ରୋଜ ଡେ’ରେ କେଉଁ ଗୋଲାପର କ’ଣ ରହିଛି ମହତ୍ତ୍ୱ ଜାଣନ୍ତୁ


ପ୍ରେମୀ ଯୋଡିଙ୍କ ପାଇଁ ଫେବୃଆରୀ ମାସ ସବୁଠାରୁ ଖାସ ମାସ ଅଟେ । ସମସ୍ତେ ଏହି ମାସିରେ ନିଜ ଲଭ ପାର୍ଟନରଙ୍କୁ ଭଲ ପାଇବା ପ୍ରକାଶ କରିଥାନ୍ତି । ଭାଲେଣ୍ଟାଇନ ଡେ’ର ଆରମ୍ଭ ଗୋଟିଏ ସପ୍ତାହ ପୂର୍ବରୁ ଆରମ୍ଭ ହୋଇଯାଇଥାଏ । ଏହି ପ୍ରେମ ସପ୍ତାହ ଦୀର୍ଘ ୭ ଦିନ ଯାଏଁ ଚାଲିଥାଏ । ଏହି ଭାଲେଣ୍ଟାଇନ ୱିକର ଆରମ୍ଭ ୭ ଫେବୃଆରୀରୁ ଆରମ୍ଭ ହୋଇଥାଏ ।
ଏହି ସପ୍ତାହର ପ୍ରଥମ ଦିନକୁ ରୋଜ ଡେ କୁହାଯାଏ । ଏହି ଦିନରେ ପ୍ରେମୀ ଯୋଡି ନିଜ ଲଭ ପାର୍ଟନରଙ୍କୁ ଲାଲି ରଙ୍ଗର ଗୋଲାପ ଦେଇ ନିଜ ଭଲ ପାଇବା ପ୍ରକାଶ କରିଥାନ୍ତି । ଲାଲି ଗୋଲାପକୁ ଲଭ ଏବଂ ରୋମାନ୍ସର ପ୍ରତୀକ ମାନାଯାଏ ଏଥିପାଇଁ ପ୍ରେମୀ ଯୋଡିଙ୍କ ପାଇଁ ଏହି ଲାଲି ଗୋଲାପ ବହୁତ ଖାସ ଅଟେ ।
କ’ଣ ଆପଣ ଜାଣିଛନ୍ତି କି କେବଳ ଲାଲି ଗୋଲାପ ଛଡା ଆହୁରୀ ଅନେକ ଗୋଲାପ ରହିଛି ଯାହାର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଗୋଲାପର କ’ଣ ରହିଛି ମହତ୍ତ୍ୱ ।

ଲାଲି ଗୋଲାପ : ଲାଲି ଗୋଲାପ ସାଧାରଣ ଏବଂ ସମସ୍ତଙ୍କର ପ୍ରିୟ ଅଟେ । ଏହାକୁ ପ୍ରେମର ପ୍ରତୀକ ମାନାଯାଏ । ହିନ୍ଦୀ ଫିଲ୍ମରେ ପ୍ରେମୀ ଯୋଡିଙ୍କ ପକ୍ଷରୁ ଲାଲି ଗୋଲାପର ପ୍ରଚୁର ବ୍ୟବହାର କରାଯାଇଥାଏ । ଏଥିରେ ରୋମାନ୍ସ ଏବଂ ଇମୋସନ ଯୋଡି ହୋଇ ରହିଥାଏ । ଯଦି ଆପଣ କାହାକୁ ନିଜ ଲଭ ପାର୍ଟନର ଭାବିଛନ୍ତି ତେବେ ତାଙ୍କୁ ଲାଲି ଗୋଲାପ ଦେଇ ନିଜ ଭଲ ପାଇବା ପ୍ରକାଶ କରନ୍ତୁ ।

ହଳଦିଆ ଗୋଲାପ : ସମସ୍ତଙ୍କୁ ଜଣାଥାଏ ଯେ, ହଳଦିଆ ଗୋଲାପ ବନ୍ଧୁତ୍ୱର ପ୍ରତୀକ । ଏହା ଆଶା, ବିଶ୍ୱାସ ଏବଂ ଭରସା ପାଇଁ ଦିଆଯାଇଥାଏ । ଯଦି ଆପଣ କୌଣସି ସାଙ୍ଗକୁ ବିଶ୍ୱାସ ଏବଂ ଭରସା ଦେବା ପାଇଁ ଚାହୁଁଛନ୍ତି ତେବେ ତାଙ୍କୁ ଏହି ହଳଦିଆ ଗୋଲାପ ପ୍ରଦାନ କରନ୍ତୁ । ସାଧାରଣତଃ ଫ୍ରେଣ୍ଡସିପ ଡେ’ରେ ଏହି ଗୋଲାପର ପ୍ରଚୁର ବ୍ୟବହାର କରାଯାଇଥାଏ ।

ଧଳା ଗୋଲାପ : ଧଳା ଗୋଲାପ ଶାନ୍ତି ଏବଂ ସଦଭାବନାର ପ୍ରତୀକ ଅଟେ । ଆପଣ ଏହାକୁ ମଧ୍ୟ ନିଜ ସାଙ୍ଗଙ୍କୁ କିଛି ନୂଆକରି ଆରମ୍ଭ କରିବାର ସୂଚକ ହିସାବରେ ଦେଇପାରନ୍ତି । ଯଦି ଆପଣଙ୍କର କୌଣସି ସାଙ୍ଗଙ୍କ ସହ ମନାନ୍ତର ଘଟିଛି ଏବଂ ଆପଣ ତାଙ୍କ ସହ ବୁଝାମଣା କରିବାକୁ ଚାହୁଁଛନ୍ତି ତେବେ ଆପଣ ତାଙ୍କୁ ଧଳା ରଙ୍ଗର ଗୋଲାପ ଦେଇପାରନ୍ତି ।

ଗୋଲାପୀ ଗୋଲାପ : ଗୋଲାପୀ ଗୋଲାପ ବହୁତ ଆକର୍ଷଣୀୟ ଅଟେ । ଏହାର ବ୍ୟବହାର ଅନ୍ୟକୁ ଧନ୍ୟବାଦ ଦେବା ପାଇଁ ବ୍ୟବହାର କରାଯାଏ । ଯଦି ଆପଣ କୌଣସି ଶିକ୍ଷକ କିମ୍ବା ଗୁରୁଜନ ଓ ମା’ ବାପାଙ୍କୁ ଧନ୍ୟବାଦ ଦେବା ପାଇଁ ଚାହୁଁଛନ୍ତି ତେବେ ତାଙ୍କୁ ଏହି ଗୋଲାପୀ ଗୋଲାପ ପ୍ରଦାନ କରନ୍ତୁ । ଭାଲେଣ୍ଟାଇନ ଡେ’ର ଅର୍ଥାତ କେବଳ ନିହେଁ ଯେ ପ୍ରେମିକ କିମ୍ବା ପ୍ରେମିକାଙ୍କୁ ଭଲ ପାଇବା ପ୍ରକାଶ କରିବା । ଏହି ଦିନ ଆପଣ ମଧ୍ୟ ନିଜ ବାପା, ମା’ଙ୍କୁ ନିଜର ଭଲ ପାଇବା ପ୍ରକାଶ କରିପାରିବେ ।


Share It

Comments are closed.