ହାଜତରେ ୟୁଟ୍ୟୁବର ତପି ମିଶ୍ର

Share It

ଭୁବନେଶ୍ୱର: ମହିଳା ଲେଖିକାଙ୍କୁ ସୋସିଆଲ ମିଡିଆରେ ଗାଳିଦେବା ମହଙ୍ଗା ପଡ଼ିଲା ୟୁଟ୍ୟୁବର ତପି ମିଶ୍ରଙ୍କୁ । ବନସ୍ମିତା ଅଭିଯୋଗ କରିଛନ୍ତି  ଯେ , ୨୦୨୩ ଅକ୍ଟୋବରରେ ପ୍ରକାଶିତ ପୁସ୍ତକ ‘ଅଗ୍ନି ପରୀକ୍ଷା’ରେ ସଂସ୍କୃତ ଶିବ ତାଣ୍ଡବର ଓଡ଼ିଆ ଅନୁବାଦ ପ୍ରକାଶ ପାଇଥିଲା। ଯାହା ବନସ୍ମିତାଙ୍କ ନିଜ ଅନୁସୃଜନ। ଆଉ ଏହି ଅନୁବାଦର ପ୍ରକାଶନ ରାଇଟ୍ସ ବିକେ ପବ୍ଲିକେସନ ଏବଂ ଭିଜୁଆଲ ରାଇଟ୍ସ ରତ୍ନା ଫିଲ୍ମସ ନିକଟରେ ରହିଛି। କିନ୍ତୁ ତପି ମିଶ୍ର ବିନା  ଏନଓସି ରେ ସଙ୍ଗୀତର ଲେଖକ କହି ଓଡ଼ିଆ ଶିବ ତାଣ୍ଡବ ରିଲିଜ୍‌ କରିଥିବା ଅଭିଯୋଗ କରି, ବନସ୍ମିତା ଇନଫୋସିଟି ଥାନାରେ ଏକ ମାମଲା ରୁଜୁ କରିବ ସହ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଥିଲେ।   ତପି କିନ୍ତୁ ଓଲଟା କେସ୍‌ ଉଠାଇବା ପାଇଁ ଲେଖିକାଙ୍କ ଉପରେ ଚାପ ପକାଉଥିଲେ। ଆଉ ଏହାକୁ ନେଇ ଫେସବୁକ୍‌ ତଥା ସାମାଜିକ ଗଣମାଧ୍ୟମ ଆଗରେ ଖରାପ ଭାଷା ପ୍ରୟୋଗ କରି ଧମକ ଦେବାର ଅଭିଯୋଗ ଆଣି ବନସ୍ମିତା  ଥାନାରେ ଆଉ ଏକ ଏତଲା ଦେଇଥିଲେ। ଯାହା ପରେ ଇନଫୋସିଟୀ ପୋଲିସ୍ତ ଆଜି ତପିଙ୍କୁ ଗିରଫ କୋର୍ଟ ଚାଲାଣ କରିଛି। 


Share It

Comments are closed.