ମହୁମାଛି ଆକ୍ରମଣରେ ମହିଳାଙ୍କର ଅକାଳ ବିୟୋଗ
ଓଡିଶା ଗଂଜାମ ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି । ମହୁମାଛି ଆକ୍ରମଣରେ ଜଣେ ମହିଳାଙ୍କର ଅକାଳ ବିୟୋଗ ଘଟିଥିବା ବର୍ତ୍ତମାନ ଜାଣିବାକୁ ମିଳିଛି । ଏହି ଘଟଣାଟି ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗୋପିନାଥ ସାହିରେ ଘଟିଛି । ମିଳିଥିବା ସୂଚନା ମୁତାବକ ଉକ୍ତ ମହିଳା ଜଣକ ଗଛରୁ ପିଜୁଳି ତୋଳୁ ଥିବା ସମୟରେ ମହୁମାଛିଙ୍କ ଏକ ଦଳ ତାଙ୍କୁ ଆକ୍ରମଣ କରିଥିଲେ ।
ମହୁମାଛିଙ୍କର ଦଳ ତାଙ୍କୁ ଆକ୍ରମଣ କରିବା ସହ ଖୁବ ଗଭୀର କାମୁଡି ମଧ୍ୟ ଦେଇଥିଲେ । ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଯିବା ହେତୁ ତାଙ୍କୁ ତୁରନ୍ତ ଭଂଜନଗର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।
Comments are closed.