ଦ୍ୱିତୀୟ ଥର ପାଇଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଋପେ ଶପଥ ନେବେ ଯୋଗୀ ଆଦିତ୍ୟନାଥ
ଉତ୍ତର ପ୍ରଦେଶରେ ବିପୁଳ ବିଜୟ ପରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଯୋଗୀ ଆଦିତ୍ୟନାଥ । ମାର୍ଚ୍ଚ ୨୧ ତାରିଖ ଅର୍ଥାତ ହୋଲି ପରେ ଯୋଗୀ ଆଦିତ୍ୟନାଥ ଶପଥ ନେଇପାରନ୍ତି ବୋଲି ସୂଚନା ମିଳିଛି । ଶପଥ ଗ୍ରହଣ ଉତ୍ସବ ପାଇଁ ଭବ୍ୟ ଆୟୋଜନ ମଧ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ।
ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ୍ ଷ୍ଟାଡିୟମରେ ଭବ୍ୟ ଶପଥ ସମାରୋହ ଅନୁଷ୍ଠିତ ହେବ । ମିଳିଥିବା ସୂଚନା ଅନୁସାରେ ଯୋଗୀଙ୍କ ଦ୍ବିତୀୟ ଇନିଂସ ପାଇଁ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ପ୍ରାୟ ୪୫ ହଜାରରୁ ଉର୍ଦ୍ଧ୍ବ ଜନତା ସାମିଲ ହେବେ । ସେମାନଙ୍କ ମଧ୍ୟରେ ୨୦୦ଜଣ VVIP ସାମିଲ ହେବେ । ତାଲିକା ମଧ୍ୟ ପ୍ରସ୍ତୁତ ହୋଇସାରିଛି ।
ଯୋଗୀ ଆଦିତ୍ୟନାଥଙ୍କ ଶପଥ ସମାରୋହ ଉତ୍ସବରେ ବିରୋଧୀ ଦଳ ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଯିବା ଖବର ମିଳିଛି । କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷର ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ରାହୁଲ ଗାନ୍ଧି, ମୁଲାୟମ ସିଂହ ଯାଦବ, ଅଖିଳେଶ ଯାଦବ, ମାୟାବତୀ ସମତେ ଅନେକ ନେତାଙ୍କୁ ଶପଥ ଗ୍ରହଣ ଉତ୍ସବ ପାଇଁ ନିମନ୍ତ୍ରିତ କରାଯିବ । ଏହା ବାଦ୍ ଅନେକ କେନ୍ଦ୍ରୀୟ ନେତୃତ୍ବ ମଧ୍ୟ ଉତ୍ସବରେ ସାମିଲ ହେବେ ।
Comments are closed.