ବାପ ଘରୁ ଦୁଇ ବର୍ଷ ହେବ ସ୍ତ୍ରୀ ନଫେରିବା ହେତୁ ସ୍ୱାମୀର ଅଜବ କାଣ୍ଡ, ଚଢିଗଲେ ୫୦ ଫୁଟ ଉଚ୍ଚତା ବିଶିଷ୍ଟ ଗଛ ଉପରେ
ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଏବଂ ମନମାଳିନ୍ୟ ଯୋଗୁଁ ସ୍ତ୍ରୀ ରାଗିକରି ବାପ ଘର ଚାଲିଯିବା ଏକ ସାଧାରଣ କଥା ଅଟେ ! କିନ୍ତୁ ରାଜସ୍ଥାନର ଧଉଲପୁରରେ ଏଭଳି ଏକ ଘଟଣା ସାମନାକୁ ଆସିଛି ଯାହାକୁ ଶୁଣିଲେ ଅଧିକାଂଶ ସ୍ୱାମୀଙ୍କ ହୋସ ଉଡିଯିବ । ମିଳିଥିବା ସୂଚନା ମୁତାବକ, ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ପାଇଁ ଏକ ହାଇଡ୍ରାମା କରିଛନ୍ତି । ସେ ଏକ ୫୦ ଫୁଟ ଉଚ୍ଚତା ବିଶିଷ୍ଟ ଓସ୍ତ ଗଛ ଉପରକୁ ଚଢିଯାଇ ନିଜର ଦୁଇଟି ଯାକ ଗୋଡକୁ ବାନ୍ଧି ଦେଲେ । ଜଣା ଅଛି କାହିଁକି ? କାରଣ ତାଙ୍କ ସ୍ତ୍ରୀ ଦୁଇ ବର୍ଷ ହେବ ବାପ ଘରେ ଅଛନ୍ତି ଏବଂ ଘରକୁ ଫେରୁ ନାହାନ୍ତି । ସବୁଠାରୁ ବଡ କଥା ଏହା ଯେ, ଏହି ଘଟଣାରେ ସ୍ୱାମୀ ଜଣଙ୍କୁ କେହିବି ସାହାଯ୍ୟ କରୁନଥିବାବେଳେ ସେ ବାଧ୍ୟ ହୋଇ ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ ।
ସ୍ଥାନୀୟ ଲୋକେ ଏହି ମାମଲା ସଂପର୍କରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳେ ପହଞ୍ଚି କ୍ରେନ ଏବଂ ସିଡୀ ସାହାଯ୍ୟରେ ଉକ୍ତ ବ୍ୟକ୍ତିକୁ ତଳକୁ ଓହ୍ଲାଇବାରେ ସଫଳ ହୋଇଥିଲା । ମିଳିଥିବା ସୂଚନା ମୁତାବକ, ଉକ୍ତ ବ୍ୟକ୍ତି ଜଣଙ୍କ ସ୍ତ୍ରୀ ଦୁଇ ବର୍ଷ ହେବ ନିଜ ବାପ ଘରୁ ଫେରୁନଥିବା ହେତୁ ସେ ଏଭଳି ହାଇଡ୍ରାମା କରିଥିଲେ ।
Comments are closed.