ଏସ୍‌ଜିଆଇ ଏବଂ ୱାନ ଟ୍ରି ପ୍ଲାଂଟେଡ ପକ୍ଷରୁ ଭାରତରେ ବୃକ୍ଷରୋପଣ ଅଭିଯାନ

Share It

ଭୁବନେଶ୍ୱର: ମାନବ ସମାଜ ଉପରେ କୋଭିଡ-୧୯ର ପ୍ରହାର ସତ୍ୱେ ମଧ୍ୟ ବିଶ୍ୱ ପରିବେଶ ଦିବସ ୨୦୨୦ ପାଇଁ ଯୋଜନା କରାଯାଇଥିବା ଅନେକ ‘ସବୁଜୀମା’ ଯୋଜନା ଏକ ସକାରାତ୍ମକ ଛାପ ଛାଡିଯିିବ । ତେଣୁ ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଜୁନ ୫ରେ ବିଶ୍ୱ ପରିବେଶ ଦିବସ ଅବସରରେ ଆମେରିକାର ଅଣ-ଲାଭକାରୀ ସଂସ୍ଥା ୱାନ ଟ୍ରି ପ୍ଲାଂଟେଡ, ସାମାଜିକ ଉଦ୍ୟୋଗ ସସ୍‌ଷ୍ଟେନେବଲ୍ ଗ୍ରୀନ ଇନିସିଏଟିଭ (ଏସ୍‌ଜିଆଇ)ର ମିଳିତ ଉଦ୍ୟମରେ ସମଗ୍ର ଭାରତରେ ଏହାର ବୃକ୍ଷରୋପଣ ଅଭିଯାନ ଆରମ୍ଭ କରିଦେଇଛି । ଏହି ବସନ୍ତ ରତୁରେ ଭାରତର ଅନେକ ଅଂଶରେ ସମୁଦାୟ ୫୦୦,୦୦୦ ଫଳଗଛ ଲଗାଯିବାର ଯୋଜନା ରହିଛି ।
ସାଇକ୍ଳୋନ ଅମ୍ଫାନ ଯୋଗୁଁ ପଶ୍ଚିମବଙ୍ଗରେ ଅନେକ ବଡ଼ବଡ଼ ଗଛ ଉପୁଡ଼ିଯାଇଥିଲା । ତେଣୁ ଏସ୍‌ଜିଆଇ ଇଣ୍ଡିଆ ଏଠାରେ ଉପୁଡ଼ିଯାଇଥିବା ୫୦୦୦ ବଡ଼ ଗଛ ମଧ୍ୟରୁ ୧୦୦୦ ଗଛକୁ ପ୍ରତିରୋପଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତର ଟାଇଗର ମ୍ୟାାନ ଭାବେ ପରିଚିତ-ଅନିଲ ମିସ୍ତ୍ରିଙ୍କ ତତ୍ୱାବଧାନରେ ସୁନ୍ଦରବନର ବଲି ଦ୍ୱୀପପୁଞ୍ଜରେ ୧୫,୦୦୦ ଫଳଗଛ ଏବଂ ୨୦୦,୦୦୦ ବୁଦାଳିଆ ଗଛ ପାଇଁ ଏସଜିଆଇ ଏହାର ମ୍ୟାନଗ୍ରୁଭ (ବୁଦାଳିଆ ବା ଗ୍ରାଷ୍ମମଣ୍ଡଳୀୟ ଗଛ) ରୋପଣ ଅଭିଯାନ ମଧ୍ୟ ଆରମ୍ଭ କରିଦେଇଛି । ଏହା ବ୍ୟତୀତ ଓଡ଼ିଶାର ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାର ୧୨ଟି ଗ୍ରାମରେ, ଉତରାଖଣ୍ଡର, ହରିୟାଣା, ମହାରାଷ୍ଟ୍ର ଏବଂ ଦିଳ୍ଲୀ ଏନସିଆରର କିଛି ଅଂଚଳରେ ଥିବା ସୀମାନ୍ତ କୃଷକମାନଙ୍କର ଚାଷଜମି ଓ ଘରବାଡ଼ିରେ ଫଳଗଛ ମଧ୍ୟ ରୋପଣ କରାଯିବ । ଆଗାମୀ ଦୁଇବର୍ଷ ମଧ୍ୟରେ ଏହି ଗଛଗୁଡ଼ିକ ୨୫୦୦ ଟନର ଅଙ୍ଗାରକାମ୍ଳ ପୃଥକ କରିବ ଏବଂ ଗ୍ରାମବାସୀଙ୍କୁ ଫଳ ଏବଂ ଗୋଖାଦ୍ୟ ପତ୍ର ଯୋଗାଇଦେବ । ଭୌତିକ ବୈଶିଷ୍ଟ୍ୟକୁ ଭିତିକରି ଏହି ବୃଷଚାରାଗୁଡ଼ିକରେ ପିଜଳି, ଲେମ୍ବୁ, ଡାଳିମ୍ବ, ଗୁଜବେରୀ, ପଣସ ଏବଂ ଆମ୍ବଗଛକୁ ଅନ୍ତର୍ଭୁକ୍ତ କରିବ ।
ଏହା ସମ୍ପର୍କରେ ୱାନ ଟ୍ରି ପ୍ଲାଂଟେଡର ପ୍ରତିଷ୍ଠାତା ମ୍ୟାଟ ହିଲ କହିଛନ୍ତି ଯେ, କଷ୍ଟ ସମୟ ହେବା ସତ୍ୱେ ମଧ୍ୟ ଆମେ ଏକ ଶ୍ରେଷ୍ଠ, ସ୍ୱଚ୍ଛ ଏବଂ ସୁରକ୍ଷିତ ଭବିଷ୍ୟତ ଦିଗରେ କାର୍ଯ୍ୟ କରିବା ଆବଶ୍ୟକ । ସେହିଭଳି ସସ୍‌ଷ୍ଟେନେବଲ ଗ୍ରୀନ ଇନିସିଏଟିଭର ପ୍ରତିଷ୍ଠାତା ଶ୍ରୀ ରାଜ ମୋହନ କହିଛନ୍ତି ଯେ, “ଆମେ ଏହି ଗଛଗୁଡ଼ିକୁ ଲମ୍ବା ସମୟ ପର୍ଯ୍ୟନ୍ତ ଜୀବିତ ରଖିବାରେ ସାହାଯ୍ୟ କରିବୁ ଏବଂ ଗ୍ରାମବାସୀଙ୍କୁ ଜୈବିକ ସାର ଓ କୀଟନାଶକର ବ୍ୟବହାର କରିବା ପାଇଁ ପ୍ରୋତ୍ସାହିତ କରିବୁ ।”


Share It

Comments are closed.