ଜାତିସୂଚକ ଶବ୍ଦର ବ୍ୟବହାରକୁ ନେଇ କ୍ଷମା ପ୍ରାର୍ଥନା କଲେ ଯୁବରାଜ
ଭାରତୀୟ ଦଳର ପୂର୍ବତ୍ତନ କ୍ରିକେଟର ଯୁବରାଜ ସିଂହ ଜାତିବାଦ ଶବ୍ଦ ପ୍ରୟୋଗ କରିବାକୁ ନେଇ ଟ୍ୱିଟର ଜରିଆରେ ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ଯୁବରାଜ ଟ୍ୱିଟରେ ଲେଖିଛନ୍ତି ଯେ, ସେ କୌଣସି ଭେଦଭାବକୁ ନେଇ ବିଶ୍ୱାସ କରନ୍ତି ନାହିଁ ଏବଂ ତାଙ୍କ କଥାକୁ ଭଲ ଭାବେ ଗ୍ରହଣ କରାଯାଇଛି । ଏହା ସହ ଯୁବରାଜ କହିଛନ୍ତି ଯେ, ଯଦି ତାଙ୍କର କଥାକୁ ନେଇ କାହାକୁ କଷ୍ଠ ହୋଇଛି ସେଥିପାଇଁ ସେ କ୍ଷମା ପ୍ରାର୍ଥନା କରୁଛନ୍ତି । ପ୍ରକାଶ ଥାଉକି, କିଛି ଦିନ ପୂର୍ବରୁ ଯୁବରାଜ ସିଂହଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ରୋହିତ ଶର୍ମାଙ୍କ ସହ ଲାଇଭ ଇନଷ୍ଟାଗ୍ରାମ ଚ୍ୟାଟ ସମୟରେ ଏକ ଜାତିସୂଚନ ଶବ୍ଦର ପ୍ରୟୋଗ କରିଥିଲେ ।
— yuvraj singh (@YUVSTRONG12) June 5, 2020
ଯୁବରାଜ ସିଂହ ଟ୍ୱିଟରେ କ୍ଷମା ପ୍ରାର୍ଥନା କରି ଲେଖିଛନ୍ତି ଯେ, “ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ରଙ୍ଗ, ଜାତି,ଧର୍ମ କିମ୍ବା ଲିଙ୍ଗ ଆଧାରରେ କୌଣସି ବି ପ୍ରକାରର ଭେଦଭାବ ଉପରେ ବିଶ୍ୱାସ କରେ ନାହିଁ । ମୁଁ ମୋ ଜୀବନକୁ ଲୋକଙ୍କ ମଙ୍ଗଳ ପାଇଁ ବଞ୍ଚିଛି ଏବଂ ଆଗକୁ ମଧ୍ୟ ଏଭଳି ବଞ୍ଚିବା ପାଇଁ ଚାହୁଁଛି । ମୁଁ ସମସ୍ତ ବ୍ୟକ୍ତିଙ୍କୁ ସମ୍ମାନ କରେ । ମୁଁ ଭାବୁଛି ଯେ, ମୁଁ ମୋର ସାଙ୍ଗ ସହ କଥା ହେଉଥିବାବେଳେ ସେହି ସମୟରେ ମୋ କଥାକୁ ଭଲ ଭାବେ ଗ୍ରହଣ କରାଯାଇଛି, ଯାହାକି ସମ୍ପୂର୍ଣ୍ଣ ଅନୁଚିତ ଅଟେ । ମୁଁ ଜଣେ ଦାୟିତ୍ୱବାନ ଭାରତୀୟ ହୋଇଥିବା ହେତୁ ଏହା କହିବାକୁ ଚାହୁଁଛି ଯେ, ଭୁଲ ବଶତଃ ଯଦି ମୋ କଥାକୁ ନେଇ କାହାକୁ କଷ୍ଠ ପହଞ୍ଚିଛି ତେବେ ମୁଁ କ୍ଷମା ପ୍ରାର୍ଥନା କରୁଛି । ଦେଶ ଏବଂ ଦେଶବାସୀଙ୍କ ପ୍ରତି ମୋର ଭଲ ପାଇବା ସର୍ବଦ ରହିବ । ”
Comments are closed.