“ୱମ୍ୟାନ୍‌ ବିହାଇଣ୍ଡ୍ ଦ ଖାକି ” କାର୍ଯ୍ୟକ୍ରମ ଅନୁଷ୍ଠିତ

Share It


ଭୁବନେଶ୍ବର: ମିଷ୍ଟ୍ରି ଅଫ୍ ମଦର୍‌ସ୍ (ମମ୍) ଟ୍ରଷ୍ଟ୍ ତଥା କମିଶନରେଟ ପୁଲିସ୍‌ର ମିଳିତ ଆନୁକୁଲ୍ୟରେ ଚଳିତ ବର୍ଷର ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ “ୱମ୍ୟାନ୍ ବିହାଇଣ୍ଡ୍ ଦ ଖାକି” କାର୍ଯକ୍ରମ ସ୍ଥାନୀୟ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଆଜି ଅନୁଷ୍ଠିତ ହୋଇ ଯାଇଅଛି। ଏହି କାର୍ଯକ୍ରମରେ ପୋଲିସ୍ ପରିବାରର ସଦସ୍ୟ ମାନେ ନିଜର ପ୍ରତିଭା ନାଚ ଗୀତ ମାଧୁମରେ ପ୍ରଦର୍ଶନ କରିଥିଲେ। ଦେଶ ଓ ସମାଜର ସୁରକ୍ଷା ପାଇଁ ତତ୍ପର ରହୁଥିବା ପୋଲିସ ପରିବାରର ସଦସ୍ୟ, ବିଶେଷକରି ମହିଳା, ମାନଙ୍କ ପାଇଁ ଏହି ଦିନଟି ଚିତ୍ତବିନୋଦନ ପାଇଁ ଉଦ୍ଦିଷ୍ଟ ଥିଲା।
ଏହି ଅବସରରେ ପୋଲିସ୍ ପରିବାରର ସଫଳ ତଥା ତ୍ୟାଗପୁତ ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯାଇଥିଲା। ଦିବଙ୍ଗତ ହୋମ୍ ଗାର୍ଡ୍ କିଶୋର ଚନ୍ଦ୍ର ଖୁଣ୍ଟିଆଙ୍କୁ ତାଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ମରଣୋପରାନ୍ତ ସମ୍ମାନ ତଥା ତାଙ୍କ ପରିବାରକୁ ୧୦,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା।
ତାହା ଛଡ଼ା, ମହର୍ଷି କଲେଜ୍‌ର ରେଡକ୍ରସ୍ ଓ ଏନ୍.ସି.ସି. ଟିମ୍ବର ସଦସ୍ୟ/ସଦସ୍ୟା ତଥା ମମ୍ ଟ୍ରଷ୍ଟର ସଭ୍ୟ/ସଭ୍ୟ ଓ ସ୍ଵେଚ୍ଛାସେବୀ ମାନଙ୍କୁ ମଧ୍ୟ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନିତ ତଥା ଟ୍ରଫି ପ୍ରଦାନ କରାଯାଇଥୁଲା I
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବରେ ଓଡ଼ିଶା ମହିଳା କମିଶନ୍‌ର ଡେପୁଟି ସୁପରିଟେଣ୍ଡେଣ୍ଟ୍‌ ଶ୍ରୀମତୀ ବିଜୟିନୀ ସିଂ ତଥା ମୁଖ୍ୟ ବକ୍ତା ହିସାବରେ ଭୁବନେଶ୍ୱର ମହିଳା ପୁଲିସ ଥାନାର ସବ୍-ଇନ୍‌ସ୍ପେକ୍ଟର୍‌ ଶ୍ରୀମତୀ ଶୁଭଦର୍ଶିନୀ ନାୟକ ଏବଂ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ପ୍ରଫେସର ଡଃ ସୁଚେତା ପ୍ରିୟବାଦିନୀ ନିଜର ବହୁମୂଲ୍ୟ ଅଭିଭାଷଣ ପ୍ରଦାନ କରିଥିଲେ।
ମମ୍ ଟ୍ରଷ୍ଟର ମୂଖ୍ୟ ଶ୍ରୀମତୀ ସୁଜାତା ନାୟକ କାର୍ଯକ୍ରମର ଆଭିମୁଖ୍ୟ ତଥା ଟ୍ରଷ୍ଟର କାମ ବିଷୟରେ ନିଜର ସ୍ବାଗତ ଭାଷଣରେ ବର୍ଣ୍ଣନା
କରିଥିଲେ। ଆବାହକ ହିସାବରେ ଶ୍ରୀ ଏନ୍.ପି. କାନୁନଗୋ କାର୍ଯ୍ୟକ୍ରମର ସୁଚାରୁରୂପେ ଦେଖରେଖ କରିଥିଲେ। ସୁଶ୍ରୀ ସ୍ମୃତିସୁଧା ସାହୁ ଓ ଶ୍ରୀ ସତ୍ୟ ନାରାୟଣ ବିଶ୍ଵାଳ ସଭା ପରିଚା�


Share It

Comments are closed.