ତୃତୀୟ ଲହରରେ ଅଧିକ ଶିଶୁ ସଂକ୍ରମିତ ହେବାର ରହିଛି ସମ୍ଭାବନା

Share It

କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ରଖୁଛନ୍ତି। ତୃତୀୟ ଲହରରେ ଅଧିକ ଶିଶୁ ସଂକ୍ରମିତ ହେବେ ବୋଲି ଆଶଙ୍କା କରାଯାଉଛି। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ପ୍ରଥମ ଏବଂ ଦ୍ଵିତୀୟ ଲହରରେ ଶିଶୁମାନେ ସଂକ୍ରମିତ ହେଉଥିଲେ, ଏବେ ବି ହେଉଛନ୍ତି। ବର୍ତ୍ତମାନ ସଂକ୍ରମିତ ହେଉଛନ୍ତି ଏବଂ ମୃତ୍ୟୁ ହେଉଛି ଏପରିକି ୯୦ ପ୍ରତିଶତ ଶିଶୁ ହୋମ୍ ଆଇସୋଲେସନରେ ମଧ୍ୟ ଭଲ ହେଉଛନ୍ତି।

ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ସେଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ହୋଇଛି। ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ବେଡ, ସେଣ୍ଟର ଅଫ ଏକ୍ସିଲେନ୍ସ ତିଆରି ଚାଲିଛି। ଆମେ ଆତଙ୍କିତ ନହୋଇ ଆଗକୁ କିଭଳି ଶିଶୁ ସଂକ୍ରମିତ ନହୁଅନ୍ତୁ, ସେଥିପ୍ରତି ସର୍ଭିଲାନ୍ସ ସହ ଚିକିତ୍ସା ବ୍ୟବସ୍ଥା କରିବା।

ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ପୁଣି କହିଛନ୍ତି ଯେ, କେରଳରେ ସଂକ୍ରମଣ ବୃଦ୍ଧି ବହୁତ ଦିନ ହେଲା ବଢ଼ିକି ରହିଛି। ଜାତୀୟ ସ୍ତରରେ ଯେତିକି ବଢୁଛି ସେଥିରେ ଅଧିକ କେରଳରେ ରହୁଛି। ଏହାକୁ ତୃତୀୟ ଲହର ମଧ୍ୟ କହିପାରିବା। ଓଡ଼ିଶାରେ ଯେଭଳି ସଂକ୍ରମଣ ନବଢ଼ୁ, ଗୁରୁତର ରୋଗୀ ନ ହୁଅନ୍ତୁ, ସେଥିପାଇଁ ଆମେ ସର୍ଭିଲାନ୍ସ ଜାରି ରଖିଛୁ, ମନିଟରିଂ କରୁଛୁ। ଓନମ ଯୋଗୁଁ କେରଳରେ ସଂକ୍ରମଣ ବୃଦ୍ଧି ହେଲା। ଆମେ ସେଠାରୁ କିଛି ଶିଖିବା। ସଂକ୍ରମଣ ନିୟନ୍ତ୍ରଣ କରିବା ନେଇ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ରହିଛି। ସବୁ ତଥ୍ୟକୁ ଅନୁଧ୍ୟାନ କରି ଏସଆରସି ପକ୍ଷରୁ ସରକାରଙ୍କ ଗାଇଡ଼ଲାଇନ ଆସିବ।


Share It

Comments are closed.