୨୪ ଘଂଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ୨୭୦ କିମି ପଦଯାତ୍ରା କଲେ ସମାଜସେବୀ
ରାଜ୍ୟରେ ୨୪ ଘଂଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଓ ଅନ୍ୟାନ୍ୟ ଦାବୀ ନେଇ ଭିନ୍ନ ଉପାୟରେ ବିକ୍ଷୋଭ କରି ୨୭୦ କିମି ପଦଯାତ୍ରା କରି ଜଣେ ଯୁବକ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ଭୁବନେଶ୍ୱରରେ ଆସି ପଂହଚିଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ନିଜର ଦାବୀ ଜଣାଇବେ ବୋଲି ଲକ୍ଷ୍ୟ ରଖିଛନ୍ତି ।
ମିଳିଥିବା ସୂଚନା ମୁତାବକ ବ୍ୟକ୍ତି ଜଣଙ୍କର ନାମ ଅର୍ନବ ପଣ୍ଡା ଥିବାବେଳେ ମୁଖ୍ୟତଃ ନିଜ ଜିଲ୍ଲାରେ ୨୪ ଘଂଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାର ଲକ୍ଷ୍ୟ ରଖିଛନ୍ତି । ଅର୍ନବ ଦେଓଗଡରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଭିନ୍ନ ଉପାୟରେ ପ୍ରତିବାଦ ସ୍ୱରୁପ ୨୭୦ କିମି ପଦଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ନିଜର ଦାବୀ ସଂପର୍କରେ ଅବଗତ କରାଇବେ ।
ଅର୍ନବ ଅଗଷ୍ଟ ୬ରେ ଦେଓଗଡରୁ ପଦଯାତ୍ରା ଆରମ୍ଭ କରିଥିବାବେଳେ ୨୭୦ କିମି ଅତିକ୍ରମ କରି ଗତ କାଲି ଭୁବନେଶ୍ୱରରେ ଆସି ପହଂଚିଥିଲେ । ୧୨ ଦଫା ନେଇ ଆଜି ସେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ସେ ସାଙ୍ଗରେ ଜାତୀୟ ପତକା ଧରି ଆସିଛନ୍ତି । ସ୍ୱାସ୍ଥ୍ୟ ସେବା ଯୋଗାଇଦେବା, ଶିକ୍ଷା, ପରିବହନ ଯୋଗାଯୋଗ ଠାରୁ ଆରମ୍ଭ କରି ମୋବାଇଲ ଟାୱାର ସ୍ଥାପନା , କ୍ରୀଡା ଏବଂ ପର୍ଯ୍ୟଟନ ଭିତ୍ତିଭୂମିରେ ବିକାଶ ଏବଂ ଏନଏସି ଷ୍ଟାଟସ ଭଳି ବିଭିନ୍ନ ଦାବୀ ନେଇ ସେ ଏହି ପଦଯାତ୍ରା ଶେଷ କରିଛନ୍ତି ।
ଅର୍ନବ କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଚାହୁଁଛନ୍ତି ଏବଂ ଜିଲ୍ଲାର ଏହି ସମସ୍ତ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବାକୁ ଚାହୁଁଛନ୍ତି । ଅର୍ନବ କହିଛନ୍ତି ଯେ, ବାରମ୍ବାରା ଜିଲ୍ଲା ପ୍ରଶାସନକୁ ଏ ସଂପର୍କରେ ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ ଶୂନ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି । ସେଥିପାଇଁ ସେ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏହି ସମସ୍ୟା ଓ ଏହାର ସମାଧାନ ଉପରେ ଆଲୋଚନା କରିବା ପାଇଁ ଭିନ୍ନ ବିକ୍ଷୋଭ ପନ୍ଥା ଆପଣାଇଛନ୍ତି ।
Comments are closed.