ସରକାରଙ୍କ ଚେତାବନୀ ସତ୍ୱେ ଭାରତରେ ସର୍ବାଧିକ ଡାଉନଲୋଡ଼ ହୋଉଛି ଜୁମ ଆପ୍‌

Share It

ଚଳିତ ଲକଡାଉନ ସମୟରେ ଜୁମ ଆପ୍ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଆପ୍‌ରେ ପରିଣତ ହୋଇଛି । ଦୁନିଆର ପ୍ରାୟତଃ ଦେଶର ସ୍କୁଲଗୁଡ଼ିକରେ କ୍ଲାସ ଜୁମ ଆପ ମାଧ୍ୟମରେ ହିଁ ଚାଲୁ ରହିଛି । କିନ୍ତୁ ଭାରତ ଜୁମ ଆପ୍‌ର ସବୁଠାରୁ ବଡ଼ ବଜାରରେ ପରିଣତ ହୋଇଛି । ଜୁମ୍ ଭିଡିଓ କଲିଙ୍ଗ ଆପ୍‌କୁ ଭାରତରେ ସବୁଠାରୁ ଅଧିକ ଡାଉନଲୋଡ଼ କରାଯାଇଛି । ଯାହାଫଳରେ ଜୁମ୍ ଆପ୍ ସବୁଠାରୁ ଅଧିକ ଡାଉନ୍‌ଲୋଡ଼ ହେଉଥିବା ନନ୍‌ଗେମିଙ୍ଗ୍ ଆପରେ ପରିଣତ ହୋଇଛି । କେବଳ ଏପ୍ରିଲ ମାସରେ ହିଁ ଏହି ଆପ୍‌କୁ ୧୩.୧ କୋଟି ଲୋକ ଡାଉନଲୋଡ଼ କରିଛନ୍ତି ।
ସେଂଟର ଟାୱାର ରିପୋର୍ଟ ଅନୁଯାୟୀ ଜୁମ୍ ଆପ୍‌କୁ ଭାରତରେ ସବୁଠାରୁ ଅଧିକ ଡାଉନଲୋଡ଼ କରାଯାଇଛି । କେବଳ ଭାରତରେ ଏହାର ଡାଉନଲୋଡ଼ ହାର ୧୮ ପ୍ରତିଶତ ରହିଛି । ଯେବେକି ଆମେରିକାରେ ଏହା ୧୪ ପ୍ରତିଶତ ଅଟେ । ଏଠାରେ ଧ୍ୟାନଦେବାଭଳି କଥା ଏହା ଯେ ଭାରତ ସରକାରଙ୍କ ଚେତାବନୀ ସତ୍ୱେ ଜୁମ ଆପର ଡାଉନଲୋଡ଼ରେ ଅଭିବୃଦ୍ଧି ଦେଖାଦେଇଛି । ସରକାର ପ୍ରାଇଭେସୀ ଦୃଷ୍ଟିକୋଣରୁ ଏହି ଆପକୁ ଅସୁରକ୍ଷିତ ବୋଲି ଜଣାଇଥିଲେ । ଆମେରିକୀୟ କମ୍ପାନୀ ଜୁମ ଆପର ବ୍ୟବହାର ଲକଡାଉନ ସମୟରେ କମ୍ପାନୀର ଆଶାଠାରୁ ମଧ୍ୟ ଅଧିକ ହୋଇଯାଇଛି । ଏହାକୁ ଖୋଦ କମ୍ପାନୀର ସିଇଓ ସ୍ୱୀକାର କରିଛନ୍ତି । ଏମିତିରେ ଜୁମ ଆପ୍‌ର ପ୍ରାଇଭେସୀ ଓ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ପ୍ରାଇଭେସୀ ଉପରେ ପ୍ରଶ୍ନ ଉଠିବା ପରେ ଜୁମ ପକ୍ଷରୁ ନୀକଟରେ ଏଣ୍ଡ ଟୁ ଏଣ୍ଡ ଏନକ୍ରିପସନ ଷ୍ଟାର୍ଟଅପ କିବେସ(ଳରଚ୍ଚଭବଗ୍ଦର) ସହିତ ସହବନ୍ଧିତା କରାଯାଇଛି ।
ଗତମାସରେ ବ୍ଲିପିଙ୍ଗ କମ୍ପ୍ୟୁଟର ନିଜ ରିପୋର୍ଟରେ ଦାବି କରିଥିଲେ ଯେ ଜୁମର ପାଂଚ ଲକ୍ଷ ଆକାଉଂଟକୁ ହ୍ୟାକ କରିନିଆଯାଇଛି ଏବଂ ଡାର୍କ ୱେବରେ ମାମୂଲି ମୂଲ୍ୟରେ ଲୋକମାନଙ୍କ ବ୍ୟକ୍ତିଗତ ତଥ୍ୟକୁ ବିକ୍ରି କରାଯାଉଛି । ଜୁମ ଆପ୍ ୟୁଜରମାନଙ୍କର ଡାଟା ହ୍ୟାକର୍ସ ଫୋରମରେ ବିକ୍ରି କରୁଛି । ଏହା ବିଷୟରେ ପ୍ରଥମ ଏପ୍ରିଲରେ ସାଇବର ସିକ୍ୟୋରିଟୀ ଫର୍ମ ସାଇବଲ(ଉଚ୍ଚଭକ୍ଷର) ପକ୍ଷରୁ ମିଳିଥିଲା । ରିପୋର୍ଟ ଅନୁଯାୟୀ ଡାର୍କ ୱେବରେ ଜୁମ ଆପ୍ ୟୁଜର ମାନଙ୍କର ଡାଟାକୁ ମାତ୍ର ୦.୦୦୨୦ ଡଲାର ଅର୍ଥାତ ପ୍ରତି ଅକାଉଂଟ ପିଛା ୦.୧୫ ଟଙ୍କାରେ ବିକ୍ରି କରିଥିଲା । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଏହି ହ୍ୟାକିଙ୍ଗ ପାସୱର୍ଡ ଓ ଆଇଡି ଦ୍ୱାରା କରାଯାଇଛି ଅର୍ଥାତ ହ୍ୟାକର୍ସଙ୍କୁ ଏହା ବିଷୟରେ ପୂର୍ବରୁ ହିଁ ସୂଚନା ଜଣାଥିଲା ।


Share It

Comments are closed.