ଏୟାରଟେଲ୍‌ର ଚିଫ୍ ପିପୁଲ୍ ଅଫିସର୍ ଭାବେ ନିଯୁକ୍ତ ହେଲେ ଅମ୍ରିତା ପଦ୍ଦା


ଭୁବନେଶ୍ୱର: ଏୟାରଟେଲ୍ ପକ୍ଷରୁ ଅମ୍ରିତା ପଦ୍ଦାଙ୍କୁ ଏହାର ଚିଫ୍ ପିପୁଲ୍ ଅଫିସର୍ ଭାବେ ନିଯୁକ୍ତ କରାଯାଇଥିବା ସମ୍ପର୍କରେ ଘୋଷଣା କରାଯାଇଛି, ଯାହାକି ଅକ୍ଟୋବର ୧ ତାରିଖ, ୨୦୨୧ରୁ ପ୍ରଭାବୀ ହେବ । ସେ ଭାରତୀ ଏୟାରଟେଲ୍‌ର ଏମ୍‌ଡି ଓ ସିଇଓ ଗୋପାଳ ଭିଟ୍ଟଲଙ୍କୁ ରିପୋର୍ଟ କରିବେ । କମ୍ପାନୀ ଏକ ପସନ୍ଦର ଡିଜିଟାଲ ସର୍ଭିସ ଯୋଗାଣକାରୀରେ ପରିଣତ ହୋଇଥିବାବେଳେ ନିଜର ନୂତନ ଭୂମିକାରେ ଅମ୍ରିତା ଏୟାରଟେଲ୍‌ର ଜନସମ୍ପର୍କ ରଣନୀତି ଦାୟିତ୍ୱରେ ରହିବେ । ଏହି ନିଯୁକ୍ତି ସମ୍ପର୍କରେ ଗୋପାଳ ଭିଟ୍ଟଲ କହିଛନ୍ତି, “ଏୟାରଟେଲ୍‌କୁ ଅମ୍ରିତାଙ୍କୁ ସ୍ୱାଗତ କରି ମୁଁ ଖୁବ୍ ଆନନ୍ଦିତ । ମୁଁ ନିଶ୍ଚିତ ଯେ, ଅମ୍ରିତା ଏୟାରଟେଲ୍‌ର ବିଦ୍ୟମାନ ଯାତ୍ରାରେ ଅପାର ମୂଲ୍ୟ ଯୋଗ କରିବେ, ନୂତନ କ୍ଷମତା ନିର୍ମାଣରେ ସାହାଯ୍ୟ କରିବେ ଏବଂ ବିଶ୍ୱବ୍ୟାପୀ ଶୀର୍ଷ ପ୍ରତିଭାମାନଙ୍କ ପାଇଁ କମ୍ପାନୀକୁ ଏକ ପ୍ରମୁଖ ସଂସ୍ଥା ଭାବେ ଜାରି ରଖିବା ସୁନିଶ୍ଚିତ କରିବେ ।”
ଅମ୍ରିତାଙ୍କର ହିନ୍ଦୁସ୍ତାନ ୟୁନିଲିଭର୍ ସହିତ ଦୁଇ ଦଶନ୍ଧିରୁ ଅଧିକ ସମୟର ଅଭିଜ୍ଞତା ରହିଛି । ନିକଟରେ ସେ ୟୁନିଲିଭର୍ ମାର୍କେଟ୍‌ପ୍ଲେସ୍ ପାଇଁ ଚିଫ୍ ପିପୁଲ ଅଫିସର ଭାବେ କାର୍ଯ୍ୟ କରିଛନ୍ତି । ଅତୀତରେ ସେ ୟୁନିଲିଭର୍ ଫିଲିପାଇନ୍ସ ପାଇଁ ମାନବ ସମ୍ଭଳ ବିଭାଗରେ କାର୍ଯ୍ୟ କରିଛନ୍ତି । ତାଙ୍କର ବିଶ୍ୱବ୍ୟାପୀ ହ୍ୟୁମାନ୍ ରିସୋର୍ସେସ୍ ଟ୍ରାନ୍ସଫର୍ମେଶନ ପ୍ରୋଜେକ୍ଟଗୁଡିକର ନେତୃତ୍ୱ ନେବାରେ ଦୃଢ ବିଶେଷଜ୍ଞତା ରହିଛି । ଅମ୍ରିତା ଏୟାରଟେଲ୍‌ରେ ସମିତ୍ ଦେବ୍‌ଙ୍କ ସ୍ଥାନରେ ଏହି କାର୍ଯ୍ୟଭାର ସମ୍ଭାଳିବେ । ଏସମ୍ପର୍କରେ ଗୋପଳ ଭିଟ୍ଟଲ କହିଛନ୍ତି, “ଏୟାରଟେଲ୍ ଏବଂ ଆମର ଜନ ଅଭ୍ୟାସଗୁଡିକୁ ମଜଭୁତ କରିବା ପାଇଁ ତାଙ୍କର ଯୋଗଦାନ ପାଇଁ ମୁଁ ସମିତ୍‌ଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି । ଏୟାରଟେଲ୍‌ରେ ସମସ୍ତଙ୍କ ତରଫରୁ ମୁଁ ସମିତଙ୍କୁ ତାଙ୍କର ଭବିଷ୍ୟତର ପ୍ରୟାସଗୁଡିକ ପାଇଁ ଶୁଭେଚ୍ଛା ଜଣାଉଛି ।”


Share It

Comments are closed.