ଟ୍ରେନ ଧକ୍କାରେ ମହିଳା ମୃତ
ନୂଆଗାଁ:ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ଶିଖରଗୋଛା ଗ୍ରାମର କୁନି ବେହେରା ନାମକ ମହିଳା ଟ୍ରେନ ଧକ୍କାରେ ମୃତ୍ୟୁ ମୃତ୍ୟୁ ବରଣ କରିଥିବା ଜାଣିବାକୁ ମିଳିଛି।
ସୂଚନା ଥାଉକି ଉଦୟପୁର ପଞ୍ଚାୟତ, ଶିଖରଗୋଛା ଗ୍ରାମର ମନୋଜ ବେହେରାଙ୍କ ସ୍ତ୍ରୀ କୁନି ବେହେରା ବୟସ (୪୫) ବର୍ଷ ଙ୍କ ନୂଆଗାଁ ରେଳ ଷ୍ଟେସନ ଠାରୁ ପ୍ରାୟ ୫୦୦ମିଟର ଦୂରରେ ଆଜି ତା ୨୧/୩/୨୦୨୫ ଶୁକ୍ର ବାର ଦିନ ଦିବା ପ୍ରାୟ ୪ଟା ୧୫ ମିନିଟ୍ ସମୟରେ ଦଶପଲ୍ଲା ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ମେମୋ ଟ୍ରେନ ଧକ୍କାରେ ମୃତ୍ୟୁ ଘଟିଛି।
ଘଟଣା ସ୍ଥଳରେ ନୂଆଗାଁ ପୋଲିସ୍ ଓ ରେଲୱେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି।
ଲୋକଙ୍କ କହିବା ମୁତାବକ ଟ୍ରେନ ଧକ୍କାରେ ମୃତ କୁନି ବେହେରା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରୁ ଆଣିଥିବା ଟଙ୍କା ସୁଝିବାକୁ ନେଇ ପାରିବାରିକ କଳହ ସୃଷ୍ଠି ହୋଇଥିଲା।
ଏଣୁ ପାରିବାରିକ କଳହ କୁ କୁନି ସହିନପାରି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଛି।
ଖବରପାଇ ମୃତ କୁନି ବେହେରା ଙ୍କ ସ୍ଵାମୀ ମନୋଜ ବେହେରା(ମୁନା) ଓ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଥିଲେ।ଯେଉଁଠାରେ କି ଏକ ଶୋକାକୁଳ ପରିବେଶ ସୃଷ୍ଠି ହୋଇଥିଲା।
Comments are closed.