ରାୟଗଡା ରେଲୱେ ଷ୍ଟେସନ ୱାର୍ଡରେ ଶ୍ରିମକଙ୍କ ମୃତ୍ୟୁ

Share It

ରାୟଗଡା: ଗୁରୁବାର ରାୟଗଡା ରେଳ ଷ୍ଟେସନ ୟାର୍ଡରେ ଏକ ପୁସ୍ ଟ୍ରଲି ଏବଂ ଏକ ମାଲବାହୀ ଟ୍ରେନ୍ ଧକ୍କା ହେବା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଥିବା ଅଧିକାରୀମାନେ କହିଛନ୍ତି।

ଏକ ବିବୃତ୍ତିରେ, ପୂର୍ବତଟ ରେଳପଥ (ECoR) କହିଛି, “ଦୁର୍ଭାଗ୍ୟବଶତଃ, ଜଣେ ଠିକା ଶ୍ରମିକ ମାଲବାହୀ ଟ୍ରେନ୍ ଦ୍ୱାରା ଧକ୍କା ପାଇ ମୃତ୍ୟୁବରଣ କରିଛନ୍ତି। ଅନ୍ୟ ଜଣେ ଶ୍ରମିକ ଏବଂ ଜଣେ ଟ୍ରଲିମ୍ୟାନ୍ ସାମାନ୍ୟ ଆହତ ହୋଇଛନ୍ତି।” ଆହତଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଇ ଦିଆଯାଇଛି ।


Share It

Comments are closed.