ହିଜାବ ରାୟ ଦେଇଥିବା ବିଚାରପତିଙ୍କୁ ଦିଆଯିବ ୱାଇ ସୁରକ୍ଷା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ହିଜାବ ବିବାଦ ମାମଲାର ରାୟ ଶୁଣାଇଥିବା କର୍ଣ୍ଣାଟକ ହାଇକୋର୍ଟର ୩ ଜଣ ବିଚାରପତିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୱାଇ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ । ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ ।
ସେ କହିଛନ୍ତି ଏହି ୩ ବିଚାରପତିଙ୍କୁ ହତ୍ୟା ଧମକ ମିଳିଛି । ତେଣୁ ବିଧାନ ସୌଧ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ଲାଗି ସେ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତିଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଛନ୍ତି । ଏହି ୩ ବିଚାରପତି ହେଲେ ମୁଖ୍ୟ ବିଚାରପତି ଋତୁରାଜ ଅୱସ୍ତି, ବିଚାରପତି କ୍ରିଷ୍ଣା ଦୀକ୍ଷିତ ଏବଂ କାଜି ଏସ୍. ଜୈବୁନ୍ନିସା । ଗତ ମଙ୍ଗଳବାର ହାଇକୋର୍ଟର ୩ ଜଣିଆ ଖଣ୍ଡପୀଠ ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ଉପରେ ବ୍ୟାନ୍କୁ ବିରୋଧ କରି ଆଗତ କେତେକ ପିଟିସନକୁ ଖାରଜ କରିଦେଇଥିଲେ । କହିଥିଲେ ଇସ୍ଲାମ ଧର୍ମରେ ହିଜାବ ଏକ ଧାର୍ମିକ ପ୍ରଥା ନୁହେଁ ।
Comments are closed.