ପୁଣି ସାମ୍ନାକୁ ଆସିଲା ଯାତ୍ରା କଳାକାର ମାଲିକ ବିବାଦ
ପୁଣି ସାମ୍ନାକୁ ଆସିଲା ଯାତ୍ରା କଳାକାର ମାଲିକ ବିବାଦ। ଯାତ୍ରା ମାଲିକ ଙ୍କ ନାମ ରେ ସଙ୍ଗୀନ ଅଭିଯୋଗ ଆଣିଲେ ଯାତ୍ରା କଳାକାର। ଯାତ୍ରା କଳାକାର ତଥା ହାସ୍ୟ ଅଭିନେତା ନରି ପଣ୍ଡା ଆଗାମୀ ଯାତ୍ରା ଋତୁ ୨୦୨୫- ୨୬ ପାଇଁ ତୁଳସୀ ଗଣନାଟ୍ୟ କୁ ଯିବା ପାଇଁ ୧୬ ଲକ୍ଷ୍ୟ ଟଙ୍କା ଏଗ୍ରିମେଣ୍ଟ ହୋଇଥିଲା। ସେ ଦୁଇଟି ପର୍ଯ୍ୟାୟ ରେ ୧୦ ଲକ୍ଷ୍ୟ ଟଙ୍କା ନେଇଥିବା ବେଳେ। ଆଉ ଅବଶିଷ୍ଟ ଟଙ୍କା ପାଇଁ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଙ୍କୁ ଫୋନ କରିଵାରୁ ସେ ଫୋନ ରେ ତାଙ୍କୁ ଆଉ ତାଙ୍କ ପତ୍ନୀ ଙ୍କୁ ଖରାପ ବ୍ୟବହାର କରିଥିବା ନରି ପଣ୍ଡା ଅଭିଯୋଗ କରିଥିଲେ। ସେ ତୁଳସୀ ଗଣନାଟ୍ୟ ରେ ରହିବେ ନାହିଁ ସେଥିପାଇଁ ସେ ନେଇଥିବା ୧୦ ଲକ୍ଷ ଟଙ୍କା ଫେରସ୍ତ କରିବା ପାଇଁ ମାଲିକ ଙ୍କ ପାଖକୁ ଆସିଥିବା ସମୟ ରେ ତାଙ୍କୁ ମାଲିକ ମାଡ ମାରିଥିବା ଅଭିଯୋଗ ଆଣିଛନ୍ତି ନରି ପଣ୍ଡା।
ନରି ପଣ୍ଡା ଙ୍କ ଅଭିଯୋଗ ସମ୍ପୂର୍ଣ ଭିତ୍ତିହିନ ବୋଲି ତୁଳସୀ ଗଣନାଟ୍ୟ ର ମାଲିକ ଅନନ୍ତ ନାରାୟଣ ଧଳ କହିଛନ୍ତି। ସେ ୧୬ ଲକ୍ଷ୍ୟ ଟଙ୍କା ପାଇଁ ଏଗ୍ରିମେଣ୍ଟ ହୋଇଥିଲେ।୧୦ ଲକ୍ଷ୍ୟ ଟଙ୍କା ନେଇଥିଲେ। ଅନ୍ୟ ଯାତ୍ରା ପାର୍ଟି ରୁ ଅଧିକ ଟଙ୍କା ପାଇବା ଆଶାରେ ସେ ଏହିଭଳି ନାଟକ କରୁଛନ୍ତି। ସେ ତାଙ୍କ ପତ୍ନୀ ଙ୍କୁ କୌଣସି ଖରାପ ବ୍ୟବହାର କରି ନାହାନ୍ତି। ସେଦିନ ସେ ଟଙ୍କା ଫେରାଇବା ପାଇଁ ଆସିଥିବା ବେଳେ ମାଡ ମାରଜାଇ ଥିବା କଥା କୁ ଖଣ୍ଡନ କରିଛନ୍ତି। ସେ ୧୦ ଲକ୍ଷ୍ୟ ଟଙ୍କା ଫେରାଇ ନେବା ସହ ଗ୍ରସ୍ତ ଖର୍ଚ୍ଚ ପାଇଁ ୧୦୦୦ ଟଙ୍କା ଦିଆଯାଇ ଥିବା ପାର୍ଟି ମାଲିକ କହିଛନ୍ତି। ସେ ତୁଳସୀ ଗଣନାଟ୍ୟ ପାଇଁ ଆଗାମୀ ବର୍ଷ ରେ ରହିବା ପାଇଁ କହିଛନ୍ତି। ସେ କେଉ ପରିସ୍ଥିତି ରେ କହିଛନ୍ତି ମୁଁ ଜାଣିନି। ଯାତ୍ରା କଳାକାର ମାନଙ୍କ ର ଏହା ଏକ ଅଭ୍ୟାସ ରେ ପରିଣତ ହୋଇ ଗଲାଣି। ତୁଳସୀ ଗଣନାଟ୍ୟ ଆଗାମୀ ଦିନରେ ମଧ୍ୟ ଦର୍ଶକ ଙ୍କୁ ସଠିକ୍ ମନୋରଂଜନ ଯୋଗାଇବା। ଯଦି ନରି ପଣ୍ଡା ଆଗାମୀ ବର୍ଷ ପାଇଁ ତୁଳସୀ ରେ ଯୋଗ ନ ଦେବେ ତେବେ ସେ ଆଇନ ର ଆଶ୍ରୟ ନେବେ ବୋଲି ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ କହିଛନ୍ତି। ଅନ୍ୟପଟେ ଯେଉଁ କମିଟି ଆଗାମୀ ବର୍ଷ ପାଇଁ ଯାତ୍ରା ବୁକିଂ କରିଛନ୍ତି ସେମାନେ କଳାକାର ଓ ମାଲିକ ଙ୍କ ବିବାଦ କୁ ନେଇ ଚିନ୍ତା ରେ ପଡିଛନ୍ତି।
Comments are closed.