ବଳି ପାଇଁ ୧୪ କୋଟିରେ ନିଲାମ ହେଲା ଓଟ

Share It

ରମଜାନ୍ ମାସ ପାଖେଇ ଆସୁଥିବାବେଳେ ସାଉଦି ଆରବରେ ଏକ ଓଟ ୧୪ କୋଟି ଟଙ୍କାରେ ବିକ୍ରି ହୋଇଛି। ଗଲ୍ଫ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ସାଉଦ ଆରବର ଜଣେ ବ୍ୟକ୍ତି ୭ ନିୟୁତ ସାଉଦି ରିୟାଲ (ପ୍ରାୟ ୧୪.୨୩ କୋଟି ଟଙ୍କା) ଦେଇ ଏକ ଓଟ କିଣିଛନ୍ତି। ଏହା ବିଶ୍ବର ସବୁଠାରୁ ଦାମୀ ଓଟ ବୋଲି ବିବେଚିତ ହୋଇଛି । ଇଦ୍ ଅବସରରେ ସାଉଦି ଆରବରେ ଓଟ ବଳି ଚଢାଇବାର ପରମ୍ପରା ରହିଛି। ତେଣୁ ବଳି ଚଢାଇବା ଉଦ୍ଦେଶ୍ୟରେ ସେ ଓଟଟିକୁ କିଣିଛନ୍ତି। ଓଟର ପ୍ରାରମ୍ଭିକ ମୂଲ୍ୟ ୧୦.୧୬ କୋଟି ଟଙ୍କା ଥିବାବେଳେ ଏହାର ନିଲାମ ବଢି ୧୪.୨୩ କୋଟିରେ ପହଞ୍ଚିଥିଲା। ଓଟ କିଣିଥିବା ଲୋକର ପରିଚୟ ପ୍ରକାଶ କରାଯାଇ ନାହିଁ।


Share It

Comments are closed.