ସାଓମି ଇଣ୍ଡିଆ ପକ୍ଷରୁ ଏହାର ନୂଆ ସ୍ମାର୍ଟଫୋନର ଶୁଭାରମ୍ଭ

Share It

ବେଙ୍ଗାଲୁରୁ, ୧୯, ଅଗଷ୍ଟ ୨୦୨୫: ସାଓମି ଇଣ୍ଡିଆ ପକ୍ଷରୁ ରେଡମି ୧୫ ୫ଜି ଲଂଚ କରାଯାଇଛି, ଯାହା କମ୍ପାନୀର ୧୫ ବର୍ଷର ଆନ୍ତର୍ଜାତୀୟ ଉଦ୍ଭାବନ ଓ ଭାରତରେ ୧୧ ବର୍ଷର ସଫଳତାକୁ ଚିହ୍ନିତ କରିଛି । ଏହି ନୂତନ ଡିଭାଇସ ପାୱାର, କାର୍ଯ୍ୟଦକ୍ଷତା ଓ ଷ୍ଟାଇଲକୁ ଏକୀକୃତ କରିଛି ଯାହା ଆଜିର କନେକ୍ଟେଡ ଉପଭୋକ୍ତାଙ୍କ ପାଇଁ ଡିଜାଇନ କରାଯାଇଛି ।
ରେଡମି ୧୫ ୫ଜି ଏକ ସେଗ୍‌ମେଂଟ-ପ୍ରଥମ ୭୦୦୦ ଏମଏଏଚ ଇଭି-ଗେ୍‌ରଡ ସିଲିକନ-କାର୍ବନ ବ୍ୟାଟେରୀର ଉନ୍ମୋଚନ କରିଛି, ଯାହା ୩୩ୱାଟ ଫାଷ୍ଟ୍ ଚାର୍ଜିଂ ଓ ୧୮ୱାଟ ରିଭର୍ସ ଚାର୍ଜିଂ ସହିତ ୪୮ ଘଂଟାର ପାୱାର ପ୍ରଦାନ କରୁଛି । ଏଥିରେ ଏକ ୬.୯ ଇଂଚ ଏଫଏଚଡି+ ଆଡାପ୍ଟିଭ ସିଙ୍କ ଡିସ୍‌ପ୍ଲେ ସହ ୧୪୪ଏଚଜେଡ ପର୍ଯ୍ୟନ୍ତ ରିଫ୍ରେଶ ରେଟ, ଟିୟୁଭି ରେନଲ୍ୟାଣ୍ଡ ଟ୍ରିପଲ ସାର୍ଟିଫିକେଶନ ଏବଂ ନିମଜ୍ଜିତ ମନୋରଞ୍ଜନ ପାଇଁ ଡଲ୍‌ବି-ସାର୍ଟିଫାଏଡ ସ୍ପିକର ରହିଛି ।
ଏହି ଫୋନ ୧୬ଜିବି ପର୍ଯ୍ୟନ୍ତ ରାମ (ଭର୍ଚୁଆଲ ରାମ ସହିତ) ଓ ୟୁଏଫଏସ ୨.୨ ଷ୍ଟୋରେଜ ସହ ସ୍ନାପଡ୍ରାଗନ ୬ଏସ ଜେନ ୩ ଦ୍ୱାରା ପରିଚାଳିତ ଅଟେ । ଏହାର ୫୦ଏମ୍‌ପି ଏଆଇ ଡୁଆଲ କ୍ୟାମେରା ସିଷ୍ଟମ ଏବଂ ୮ଏମ୍‌ପି ଫ୍ରଂଟ କ୍ୟାମେରା ବିବିଧ ଇମେଜିଂ ନିଶ୍ଚିତ କରିଥାଏ, ଯାହା ଏଆଇ ଫିଚରଗୁଡିକ ଦ୍ୱାରା ସମର୍ଥିତ ଅଟେ । ଆଣ୍ଡ୍ରଏଡ ୧୫ ସହିତ ସାଓମି ହାଇପରଓଏସ ୨ରେ ପରିଚାଳିତ ଏହି ଡିଭାଇସ ଆଡ୍‌ଭାନ୍ସଡ ଇଂଟେଲିଜେନ୍ସ ଓ ସୁଗମ ମଲ୍ଟିଟାସ୍କିଙ୍ଗ ଦେଇଥାଏ ।
ଅଗଷ୍ଟ ୨୮ ତାରିଖ ୨୦୨୫ରୁ ଏହି ଫୋନ ୧୪,୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଫ୍ରଷ୍ଟେଡ ହ୍ୱାଇଟ, ମିଡ୍‌ନାଇଟ ବ୍ଲାକ ଓ ସ୍ୟାଣ୍ଡି ପର୍ପଲରେ ଉପଲବ୍ଧ ହେବ ।


Share It

Comments are closed.