ସମାଜର ସକ୍ରିୟ ସମର୍ଥନ ବିନା ସରକାର ଏକାକୀ ମହିଳାଙ୍କ ପାଇଁ ସୁରକ୍ଷିତ ବାତାବରଣ ସୁନିଶ୍ଚିତ କରିପାରିବେ ନାହିଁ : ଉପମୁଖ୍ୟମନ୍ତ୍ରୀ

Share It

ଭୁବନେଶ୍ୱର: ଓଡ଼ିଶା ଓମେନ୍ ଇନ୍ ମିଡିଆ ଅନୁଷ୍ଠାନର ପ୍ରତିଷ୍ଠା ଦିବସ ଓ ପୁରସ୍କାର ସମାରୋହ ଭୁବନେଶ୍ୱରରେ ଭବ୍ୟ ଉତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମ ଜଗତରେ ମହିଳାମାନଙ୍କର ଅତୁଟ ପ୍ରତିବଦ୍ଧତାକୁ ସମ୍ମାନ ିତ କରାଯାଇଥିଲା ଏବଂ ବିଭିନ୍ନ ଆହ୍ୱାନର ମୁକାବିଲା କରିବାରେ ସେମାନଙ୍କର ଦୃଢ଼ତାକୁ ସ୍ୱୀକୃତି ଦିଆଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିଥିଲେ। ସଭାକୁ ସମ୍ବୋଧିତ କରି ସେ ଏକ ବିକଶିତ ଓ ପ୍ରଗତିଶୀଳ ଓଡ଼ିଶା ଗଠନରେ ନାରୀ ସୁରକ୍ଷାର ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।

ସମାଜର ସକ୍ରିୟ ସମର୍ଥନ ବିନା ସରକାର ଏକାକୀ ମହିଳାଙ୍କ ପାଇଁ ସୁରକ୍ଷିତ ବାତାବରଣ ସୁନିଶ୍ଚିତ କରିପାରିବେ ନାହିଁ। ଓଡିଶାକୁ ମହିଳାଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ରେ ପରିଣତ କରିବା ଆମ ସମସ୍ତଙ୍କର ଦାୟିତ୍ୱ । ଏଥିପାଇଁ ଭୁବନେଶ୍ୱରକୁ ମହିଳା ସୁରକ୍ଷା ପାଇଁ ଏକ ଆଦର୍ଶ ସହର ଭାବେ ଗଢ଼ିତୋଳିବା ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଡେପୁଟି ସିଏମ୍ ପ୍ରଭାତୀ ପରିଡ଼ା କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମ ଓ କର୍ପୋରେଟ୍ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ମହିଳା ସାମ୍ବାଦିକ ଓ ଗଣମାଧ୍ୟମ ପେସାଦାରଙ୍କ ଅବଦାନକୁ ପ୍ରଶଂସା କରିଥିଲେ। ସାମ୍ବାଦିକତା, ବିଷୟବସ୍ତୁ ସୃଷ୍ଟି ଏବଂ ଜନସମ୍ପର୍କ କ୍ଷେତ୍ରରେ ନିଷ୍ଠା ଓ ଉତ୍କର୍ଷତା ପାଇଁ ଗଣମାଧ୍ୟମରେ ଶ୍ରେଷ୍ଠ ମହିଳାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଓଡ଼ିଶା ଓମେନ୍ ଇନ୍ ମିଡିଆ ସଂଗଠନ ଏକ ସହାୟକ ଏବଂ ସୁରକ୍ଷିତ ବୃତ୍ତିଗତ ପରିବେଶ ସୃଷ୍ଟି କରି ସାମ୍ବାଦିକତା ଓ ଗଣମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଛି। ଗଣମାଧ୍ୟମ ଶିଳ୍ପରେ ମହିଳାମାନଙ୍କ ପାଇଁ ଏକ ସୁରକ୍ଷିତ ଏବଂ ଅଧିକ ସମାବେଶୀ ସ୍ଥାନ ସୃଷ୍ଟି କରିବା ପାଇଁ ସହଯୋଗୀ ପ୍ରୟାସ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେବା ସହିତ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।


Share It

Comments are closed.