ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ କିଡ୍ନୀ ଦିବସ ପାଳିତ
ଭୁବନେଶ୍ୱର : ବୃକକ୍ ଜନିତ ରୋଗର ଉପଯୁକ୍ତ ଚିକିତ୍ସା ଓ ଉପଯୁକ୍ତ ଜୀବନଶୈଳୀ ମାଧ୍ୟମରେ କିଭଳି ମଣିଷ ନିଜକୁ ସୁସ୍ଥ ରଖିପାରିବ ସେ ନେଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍, ଭୁବନେଶ୍ୱର ପକ୍ଷରୁ ଗୁରୁବାର ବିଶ୍ୱ କିଡ୍ନୀ ଦିବସ ପାଳିତ ହୋଇଯାଇଛି।
ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସ ଦ୍ୱିତୀୟ ଗୁରୁବାରକୁ ବିଶ୍ୱ କିଡ଼ନୀ ଦିବସ ରୂପେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷର ପ୍ରସଙ୍ଗ ‘କିଡ଼ନୀ ହେଲ୍ଥ ଫର ଅଲ- କେୟାରିଂ ଫର ପିପୁଲ ପ୍ରୋଟେକ୍ସସ ଦ ପ୍ଲାନେଟ’ ରହିଛି। ପରିବେଶ କିପରି କିଡ଼ନୀ ଉପରେ ପ୍ରଭାବ ପକାଉଛି ଓ କିଡ଼ନୀ ରୋଗର ଚିକିତ୍ସା କିପରି ପରିବେଶେକୁ ଦୂଷିତ କରୁଛି ସେ ନେଇ ଏହି ଅବସରରେ ସମ୍ ହସ୍ପିଟାଲ୍ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ଏ ସମ୍ପର୍କିତ ଆଲୋଚନା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କିଡ୍ନୀ ରୋଗ ଏକ ଗୁରୁତର ଶାରୀରିକ ସମସ୍ୟା ବୋଲି କହିଥିଲେ। ଏହି ସମସ୍ୟାରୁ ବାହାରିବା ନିମନ୍ତେ ଜନସାଧାରଣଙ୍କୁ କିଡ୍ନୀ ଜନିତ ରୋଗ ସମ୍ପର୍କରେ ସଚେତନ ହେବାକୁ ପଡ଼ିବ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୁସ୍ଥ କିଡ୍ନୀ ନିମନ୍ତେ ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ ସମ୍ ହସ୍ପିଟାଲ୍ର ୟୁରୋଲୋଜି ବିଭାଗର ପ୍ରଫେସର (ଡାକ୍ତର) ଦେବବ୍ରତ ସାବତ, ନେଫ୍ରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ବିଶ୍ୱରଞ୍ଜନ ମହାନ୍ତି. ପ୍ରଫେସର (ଡାକ୍ତର) ଦେବ ପ୍ରସାଦ କର, ଆସୋସିଏଟ୍ ପ୍ରଫେସର (ଡକ୍ଟର) ବିଶ୍ୱଜିତ ମିଶ୍ର ଓ ଆସିଷ୍ଟାଂଟ୍ ପ୍ରଫେସର (ଡକ୍ଟର) ଅମୃତା ଦେବୀ ନିଜର ବକ୍ତବ୍ୟ ରଖିଥିଲେ। ସେହିପରି ସମ୍ ହସ୍ପିଟାଲ୍ର ଆଡିସ୍ନାଲ୍ ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ଶୋଭାମଞ୍ଜରୀ ସାମଲ୍ ଓ ଡିଜିଏମ୍ (ଓ) ଶ୍ରୀମତି ପୁଷ୍ପାଞ୍ଜଳୀ ରାଉତ ମଧ୍ୟ ଯୋଗ ଦେଇ ନିଜର ମତ ରଖିଥିଲେ।
ଏହି କାର୍ଯ୍ୟକ୍ରମରେ ହସ୍ପିଟାଲର ସମସ୍ତ ବିଭାଗର ଫ୍ୟାକଲ୍ଟି, ଛାତ୍ରଛାତ୍ରୀ ଓ ଡାକ୍ତରମାନେ ଯୋଗ ଦେଇଥିଲେ। ଶେଷରେ ଡକ୍ଟର ଅମୃତା ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ। ବିଶ୍ୱ କିଡ଼ନୀ ଦିବସ ପରିପ୍ରେକ୍ଷୀରେ ସମ ହସ୍ପିଟାଲ୍ ପକ୍ଷରୁ ଗୁରୁବାର ସକାଳେ ଏକ ସଚେତନତା ୱାକାଥନର ମଧ୍ୟ ଆୟୋଜନ କରାଯାଇଥିଲା।

Comments are closed.