୧୦୫ ବର୍ଷର ମହିଳା ଦେଲେ ଚତୁର୍ଥ ଶ୍ରେଣୀ ପରୀକ୍ଷା, ରଖିଲେ ୭୪.୫୦ ପ୍ରତିଶତ ନମ୍ବର


କଥାରେ ଅଛି ପଢିବା ଓ ଲେଖିବା ପାଇଁ କୌଣସି ନିର୍ଦ୍ଧିଷ୍ଟ ବୟସ ନଥାଏ, ଯାହାର ଜ୍ୱଳନ୍ତ ଉଦାହରଣ କେରଳରେ ଦେଖିବାକୁ ମିଳିଛି । କେରଳର ଜଣେ ମହିଳା ୧୦୫ ବର୍ଷ ବୟସରେ ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେଇ ପାଖାପାଖି ୭୫ ପ୍ରତିଶତ ନମ୍ବର ରଖି ସମସ୍ତଙ୍କୁ ଚକିତ କରିଦେଇଛନ୍ତିା ଏହି ମହିଳାଙ୍କ ନାଁ ହେଉଛି ଭାଗୀରଥି ଆମ୍ମା । ଗତ ବର୍ଷ ନଭେମ୍ବରରେ ସେ ରାଜ୍ୟ ଶାକ୍ଷରତା ଅଭିଜାନ ଦ୍ୱାରା କୋଲ୍ଲମରେ ଆୟୋଜିତ ପରୀକ୍ଷାରେ ସାମିଲ ହୋଇଥିଲେ । ନିକଟରେ ଏହାର ଫଳାଫଳ ଘୋଷଣା ହୋଇଛି । ମୋଟ ୨୭୫ରୁ ଆମ୍ମା ୨୦୫ ନମ୍ବର ହାସଲ କରିଛନ୍ତି । ରାଜ୍ୟ ଶାକ୍ଷରତା ଅଭିଜାନ ଦ୍ୱାରା ଜାରି କରାଯାଇଥିବା ବୟାନରେ କୁହାଯାଇଛି, ମୋଟ ୧୧୫୯୩ ଜଣ ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ ୧୦୦୧୨ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏଥିରେ ୯୪୫୬ ଜଣ ମହିଳା ଅଛନ୍ତିା ପାରିବାରିକ ପରିସ୍ଥିତି କାରଣରୁ ଆମ୍ମାଙ୍କୁ ୯ବର୍ଷ ବୟସରେ(ତୃତୀୟ ଶ୍ରେଣୀ) ପାଠ ଛାଡିବାକୁ ପଡିଥିଲା । ତେବେ ୧୦୫ ବର୍ଷ ବୟସରେ ପାଠପଢିବା ସହ ୭୪.୫ ନମ୍ବର ରଖି ସେ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତିା


Share It

Comments are closed.