ଟାଙ୍ଗୀରେ ପୋଲିସ-ଜନତା ମୁହାଁମୁହିଁ: ମହିଳାଙ୍କ ପଥର ମାଡ଼ ପରେ ପୋଲିସର ଲାଠି ଚାଳନା

Share It

ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଟାଙ୍ଗୀ ଥାନା ଅନ୍ତର୍ଗତ କୁରୁମି ଗ୍ରାମରେ ଏକ ମହିଳା ଗୋଷ୍ଠୀ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପରିସ୍ଥିତି ନିୟନ୍ତ୍ରଣ କରିବା ଏବଂ ଆତ୍ମରକ୍ଷା ପାଇଁ ପୋଲିସ ପାଲଟା ମୃଦୁ ଲାଠି ଚାଳନା କରିଛି।

 ସୂଚନା ଅନୁଯାୟୀ, ଏକ ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ପୋଲିସ ଗ୍ରାମରେ ପହଞ୍ଚିଥିଲା। ମାତ୍ର ସେଠାରେ ଥିବା ମହିଳାମାନେ ପୋଲିସକୁ ବିରୋଧ କରିବା ସହ ଅଟକାଇଥିଲେ। ଦେଖୁ ଦେଖୁ ପରିସ୍ଥିତି ବିଗିଡ଼ି ଯାଇଥିଲା ଏବଂ ମହିଳାମାନେ ପୋଲିସ ଉପରକୁ ପଥର ମାଡ଼ କରିଥିଲେ।

ଏହି ପଥର ମାଡ଼ରେ କିଛି ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ, ପୋଲିସର ଲାଠି ଚାଳନା ଯୋଗୁଁ ପ୍ରାୟ ୧୦ ରୁ ୧୨ ଜଣ ମହିଳା ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ନଜର ରଖିଛି ଏବଂ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।


Share It

Comments are closed.