ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବକଙ୍କ ୫୦ ହଜାର ଟଙ୍କା ଫେରାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ପୁରୀ : ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ସର୍ବଦା ନିଜକର୍ତବ୍ୟ ପ୍ରତିନିଷ୍ଠା ଦେଖାଇ ଆସିଛନ୍ତି । ଯାହାର ସଦ୍ୟ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ଅଞ୍ଚଳରେ । ଘଟଣାନୁଯାୟୀ ଗତ ଶନିବାର ସନ୍ଧ୍ୟା ୫ଟାରେ ୨ଟି ବାଇକ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଦୁୁଇଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନାଯୋଗ୍ୟ ସନ୍ଧ୍ୟା ୫ଟା ବେଳେ ଘୁଷୁରିତଡ଼ା ଗ୍ରାମର ୩ ଜଣ ଯୁବକ ବେଗୁନିଆସ୍ଥିତ ବାଲିକନ୍ଦଳଗ୍ରାମକୁ ବନ୍ଧୁଘରୁ ଫେରୁଥିବାବେଳେ ପାଟେଳିଆ ଛକରେ କୋଣାର୍କରୁ ଆସୁଥିବା ବାପିଙ୍କ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଚାରି ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ ।
ଖବରପାଇ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ଚାଳକ ଅଶ୍ୱିନୀ କୁମାର ବାରିକ, ଇଏମ୍‌ଟି ତାପସ କୁମାର ସେନାପତି ଏବଂ ହେଲପର ଅଶୋକ ରାଜାଚୋକି ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁଗୋପ ଡ଼ାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ଡ଼ାକ୍ତର ଶେଖ୍ ଏବଂ ବାପିକୁ ମୃତ ଘୋଷଣା କରିଥିଲେ । ଉକ୍ତଘଟଣା ମଧ୍ୟରେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର, ଅଶୋକ ରାଜଯୋଗୀ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶେଖ୍‌ହନାନଙ୍କ ପକେଟରେ ଥିବା ଏକ ପଲିଥିନ୍ ଜରିରେ ୫୦ ହଜାରରୁ ଉର୍ଦ୍ଧଟଙ୍କା ନିଜ ପାଖରେ ରଖିଥିଲେ । ଏହା ପରେ ହସପିଟାଲକୁ ଶେଖ୍‌ଙ୍କ ଭାଇ ପହଞ୍ଚିବା ପରେତାଙ୍କୁ ସେହିଟଙ୍କା ଫେରସ୍ତ କରିଥିଲେ । ୧୦୮ ଆମ୍ବୁଲାନ୍ସ କର୍ମୀମାନଙ୍କ ଏଭଳି ସାଧୁତାକୁ ସବୁ ମହଲରୁ ଖୁବ୍ ପ୍ରଶଂସା କରାଯାଇଛି ।


Share It

Comments are closed.