନେ ଏହି ଶିଶୁଟିର ବିଶେଷ ଧ୍ୟାନ ରଖିଥିଲେ ଏବଂ ତାର ଦେଖାଶୁଣା ପାଇଁ ମା ଜେନବ ବେଗମଙ୍କୁ ମଧ୍ୟ ସାଥିରେ ରଖିଥିଲେ । ସେ ପିପିଇ କିଟ ପିନ୍ଧି ଶିଶୁଟି ସହିତ ରହୁଥିଲେ । କାରଣ ସେ ନେଗେଟିଭ ଥିଲେ ।
ଏପଟେ ନିରୀହ ଶିଶୁଠାରେ କୌଣସି ଲକ୍ଷଣ ନ ଦେଖାଯାଉଥିବା ହେତୁ କିଭଳି ତାହାର ଚିକିତ୍ସା କରିବେ ଏହାକୁ ନେଇ ଡାକ୍ତରମାନେ ଚିନ୍ତିତ ଥିଲେ । ତେଣୁ ଓøଷଧ ଦେବା ପାଇଁ ଚିକିତ୍ସକମାନେ ଶିଶୁଠାରେ ଲକ୍ଷଣ ଆସିବାକୁ ଅପେକ୍ଷା କରିଲେ । ଚିକିତ୍ସକମାନେ ଜେନବ ବେଗମଙ୍କର ମଧ୍ୟ ଖାସ ଧ୍ୟାନ ରଖିଥିଲେ । ତାଙ୍କୁ ଫଳ, ସବୁଜ ପରିବା, ସାଲାଡ, କ୍ଷୀର ସମେତ ପୁଷ୍ଟିକଣର ଭୋଜନ ଦିଆଗଲା । ଶିଶୁଟିକୁ ପାଂଚରୁ ସାତଥର ସ୍ତନପାନ କରାଗଲା । ଏହାର ଫଳଫଳ ଏହା ହେଲା ଯେ ୧୪ ଦିନ ମଧ୍ୟରେ ଶିଶୁଟିର ରିପୋର୍ଟ ଦୁଇଥର ନେଗେଟିଭ ଆସିଲା । ଏପର୍ଯ୍ୟନ୍ତ କୌଣସି ରୋଗୀଠାରେ ଏହା ସବୁଠାରୁ ଶୀଘ୍ର ସୂଧାର ହୋଇଥିବା କେସ ଅଟେ ।
ଏସଏମ ମେଡିକାଲ କଲେଜର କୋଭିଡ ହସପିଟାଲର ସହ ଡାକ୍ତର ଅଖିଲ ସିଂହ କହିଛନ୍ତି ଯେ ସାଦ୍ ସବୁଠାରୁ କମ୍ ବୟସର ସଂକ୍ରିମିତ ଥିଲା । ତାର ମାଙ୍କୁ ପୁଷ୍ଟିକର ଆହାର ଦିଆଗଲା ଏବଂ ଶିଶୁକୁ ଅଧିକରୁ ଅଧିକ ସ୍ତନପାନ କରିବାକୁ କୁହାଗଲା । ତେଣୁ ଶିଶୁ ପାଇଁ ମା କ୍ଷୀର ହିଁ ଓøଷଧ ଭାବେ କାର୍ଯ୍ୟ କଲା ।
Comments are closed.