ଚିନ୍ତାରେ ବୋର୍ଡ ,ମାଟ୍ରିକ ଖାତା ଦେଖିବେ ନା’ ଜନଗଣନା ଟ୍ରେନିଂ ନେବେ ଶିକ୍ଷକ ?

Share It

ଭୁବନେଶ୍ୱର,୨୫/୦୩:Board of Secondary Education, Odisha ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ମାଟ୍ରିକ୍ (HSC) ପରୀକ୍ଷାର ମୂଲ୍ୟାୟନ କାର୍ଯ୍ୟରେ ଲାଗିଥିବା ଶିକ୍ଷକମାନଙ୍କ ପାଇଁ ଜନଗଣନା ଟ୍ରେନିଂ ସମୟ ପରିବର୍ତ୍ତନ କରିବାକୁ ଅନୁରୋଧ କରାଯାଇଛି।

ବୋର୍ଡ ଅନୁସାରେ, ମାର୍ଚ୍ଚ ୧୯ ରୁ ଆରମ୍ଭ ହୋଇଥିବା HSC-୨୦୨୬ ମୂଲ୍ୟାୟନ କାମ ଏପ୍ରିଲ ୨ ରେ ସମାପ୍ତ ହେବ। ଏହି ପ୍ରକ୍ରିୟା ନିର୍ଦ୍ଧାରିତ ସମୟମଧ୍ୟରେ ସରିବା ଜରୁରୀ। କାରଣ ମେ ମାସ ଦ୍ୱିତୀୟ ସପ୍ତାହରେ ଫଳାଫଳ ପ୍ରକାଶ ପାଇବା ନେଇ ଯୋଜନା ରହିଛି, ଯାହା ଫଳରେ ଉଚ୍ଚ ଶିକ୍ଷାରେ ନାମଲେଖା ପ୍ରକ୍ରିୟା ସହଜ ହୋଇପାରିବ। କିନ୍ତୁ, ମୂଲ୍ୟାୟନ କାର୍ଯ୍ୟରେ ନିୟୋଜିତ ବହୁ ଶିକ୍ଷକଙ୍କୁ ଏହି ସମୟରେ ଜିଲ୍ଲାସ୍ତରରେ ଜନଗଣନା ଟ୍ରେନିଂରେ ଯୋଗଦେବାକୁ କୁହାଯାଇଥିବାରୁ ସମସ୍ୟା ସୃଷ୍ଟି ହେଉଛି। ବୋର୍ଡ ତରଫରୁ ଆଶଙ୍କା ପ୍ରକାଶ ପାଇଛି ଯେ, ମୂଲ୍ୟାୟନ କାର୍ଯ୍ୟ ମଝିରୁ ଶିକ୍ଷକଙ୍କୁ ଜନଗଣନା ଟ୍ରେନିଂରେ ସାମିଲ୍ କରାଗଲେ ଉଭୟ ଅଫଲାଇନ ମୂଲ୍ୟାୟନ ଏଵଂ ଅନଲାଇନ୍ କାର୍ଯ୍ୟ ବାଧାପ୍ରାପ୍ତ ହେବ। ଜନଗଣନା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। କିନ୍ତୁ ଆବଶ୍ୟକୀୟ ସମନ୍ଵୟ ମଧ୍ଯ ଜରୁରୀ। ମୂଲ୍ୟାୟନ କାର୍ଯ୍ୟ ଶେଷ ପରେ, ଅର୍ଥାତ୍ ଏପ୍ରିଲ ୨ ପରେ, ଏହି ଶିକ୍ଷକମାନଙ୍କୁ ଦ୍ୱିତୀୟ କିମ୍ବା ଶେଷ ପର୍ଯ୍ୟାୟରେ ଟ୍ରେନିଂ ଦେବାକୁ ଅନୁରୋଧ କରାଯାଇଛି।


Share It

Comments are closed.