ପ୍ରତିଦିନ କେବଳ ୧୦ ମିନିଟ ପାଇଁ କରନ୍ତୁ ଏହି ଫେସ ଏକ୍ସରସାଇଜ, ମୁହଁରୁ ଚର୍ବି ଦୂର ହେବା ସହ ରିଙ୍କଲରୁ ମିଳିବ ମୁକ୍ତି
ବର୍ତମାନ ସମୟରେ ଆମେ ସଭିଏଁ ଶରୀରର ଓଜନକୁ ନେଇ ବେଶ ସଚେତନ । କିନ୍ତୁ ଶରୀରର ଓଜନ ସହିତ ବର୍ତମାନ ଅଧିକାଂଶ ଏକ ସେପଡ ମୁହଁ ମଧ୍ୟ ଚାହୁଁଛନ୍ତି । ଏଥିପାଇଁ ଅନେକ ପ୍ରକାରର ସର୍ଜରୀ ମଧ୍ୟ କରାଯାଉଛି । ଚେହେରାକୁ ସୁନ୍ଦର କରିବାକୁ ଆପଣ ଅନେକ କିଛି କରିବା ସହିତ ମହଙ୍ଗା ପ୍ରଡକ୍ଟସ୍ ମଧ୍ୟ ବ୍ୟବହାର କରିଥାନ୍ତି । କିନ୍ତୁ ବେଳେବେଳେ, ମହଙ୍ଗା କ୍ରିମ୍ କିମ୍ବା ଫେସ୍ ପ୍ୟାକ୍ ର ଅନେକ ସାଇଡ୍ ଇଫେକ୍ଟ ପଡିଥାଏ । ତେଣୁ, ଯଦି ଆପଣ ଟଙ୍କା ଖର୍ଚ୍ଚ ନକରି ନିଜ ମୁହଁରେ ସୌନ୍ଦର୍ଯ୍ୟ ଆଣିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ପ୍ରତିଦିନ ୧୦ ମିନିଟ୍ ସମୟ ଦେବାକୁ ପଡିବ । ଏଥିପାଇଁ ଆପଣଙ୍କୁ କିଛି ଯୋଗାସନ କରିବାକୁ ପଡିବ , ଯାହା ଆପଣଙ୍କ ଚେହେରାକୁ ପ୍ରାକୃତିକ ଚମକ ଦେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଯୋଗାସନ ଏତେ କଷ୍ଟସାଧ୍ୟ ନୁହେଁ । ତେବେ ଚାଲନ୍ତୁ ଜାଣିବା କିପରି କରିବା ଏହି ଯୋଗାସନ…
୧.ସେଲଫି କ୍ଲିକ୍ କରିବା ସମୟରେ ଯେପରି ଆପଣ ପାଉଟ୍ କରନ୍ତି ଠିକ୍ ସେହିପରି ହେଉଛି ଏହି ଯୋଗ । ଏଥିପାଇଁ ଆପଣ କେବଳ ଗାଲକୁ ଭିତର ପଟକୁ କରି ୩୦ ସେକେଣ୍ଡ ଏଭଳି ସ୍ଥିତିରେ ରୁହନ୍ତୁ । ଏହାପରେ ଟିକେ ବିଶ୍ରାମ ନେଇ ୪-୫ ଥର ପୁନରାବୃତ୍ତି କରନ୍ତୁ ।
୨.ଯଦି ଆପଣଙ୍କ ମୁହଁରେ ହୋଇଥିବା ଅତ୍ୟଧିକ ଚର୍ବିକୁ ଶୀଘ୍ର ହଟାଇବାକୁ ଚାହୁଁଥାନ୍ତି, ତେବେ ଏଥିପାଇଁ ଆପଣ ମୁହଁକୁ ଉପରକୁ ଉଠାଇ ଛାତକୁ ଦେଖନ୍ତୁ ଏବଂ ୧୦-୧୫ ସେକେଣ୍ଡ ପାଇଁ କ୍ରମାଗତ ଭାବରେ ପାଟିକୁ ଖୋଲନ୍ତୁ ଏବଂ ବନ୍ଦ କରନ୍ତୁ । ଏହାପରେ ପୁଣି ମୁହଁ ତଳକୁ କରି ବିଶ୍ରାମ ନିଅନ୍ତୁ । ଆପଣଙ୍କ ମୁହଁର ଚର୍ବିକୁ ଶୀଘ୍ର କମାଇବା ପାଇଁ ଏହି ପ୍ରକ୍ରିୟାକୁ ୩-୪ ଥର ପୁନରାବୃତ୍ତି କରନ୍ତୁ ।
୩.ଏହି ଉପାୟ କେବଳ ଆପଣଙ୍କ ମୁହଁର ଚର୍ବିକୁ ହ୍ରାସ କରେ ନାହିଁ, ବରଂ ଏହା ଆପଣଙ୍କ ଥକ୍କାପଣରୁ ମଧ୍ୟ ମୁକ୍ତି ଦେଇଥାଏ । ଏହି ମୂଦ୍ରା ପାଇଁ ଗୋଡକୁ ପଛକୁ ବଙ୍କା କରି ପାପୁଲିକୁ ଜଙ୍ଘ ଉପରେ ରଖନ୍ତୁ । ଏହାପରେ ପିଠିକୁ ସିଧା ରଖି ଜିଭକୁ ବାହାର କରନ୍ତୁ । ଯେତେ ସମ୍ଭବ ଜିଭକୁ ବିସ୍ତାର କରନ୍ତୁ । ଏକ ଦୀର୍ଘ ନିଶ୍ୱାସ ନେଇ ତାହାକୁ ବାହାରକୁ ଛାଡନ୍ତୁ । ଏହି କାର୍ଯ୍ୟକୁ ୬-୭ ଥର ପୁନରାବୃତ୍ତି କରନ୍ତୁ ।
Comments are closed.