୩୦ରୁ ଓ୍ବମେନ୍ସ ବିଜନେଶ୍ ମେଳା
ରାଜ୍ୟର ମହିଳା ଉଦ୍ୟୋଗୀମାନଙ୍କୁ ନେଇ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ(ଆଇସିସି)ର ନ୍ୟାଶନାଲ ଓ୍ବମେନ୍ସ ଏଣ୍ଟରପ୍ରେନ୍ୟୁରଶିପ୍ କାଉନସିଲ୍(ଇନ୍ଓ୍ବେକ୍) ପକ୍ଷରୁ ରାଜଧାନୀରେ ଓ୍ବମେନ୍ସ ବିଜନେଶ୍ ମେଳା ୨.୦ ଅନୁଷ୍ଠିତ ହେବାକୁ ଯାଉଛି। ସ୍ଥାନୀୟ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ୩୦ରୁ ମେ’ ୪ ପର୍ଯ୍ୟନ୍ତ ଏହି ମେଳା ହେବ। ୨୦୦ରୁ ଅଧିକ ଷ୍ଟଲରେ ଶତାଧିକ ମହିଳା ଉଦ୍ୟୋଗୀମାନେ ନିଜ ନିଜର ଉପତ୍ାଦ ଓ ସେବାକୁ ଲୋକାଦୃତ କରିବାର ସୁଯୋଗ ପାଇବେ। ଏଥିରେ ରାଜ୍ୟ ଏମଏସଏମଇ ବିଭାର ୬୦ଟି ଷ୍ଟଲ ଏବଂ ହସ୍ତତନ୍ତ୍ର ବିଭାଗର ୬ଟି ଷ୍ଟଲ ରହିବ। ଫୁଡକୋର୍ଟରେ ୩୫ରୁ ଅଧିକ ଷ୍ଟଲରେ ଗ୍ରାହକ ଖାଦ୍ୟର ମଜା ନେଇପାରିବେ। ବିକ୍ରର ସୁଯୋଗ ସହ ଔଦ୍ୟୋଗିକ ଶିକ୍ଷାପାଇଁ ମଧ୍ୟ ଏହି ମେଳାରେ ସୁଯୋଗ ମିଳିବ। ମହିଳାଙ୍କ ସାକ୍ତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ମେଳାରେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବଳିଉଡ୍ କଳାକାର ସୁସ୍ମିତା ସେନ୍ ଏହି ମେଳାରେ ଅତିଥିଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାବେଳେ ଶାଶ୍ୱତ ଯୋଶୀ, ପ୍ରକୃତି ମିଶ୍ର ପ୍ରମୁଖ କଳା ପ୍ରର୍ଦାନ କରିବେ। ଇନଓ୍ବେକ୍ର ଆବାହକ ପ୍ରିତୀ ପଲ୍ଲବୀ ପଟ୍ଟନାୟକ ଓ ସହ ଆବାହକ ସ୍ବାତୀ କେଜ୍ରିଓ୍ବାଲ ଏବଂ ସୁମାଦେବୀ ଦାସଙ୍କ ନେତୃତ୍ୱରେ ଏହି ମେଳାର ଆୟୋଜନ କରାଯାଉଛି। ଏଥିରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ , ଜନଜାତି ସମ୍ପ୍ରଦାୟର ମହିଳାମାନେ ନିଜର ଉପବାଦ ବିକ୍ରି ଓ ପ୍ରଦର୍ଶନ କରିବେ। ଫ୍ୟାଶନ, ସ୍ବାସ୍ଥ୍ୟ, ଖାଦ୍ୟ, କୃଷି ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ଅର୍ଥନୀତି, ରିଅଲଇଷ୍ଟେଟ୍ ଓ ଅଟୋମୋବାଇଲ ଭଳି ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ପାରଦର୍ଶିତାର ନିର୍ଦର୍ଶନ ହେବ। ମଙ୍ଗଳବାର ସ୍ତାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଆୟୋଜକ ଏହି ସୂଚନା ପ୍ରଦାନ କରିଥିଲେ। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆଇସିସି ଓଡ଼ିଶାର ଅଧ୍ୟକ୍ଷ ରାଜୀବ ଶେଖର ସାହୁ, ଉପାଧ୍ୟକ୍ଷା ନୀଳାଞ୍ଜନା ମୁଖାର୍ଜୀ, ଓଏଏସ୍ ଶୁଭେନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.