ବିଶ୍ୱ ତମାଖୁହୀନ ଦିବସରେ ଜାଣନ୍ତୁକଣ ରହିଛି ଧୂମ୍ରପାନର ପ୍ରଭାବ
ମେ ୩୧ ତାରିଖକୁ ବିଶ୍ୱ ତମାଖୁହୀନ ଦିବସଭାବେ ପାଳନ କରାଯାଇଥାଏ । ବିଶ୍ୱକୁ ତମାଖୁ ମୁକ୍ତ କରିବା ପାଇଁ ଏହି ବିଦସ ଏକ ପ୍ରକାରର ସଚେତନତା ପ୍ରୟାସ ଅଟେ । ଧୂମ୍ରପାନ କରିବା ଦ୍ୱାରା କେବଳ ଧୂମ୍ରପାନ କାରୀନୁହେଁ ବରଂ ସମ୍ପୂର୍ଣ୍ଣ ସମାଜ ଏବଂ ପରିବେଶ ଉପରେ ପ୍ରଭାବ ପଡିଥାଏ । ପ୍ରାୟତଃ ଜଣେ ଧୂମ୍ରପାନ କରୁଥିବା ବ୍ୟକ୍ତି ବର୍ଷରେ ୫ଲକ୍ଷ ମୋଟ୍ରିକ ଟନର ଅଙ୍ଗାରକାମ୍ଳ ନିର୍ଗତ କରିଥାନ୍ତି । ଧୂମ୍ରପାନ ଶରୀରରେ ବିଭିନ୍ନ ପ୍ରକାରର କ୍ଷତି କରିବା ସହିତ ବିଭିନ୍ନ ମାରାତ୍ମକ ରୋଗର କାରଣ ମଧ୍ୟ ହୋଇଥାଏ । ଆସନ୍ତୁ ଜାଣିବା କଣ କଣ କ୍ଷତି କରିଥାଏ ଆପଣଙ୍କ ଶରୀରରେ ଧୂମ୍ରପାନ . . . . . .
୧. ହୃଦ ରୋଗ – ଏହା ପ୍ରମାଣିତ କି ଅତ୍ୟଧିକ ଧୂମ୍ରପାନ ହୃଦ ରୋଗର କାରଣ ହୋଇପାରେ । ଏହା ଫୁସଫୁସରେ ଅଙ୍ଗାରକାମ୍ଲର ମାତ୍ରା ବୃଦ୍ଧି କରିଥାଏ ।
୨. ପ୍ରଜନନ ଏବଂ ଗର୍ଭଧାରଣରେ ସମସ୍ୟା – ପ୍ରତିଦିନ ନିୟମିତ ଧୂମ୍ରପାନ କରୁଥିବା ପୁରୁଷଙ୍କ ମଧ୍ୟରେ ପ୍ରଜନନର କ୍ଷମତା କମ ହୋଇଥାଏ । ଏବଂ ମହିଳାଙ୍କ କ୍ଷେତ୍ରରେ ଗର୍ଭଧାରଣର ସମସ୍ୟା ଦେଖାଯାଇଥାଏ ।
୩. ଦାନ୍ତ ଜନିତ ସମସ୍ୟା – ଧୂମ୍ରପାନ କରୁଥିଲେ କିମ୍ବା ଗୁଟଖା ଖାଉଥିଲେ ଦାନ୍ତର ରଙ୍ଗ ମଳିନ ପଡିବା ସହିତ ଦାନ୍ତର ବିଭିନ୍ନ ସମସ୍ୟା ଦେଖାଯାଇଥାଏ ।
୪. ଖାଦ୍ୟ ଗ୍ରହଣର କ୍ଷମତା କମ କରିଥାଏ – ପ୍ରତିଦନ ତମାଖୁର ସେବନ ଦ୍ୱାରା ପାଟିର ସ୍ୱାଦ ଧିରେ ଧିରେ ଚାଲିଯାଏ ଏବଂ ଖାଦ୍ୟ ଖାଇବାକୁ ଇଚ୍ଛା ହୋଇନଥାଏ ।
୫. କ୍ୟାନସରର ସମସ୍ୟା – ପ୍ରତିଦିନ ଧୂମ୍ରପାନ କରିବା ଦ୍ୱାରା ନିକୋଟିନ ଶରୀରରେ ଫୁସଫୁସ ଜନିତ କ୍ୟାନସର ଏବଂ ମୁଖର କ୍ୟାନସର ଇତ୍ୟାଦି ସୃଷ୍ଟି କରିଥାଏ ।
୬. ଡାଇବେଟିସ – ଧୂମ୍ରପାନ କରିବା ଦ୍ୱାରା ପ୍ରାୟ ଲେକଙ୍କ ଶରୀରରେ ଇନସୁଲିନର ମାତ୍ରା ଅଧିକ ହୋଇଥାଏ ଯାହା ଦ୍ୱାରା ଡାଇବେଟିସ ହେବାର ସମସ୍ୟା ଦେଖାଯାଇଥାଏ ।
୭. କିଡନୀ ଜନିତ ସମସ୍ୟା – ନିକୋଟିନର ପ୍ରଭାବରେ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଖରାପ ହେବା ସହିତ କିଡନୀ ଉପରେ ଖରାପ ପ୍ରଭାବ ପଡିଥାଏ ।
୮. ଉଚ୍ଚ ରକ୍ତ ଚାପ ସମସ୍ୟା – ଧୂମ୍ରପାନ ଏବଂ ଗୁଟଖାର ସେବନ ଦ୍ୱାରା ଶରୀରରେ ରକ୍ତ ଚାପର ସମସ୍ୟା ଦେଖାଯାଇଥାଏ । ଏହା ଦ୍ୱାରା ଏନଜାଇଟି ଏବଂ ଷ୍ଟ୍ରେସ ସମସ୍ୟା ଦେଖାଯାଇଥାଏ ।
Comments are closed.