ଭାରତର ଶୋଚନୀୟ ପରାଜୟ ପରେ, ଅଧିନାୟକ ପଦରୁ କୋହଲିଙ୍କୁ ହଟାଇବା ପାଇଁ ଆରମ୍ଭ ହେଲାଣି ଦାବୀ


ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଆଇସିସି ଟ୍ରଫି ଜିତିବାରେ ବାରମ୍ବାର ବିଫଳ ହେଉଛି । ଗତ ୪ ବର୍ଷରେ ଏହା ତୃତୀୟ ଥର ହୋଇଛି । ଦଳର ଏପରି ପ୍ରଦର୍ଶନକୁ ନେଇ ପ୍ରଶଂସକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାପୂର୍ବରୁ ଭାରତ ୨୦୧୭ରେ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପାକିସ୍ତାନଠୁ ହାରିଥିଲା । ଏହାପରେ ଦଳ ୨୦୧୯ ବିଶ୍ୱକପରେ ନ୍ୟୁଜିଲାଣ୍ଡଠାରୁ ଓ ୨୦୨୧ରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ମଧ୍ୟ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି ।

ବିରାଟ କୋହଲି ଦଳର ସବୁଠାରୁ ସଫଳ ଅଧିନାୟକ ହୋଇଥିଲେ ମଧ୍ୟ ତାଙ୍କ କବଜାରେ ଆଇସିସିର ଗୋଟିଏ ହେଲେ ଟ୍ରଫି ନାହିଁ । ଅସନ୍ତୁଷ୍ଟ ଫ୍ୟାନମାନେ ଟ୍ୱିଟରରେ ନିଜର ଅସନ୍ତୋଷ ଜାହିର କରିଛନ୍ତି। କିଛି ୟୁଜର କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବାକୁ ଦାବି କରିଛନ୍ତି ।

ଆଉ କେହି କୋହଲି ଭାରତକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନକରିବାକୁ କହିଛନ୍ତି । କୋହଲି ଆଇପିଏଲରେ ଆରସିବିର ଅଧିନାୟକ ଅଟନ୍ତି । ତାଙ୍କ ନେତୃତ୍ୱରେ ଦଳ ଥରେ ହେଲେ ଆଇପିଏଲ ଚାମ୍ପିଅନ ହୋଇନାହିଁ । ଫ୍ୟାନ୍ ମାନେ କୋହଲିଙ୍କ ବ୍ୟତୀତ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ଉପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନେ ଦଳ ପାଇଁ ନୂଆ କୋଚ୍ ଦାବି କରୁଛନ୍ତି ।


Share It

Comments are closed.