ଅସହାୟଙ୍କୁ ସହାୟତାର ହାତ ବଢାଇଲେ ଯୁବ ସମାଜସେବୀ
କଟକ : କରୋନାକୁ ନେଇ ସାରା ଦେଶରେ ଉପୁଜିଥିବା ଲକଡାଉନ ସମସ୍ୟା ମଧ୍ୟରେ ବିଶେଷ କରି ଦିନ ମଜୁରିଆ, ଶ୍ରମିକ ଶ୍ରେଣୀର, ଖଟିଖିଆ ଏବଂ ଦୁଃଖୀ ଓ ଅସହାୟ ବ୍ୟକ୍ତି ମାନେ ବେଶ ପ୍ରଭାବିତ ହୋଇଥିବାବେଳେ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ବର୍ତ୍ତମାନ ସଂପୂର୍ଣ୍ଣ ଋପେ ଭାଙ୍ଗିଯାଇଛି । ଦେଶ ହେଉ କିମ୍ବା ରାଜ୍ୟରେ ଏହି ମାନଙ୍କୁ ସହାୟତାର ହାତ ବଢାଇବାକୁ ଯାଇ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ସ୍ୱେଚ୍ଛାସେବୀ ପର୍ଯ୍ୟନ୍ତ ସମସ୍ତ ଆଗେଇ ଆସିଥିବାବେଳେ ଠିକ୍ ଏହିଭଳି ଏକ ଦୃଶ୍ୟ କଟକ ସହରରେ ଦେଖିବାକୁ ମିଳିଛି ।
କଟକରେ ଯୁବ ସମାଜସେବୀଙ୍କ ପକ୍ଷରୁ କଟକର ବିଭିନ୍ନ ସ୍ଥାନରେ ଦୁଇ ଓଳି ଖାଇବାକୁ ପାଉନଥିବା ଅସହାୟ ବ୍ୟକ୍ତି ଏବଂ ନୀରିହ ଭୋକିଲା ଜୀବଜନ୍ତୁଙ୍କୁ ଶୁଖିଲା ଖାଦ୍ୟ ଠାରୁ ଆରମ୍ଭ କରି ରନ୍ଧା ଖାଦ୍ୟ ଆଦି ପ୍ରଦାନ କରାଯାଇଛି । ମେରିଆ ବଜାର ଠାରୁ ଆରମ୍ଭ କରି କନିକା ଛକ ପର୍ଯ୍ୟନ୍ତ କଟକର ବିଭିନ୍ନ ସ୍ଥାନରେ ବୁଲି ବୁଲି ସ୍ୱେଚ୍ଛାସେବୀଙ୍କ ପକ୍ଷରୁ ଏହି ମହତ କାର୍ଯ୍ୟ କରାଯାଉଥିବାବେଳେ ଏହି ମହତ୍ତ କାର୍ଯ୍ୟ ପାଇଁ ସ୍ୱେଚ୍ଛାସେବୀଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ମଧ୍ୟ ଛୁଟିବାରେ ଲାଗିଲାଣି । କେବଳ ଏତିକି ନୁହେଁ ବର୍ତ୍ତମାନ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଦେଇଥିବାବେଳେ ଏହି ଅଭାବକୁ ପୂରଣ କରିବାକୁ ଯାଇ ସମାଜସେବୀଙ୍କ ପକ୍ଷରୁ ରକ୍ତ ଦାନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା ।
ଏମାନଙ୍କ ମଧ୍ୟରେ ଲଲାତ କେଶରୀ ପରିଡା, ସୌମ୍ୟ ସୁଭଦର୍ଶନ, ସକିଲ ଅଖତର, ଅବଦୁଲ ରେହମାନ, ରୋହନ ଭଗତ ଏବଂ ସୁରେଶ ନାୟକ ଭଳି ପ୍ରମୁଖ ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ ।
Comments are closed.