ୱାଲ୍ଡ ସ୍ଲିପ୍ ଡ଼େ ୨୦୨୧ଉପଲକ୍ଷେ ଓଏସଏରୁ ରକ୍ଷା ପାଇବା ପାଇଁ ଡ଼ାକ୍ତରଙ୍କ ପରାମର୍ଶ

Share It

ଭୁବନେଶ୍ୱର: ବିଶ୍ୱବ୍ୟାପୀ ଅବ୍‌ଷ୍ଟ୍ରକ୍‌ଟିଭ୍ ସ୍ଲିପ୍ ଅପ୍‌ନୋଇଆ (ଓଏସ୍‌ଏ) ରୋଗର ପ୍ରକୋପ ବଢିବାରେ ଲାଗିଛି ଏବଂ ଭାରତରେ ମଧ୍ୟ ଏହି ରୋଗରେ ପୀଡିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସବୁଠାରୁ ବଡ ଆହ୍ୱାନ ହେଉଛି ଆବଶ୍ୟକଠାରୁ ଖୁବ୍ କମ୍ ଓଏସ୍‌ଏ ମାମଲା ସାମ୍‌ନାକୁ ଆସିବା । ସେହିପରି ସମ୍ମୁଖୀନ ହେଉଥିବା ସବୁଠାରୁ ବଡ ଆହ୍ୱାନ ହେଉଛି ଏହି ରୋଗର ଭୁଲ୍ ନିଦାନ କରାଯିବା ଓ ଅନ୍ୟ କିଛି ରୋଗର ଚିକିତ୍ସା କରାଯିବା, ଯାହାଫଳରେ ଓଏସ୍‌ଏର ଯାଂଚ ହୋଇପାରିନଥାଏ । ଏହା ପରିବର୍ତେ ଲୋକମାନେ ମଧୁମେହ, ହୃଦ୍‌ରୋଗ ସ୍ଥିତି ଓ ମେଦବହୁଳତା ଭଳି ରୋଗ ପାଇଁ ଚିକିତ୍ସିତ ହୋଇଥାନ୍ତି, ଯାହାକି ଖରାପ ନିଦାନ କାରଣରୁ ଓଏସ୍‌ଏକୁ ଏକ ସାଇଲେଂଟ୍ କିଲର୍‌ରେ ପରିଣତ କରିଥାଏ । ଡାକ୍ତରମାନେ ସମ୍ମୁଖୀନ ହେଉଥିବା ସବୁଠାରୁ ବଡ ଆହ୍ୱାନ ହେଉଛି ଜଣେ ସ୍ଲିପ୍ ଆପ୍‌ନୋଇଆ ରୋଗୀଙ୍କୁ ପ୍ରକୃତ ପରିସ୍ଥିତି ପରିବର୍ତେ ଡିପ୍ରେସନ କିମ୍ବା ମଧୁମେହ ରୋଗ ପାଇଁ ଚିକିତ୍ସା କରିବା । ଏହି ଅବସରରେ ଡଃ ଦାମୋଦର ବିନ୍ଧାଣି, ଏମ୍‌ବିବିଏସ୍‌, ଏମ୍‌ଡି (ପଲ୍‌ମୋନାରୀ ମେଡିସିନ୍‌), କନ୍‌ସଲ୍‌ଟାଂଟ୍‌, ଇଂଟେନ୍‌ସିଭିଷ୍ଟ, ପଲ୍‌ମୋନୋଲୋଜି ଓ ସ୍ଲିପ୍ ମେଡିସିନ୍ଫଶ କେୟାର ସୁପର୍ ସ୍ପେଶିଆଲିଟି ହସ୍ପିଟାଲିଟି- ଭୁବନେଶ୍ୱରଙ୍କ ପକ୍ଷରୁ ଓଏସଏରୁ ରକ୍ଷା ପାଇବା ପାଇଁ ନିମ୍ନରେ କିଛି ପରାମର୍ଶ ପ୍ରଦାନ କରାଯାଇଛି ।
୨୦୧୯ରେ ଏକ ଉପଭୋକ୍ତା ଉତ୍ପାଦ ସଂସ୍ଥା ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣରେ ଜଣାଯାଇଥିଲା ଯେ, ମହିଳାମାନଙ୍କ ତୁଳନାରେ ପୁରୁଷମାନେ ସ୍ଲିପ୍ ଆପ୍‌ନୋଇଆ ବା ନିଦ୍ରାହୀନତା ରୋଗରେ ଅଧିକ ଆକ୍ରାନ୍ତ ହୋଇଥାନ୍ତି । ସେହିପରି ଭାରତୀୟମାନେ ହାରାହାରି ୭୭ ମିନିଟ୍‌ର ର‌୍ୟାପିଡ୍ ଆଇ ମୁଭ୍‌ମେଂଟ୍ (ଆର୍‌ଇଏମ୍‌) ନିଦ୍ରା ପାଇଥାନ୍ତି, ଯାହାକି ହେଉଛି ବିଶ୍ୱରେ ସର୍ବନିମ୍ନ, ଠିକ୍ ଜାପାନିଜ୍‌ଙ୍କ ପରି ଯେଉଁମାନେ ସମାନ ପରିମାଣର ହାରାହାରି ନିଦ୍ରା ପାଇଥାନ୍ତି । ଏକ ଲାନ୍‌ସେଟ୍ ରିପୋର୍ଟ ଅନୁଯାୟୀ, ଭାବନା ନିୟନ୍ତ୍ରଣ, ସ୍ମୃତିଶକ୍ତି ଓ ସେଲ୍ୟୁଲାର୍ ସ୍ତରରେ ପ୍ରୋଟିନ୍ ସିନ୍ଥେସିସ୍‌ର ସର୍ବୋଚ୍ଚ ପର୍ଯ୍ୟାୟ ପାଇଁ ଆର୍‌ଇଏମ୍ ନିଦ୍ରା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଯାହା ସୁନିଶ୍ଚିତ କରିଥାଏ ଯେ, ଶରୀରର ଏକାଧିକ ପ୍ରକ୍ରିୟା ସଠିକ୍ ଭାବେ କାର୍ଯ୍ୟ କରୁଛି ।
ସ୍ଲିପ୍ ଆପ୍‌ନୋଇଆରେ ପୀଡିତ ବ୍ୟକ୍ତିମାନେ ସେମାନଙ୍କର ମଦ୍ୟପାନକୁ ହ୍ରାସ କରିବା ଉଚତି ଏବଂ ନିଦ ବଟିକା ବା ସ୍ଲିପିଙ୍ଗ୍ ପିଲ୍‌ସର ସେବନ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ଉଚିତ । ଉଭୟ ମଦ୍ୟପାନ ଓ ନିଦ ବଟିକାର ଶୋଇବା ସମୟରେ ବାୟୁପଥ ନଷ୍ଟ କରିବାର ଏକ ପ୍ରବୃତି ରହିଥାଏ, ଯାହାଫଳରେ ଆପ୍‌ନୋଇକ୍ ଅବଧି ବୃଦ୍ଧି ପାଇଥାଏ । ସ୍ଲିପ୍ ଆପ୍‌ନୋଇଆର ଅନ୍ୟାନ୍ୟ କାରକଗୁଡିକ ମଧ୍ୟରେ ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ ଓ ଟାଇପ୍‌-୨ ମଧୁମେହ ଆଦି ସାମିଲ ରହିଛି । ସ୍ଲିପ୍ ଆପ୍‌ନୋଇଆର ଚିକିତ୍ସା ପାଇଁ ଅନେକ ଉପାୟ ରହିଛି, ଯାହାମଧ୍ୟରୁ ଗୋଟିଏ ହେଉଛି ଏକ ୱେଜ୍ ପିଲୋ ବା ତକିଆର ବ୍ୟବହାର କରିବା । ଏହା ବିଶେଷତଃ ନିଜ ପିଠି ମାଧ୍ୟମରେ ଶୋଉଥିବା ଲୋକମାନଙ୍କ ପାଇଁ ସହାୟକ ହୋଇଥାଏ ।
ଯଦି ଜଣେ ବ୍ୟକ୍ତିଙ୍କର ସାଇନସ୍ ସମସ୍ୟା କିମ୍ବା ନାକ ବନ୍ଦ ହେବା ସମସ୍ୟା ରହିଥାଏ, ତେବେ ସେମାନେ ଏକ ସୁନିଦ୍ରା ପାଇଁ ନାଜାଲ ସ୍ପ୍ରେର ବ୍ୟବହାର କରିବା ସମ୍ପର୍କରେ ଚିନ୍ତା କରିବା ଉଚିତ ଯାହା ସେମାନଙ୍କୁ ଘୁଙ୍ଗୁଡି ମାରିବା କମ୍ କରିବାରେ ଓ ବାୟୁ ପ୍ରବାହ ଉନ୍ନତ କରିବାରେ ସାହାଯ୍ୟ କରିବ ।
ଏହାଛଡା କିଛି ଯାନ୍ତ୍ରିକ ପଦ୍ଧତି ମଧ୍ୟ ଉପଲବ୍ଧ ରହିଛି ଯେପରିକି କଂଟିନ୍ୟୁୟସ୍ ପଜିଟିଭ୍ ଏୟାରୱେ ପ୍ରେସର (ସିପିଏପି) ଥେରାପି ଇତ୍ୟାଦି । ଏହି ଚିକିତ୍ସାରେ ରୋଗୀମାନେ ନିଜ ନାକ କିମ୍ବା ପାଟି ଉପରେ ଏକ ମାସ୍କ ପିନ୍ଧନ୍ତି ଏବଂ ବାୟୁ ଚାପକୁ ଆଡ୍‌ଜଷ୍ଟ କରାଯାଇଥାଏ ଯାହାଫଳରେ ଏହା ଶୋଇବା ସମୟରେ ଟିସ୍ୟୁଗୁଡିକୁ ନଷ୍ଟ ହେବାରୁ ରୋକିବା ପାଇଁ ପର୍ଯ୍ୟାପ୍ତ ହୋଇଥାଏ, ଫଳରେ ଘୁଙ୍ଗଡି ମଧ୍ୟ ବନ୍ଦ ହୋଇଥାଏ ।
ସବୁଠାରୁ ବଡ ମନଗଢା କାହାଣୀ ହେଉଛି, ଘୁଙ୍ଗୁଡି ସୁନିଦ୍ରା ସହିତ ଜଡିତ । ତେବେ ପ୍ରକୃତ ଘଟଣା ଏହା ନୁହେଁ, ଘୁଙ୍ଗଡି ମାରୁଥିବା ଲୋକମାନେ ସବୁବେଳେ ବିବ୍ରତ ହୋଇ ଉଠିପଡନ୍ତି ଓ ଦିନସାରା କ୍ଳାନ୍ତ ଅନୁଭବ କରିଥାନ୍ତି । ଯଦି ଆପଣ ଓଏସ୍‌ଏରେ ପୀଡିତ ତେବେ ଏହାର ଅର୍ଥ ହେଉଛି ଆପଣ ଜଣେ ସ୍ନୋରର୍ ବା ଘୁଙ୍‌ୁଡି ମାରୁଥିବା ବ୍ୟକ୍ତି, ଯାହା ଏକ ଭଲ କଥା ନୁହେଁ । ଘୁଙ୍ଗୁଡି ମାରିବା ଅର୍ଥ ହେଉଛି ଆପଣଙ୍କ ଗଳାର ମାଂସପେଶୀ ନଷ୍ଟ ହୋଇଯାଇଛି, ଯାହା ଆପଣ ଶୋଇବା ସମୟରେ ଅନିୟମିତ ଶ୍ୱାସକ୍ରିୟା ସୃଷ୍ଟି କରିଥାଏ । ଯଦି ଆପଣ ଜଣେ ସ୍ନୋରର୍ ଏବଂ ଆପଣଙ୍କୁ ଏହା କୁହାଯାଇଛି ତେବେ ଓଏସ୍‌ଏ ପାଇଁ ଯାଂଚ କରାନ୍ତୁ ।
ଅଧ୍ୟୟନଗୁଡିକରୁ ଜଣାପଡିଛି ଯେ, ନିଦ୍ରାର ଅଭାବ ଅସମୟରେ ବା ଅକାଳ ଅସୁସ୍ଥତା ଓ ମୃତ୍ୟୁ ସହିତ ଜଡିତ । ୟୁନାଇଟେଡ୍ ଷ୍ଟେଟ୍‌ସର ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ରଗୁଡିକ ଅନୁଯାୟୀ, ଅପର୍ଯ୍ୟାପ୍ତ ନିଦ୍ରା ବିଭିନ୍ନ କ୍ରୋନିକ୍ ଓ ଜୀବନଶୈଳୀ ରୋଗ ଯେପରିକି ଟାଇପ୍ ୨ ଡାଇବେଟିସ୍‌, ହୃଦ୍‌ରୋଗ, ମେଦବହୁଳତା ଓ ଡିପ୍ରେଶନର ବିକାଶ ଓ ପରିଚାଳନା ସହ ଜଡିତ । ମେଡିକାଲ ଇନ୍ସ୍ୟୁରାନ୍ସ ଏହି ସମସ୍ତ ସ୍ଥିତିଗୁଡିକୁ କଭର୍ କରୁଥିବା ବେଳେ ଓଏସ୍‌ଏକୁ କଭର୍ କରୁନାହିଁ, ଯାହାକୁ ଯଦି ସଠିକ୍ ଭାବେ ଚିକିତ୍ସା କରାଯାଏ ତେବେ ଲାଇଫ୍‌ଷ୍ଟାଇଲ୍ ରୋଗଗୁଡିକରେ ଆକ୍ରାନ୍ତ ହେବାର ବିପଦ ସମ୍ଭବନାକୁ ନିୟନ୍ତ୍ରଣ କିମ୍ବା ହ୍ରାସ କରାଯାଇପାରେ ।
ଅଧିକ ଉତ୍ପାଦକତା ଓ ଦୀର୍ଘ ସାପ୍ତାହିକ ଛୁଟି ସୁନିଶ୍ଚିତ କରିବା ଲାଗି ସ୍ୱିଡେନ୍ ଓ ଅନ୍ୟ ସ୍କାଣ୍ଡିନାଭିଆନ୍ ଦେଶଗୁଡିକ ୪ ଦିନ କାର୍ଯ୍ୟ ବିଶିଷ୍ଟ ସପ୍ତାହର ଶୁଭାରମ୍ଭ କରିଛନ୍ତି, ଯାହାଫଳରେ କାର୍ଯ୍ୟ ଚାପ ହ୍ରାସ ହୋଇଥାଏ ଏବଂ ଏହି ପ୍ରକ୍ରିୟା ଏକ ସୁନିଦ୍ରା ଆଣିଥାଏ, ଏଭଳି କିଛି ଭାରତରେ ଏକ ସାଧାରଣ କଥାରେ ପରିଣତ ହେବା ପାଇଁ ଆହୁରି କିଛି ବର୍ଷ ସମୟ ଲାଗିଯିବ । ବର୍ତମାନ ଏଠାରେ ଏବେ ବି ଅନେକ ସଂସ୍ଥା ରହିଛନ୍ତି ଯେଉଁଠାରେ ୬ ଦିନ କାର୍ଯ୍ୟ ସପ୍ତାହ ରହିଛି ଏବଂ ଲୋକଙ୍କ ଦ୍ୱାରା ଦିଆଯାଉଥିବା ଘଂଟା ସଂଖ୍ୟା ଅନିୟମିତ ଖାଇବା ଓ ଶୋଇବା ସମୟ ସୁନିଶ୍ଚିତ କରିଥାଏ, ଯାହାଫଳରେ ଓଏସ୍‌ଏ-ଅନ୍ତର୍ନିହିତ ଜୀବନଶୈଳୀ ରୋଗ ହେବାର ବିପଦ ବଢିଥାଏ । ଭାରତରେ ୪-ଦିନ କାର୍ଯ୍ୟ ସପ୍ତାହ ପାଇଁ ଦାବିରେ ଫେବୃଆରୀ ୨୦୨୧ରେ ଏକ ଏକ ନ୍ୟୁଜ୍ ରିପୋର୍ଟ ପ୍ରକାଶିତ ହୋଇଥିବା ବେଳେ, ୪୮ ଘଂଟାର ସାପ୍ତାହିକ କାର୍ଯ୍ୟ ତଥା ଦିନକୁ ୧୨ ଘଂଟାର କାର୍ଯ୍ୟ ଭାରତୀୟ କର୍ମଚାରୀମାନଙ୍କ ପାଇଁ ଜୀବନକୁ ସହଜ କରିବ ବୋଲି କୌଣସି ଠୋସ୍ ପ୍ରମାଣ ନାହିଁ ।
ତେବେ ଗୋଟିଏ କଥା ନିଶ୍ଚିତ ଯେ, ଯଦି ଆପଣ ସ୍ଲିପ୍ ଆପ୍‌ନୋଇଆ ପାଇଁ ନିଜର ଚିକିତ୍ସା କରାଇବେ ତେବେ ଆପଣ ସୁସ୍ଥ ହୋଇପାରିବେ ଏବଂ ଏହାର ଆପଣଙ୍କ ବ୍ୟକ୍ତିଗତ ଓ ବୃତିଗତ ଜୀବନ ଉପରେ ପ୍ରଭାବ ପଡିବ । କିନ୍ତୁ ଏହାକୁ କରିବା ପାଇଁ ଆପଣଙ୍କୁ ପ୍ରଥମେ ହୋମ୍‌ୱର୍କ କରିବାକୁ ହେବ ଏବଂ ଆପଣଙ୍କ ଆବଶ୍ୟକତାଗୁଡିକ ସହ ମେଳ ଖାଉଥିବା ହୋମ୍‌କିଟ୍‌କୁ ଦେଖିବାକୁ ହେବ ।


Share It

Comments are closed.