ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ
ଆଳି,୪/୩: ଖରସ୍ରୋତା ନଦୀକୁ ଡେଇଁ ଯୁବତୀକୁ ଆତ୍ମହତ୍ୟା ଉଦ୍ୟମ। ଉଦ୍ଧାର କଲେ ସ୍ଥାନୀୟ ଲୋକ ।କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସାନଆଙ୍କୋ ଅଞ୍ଚଳରୁ ଆସିଛି ଅଭାବନୀୟ ଦୃଶ୍ୟ। ପାରିବାରିକ କଳହରୁ ଯୁବତୀଙ୍କ ଆତ୍ମହତ୍ୟା ସନ୍ଦେହ । ସୂଚନା ଅନୁଯାଇ ଆଜି ସାନ୍ଧ୍ୟ ୮ ଘଟିକା ସମୟରେ ଜଣେ ଯୁବତୀ ଖରସ୍ରୋତା ପୋଲ ଉପରୁ ଡେଇଁ ହତ୍ୟାଉଦ୍ୟମ କରିଥିଲେ । ପରେ ସେଠି ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଦେଖୀ ତାକୁ ବଂଚେଇବା ପାଇଁ ଆପ୍ରାଣ ଉଦ୍ୟମ କରି କୂଳକୁ ଆଣିଥିଲେ । ପରେ ପରେ ଯୁବତୀଙ୍କୁ ଆଳି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ଲାଗି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ।ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ଥିବାବେଳେ ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।

Comments are closed.