ଫୋନରେ କୁହାଯାଉଥିବା ‘ହେଲୋ’ର ପ୍ରକୃତ ଅର୍ଥ କ’ଣ ଜାଣନ୍ତୁ !

Share It

ଭୁବନେଶ୍ୱର : ଦୁନିଆରେ ଏମିତି ଅନେକ ଜିନିଷ ଅଛି, ଯାହାକୁ ଆମେ ପ୍ରତିଦିନ ବ୍ୟବହାର କରୁ କିମ୍ବା ସେ ବିଷୟରେ ଜାଣୁ ଏବଂ ଚିନ୍ତା କରୁ। କିନ୍ତୁ, କିଛି ଜିନିଷ ଆମେ କାହିଁକି ବ୍ୟବହାର କରୁ କିମ୍ବା ତା’ ପଛର କାହାଣୀ କଣ, ସେ ବିଷୟରେ ଅଧିକାଂଶ ଲୋକ ଜାଣନ୍ତି ନାହିଁ। ଆଜି ଆମେ ଆପଣଙ୍କୁ ଏମିତି ଏକ ବିଷୟରେ ଜଣାଇବୁ, ଯାହା ବିଷୟରେ ଆପଣ ହୁଏତ ଖୁବ୍ କମ୍ ଜାଣିଥିବେ।

ଯେତେବେଳେ ବି ଆମେ କାହା ସହିତ କଥା ହେବା ପାଇଁ ଫୋନ୍ ବ୍ୟବହାର କରୁ, ସେତେବେଳେ ସବୁଠାରୁ ପ୍ରଥମେ ‘ହେଲୋ’ (ଐରକ୍ଷକ୍ଷକ୍ଟ) ବୋଲି କହିଥାଉ। ତା’ ପରେ ହିଁ ଅନ୍ୟ କିଛି କଥା ହେଉ, କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ପ୍ରକୃତରେ ଫୋନ୍ ଉଠାଇବା ମାତ୍ରେ ‘ହେଲୋ’ କାହିଁକି କୁହାଯାଏ? ଏହାର ଉତ୍ତର ଅଧିକାଂଶ ଲୋକଙ୍କୁ ଜଣା ନଥିବ। ଏହି ଆର୍ଟିକିଲ୍‌ରେ ଆମେ ଆପଣଙ୍କୁ ଏହା ପଛର ପ୍ରକୃତ କାହାଣୀ କହିବୁ।

ଏହା ତ ଆମେ ସମସ୍ତେ ଜାଣୁ ଯେ ଆଜିର ସମୟରେ ଫୋନ୍ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ଫୋନ୍ ବିନା ଦିନଟିଏ ବିତାଇବା ଅସମ୍ଭବ ମନେହୁଏ। ଆଜି ଆମେ ଆପଣଙ୍କୁ କହିବୁ ଯେ ଫୋନ୍ କରିବା ମାତ୍ରେ କାହାକୁ ‘ହେଲୋ’ କାହିଁକି କୁହାଯାଏ? ଏହା ସହିତ ଜଡ଼ିତ ଏକ ମଜାଦାର କାହାଣୀ ଆଜି ଆମେ ଆପଣଙ୍କୁ ଜଣାଇବୁ। ଆପଣ ନିଶ୍ଚିତ ଭାବେ ଜାଣିଥିବେ ଯେ ଟେଲିଫୋନ୍‌ର ଆବିଷ୍କାର ଆଲେକ୍‌ଜାଣ୍ଡାର୍ ଗ୍ରାହାମ୍ ବେଲ୍ ୭ ମାର୍ଚ୍ଚ ୧୮୭୬ ରେ କରିଥିଲେ। ତାଙ୍କ ଗର୍ଲଫ୍ରେଣ୍ଡଙ୍କ ନାମ ଥିଲା ମାର୍ଗାରେଟ୍ ହେଲୋ। ଯେତେବେଳେ ବି ବେଲ୍ ଫୋନ୍‌ରେ ନିଜ ଗର୍ଲଫ୍ରେଣ୍ଡଙ୍କ ସହ କଥା ହେଉଥିଲେ, ସେ ସବୁଠାରୁ ପ୍ରଥମେ ତାଙ୍କ ନାମ ନେଉଥିଲେ। କୁହାଯାଏ ଯେ ସେହି ଦିନଠାରୁ ‘ହେଲୋ’ ଶବ୍ଦଟି ଚଳଣିକୁ ଆସିଗଲା।

ଏହା ହେଉଛି ‘ହେଲୋ’ର କାହାଣୀ:ଏତିକି ନୁହେଁ, ଯେତେବେଳେ ଟେଲିଫୋନ୍ ନୂଆ ନୂଆ ଆସିଥିଲା, ସେତେବେଳେ ଲୋକମାନେ କଥାବାର୍ତ୍ତା ପାଇଁ ‘ଅହୋୟ’ (ଇଷକ୍ଟଚ୍ଚ) ଶବ୍ଦ ବ୍ୟବହାର କରୁଥିଲେ। ଆଲେକ୍‌ଜାଣ୍ଡାର୍ ଗ୍ରାହାମ୍ ବେଲ୍ ମଧ୍ୟ ଯେତେବେଳେ ଫୋନ୍ ଉଠାଉଥିଲେ, ସେତେବେଳେ ‘ଅହୋୟ’ କହୁଥିଲେ। ଏହା ବ୍ୟତୀତ ଅନେକ ଲୋକ ଫୋନ୍‌ରେ କହୁଥିଲେ ‘ଆପଣ ମୋ କଥା ଶୁଣିପାରୁଛନ୍ତି କି?’

କିଛି ରିପୋର୍ଟ ଅନୁଯାୟୀ, ଫୋନ୍‌ରେ ‘ହେଲୋ’ କହିବାର ଅଭ୍ୟାସ ମହାନ ବୈଜ୍ଞାନିକ ଥୋମାସ୍ ଏଡିସନ୍ ଦେଇଥିଲେ। ୧୮୭ ମସିହାରେ ଏଡିସନ୍ ପରାମର୍ଶ ଦେଇଥିଲେ ଯେ ଫୋନ୍‌ରେ କଥାବାର୍ତ୍ତା ଆରମ୍ଭ କରିବା ପାଇଁ ‘ହେଲୋ’ ସବୁଠାରୁ ସଠିକ୍ ଏବଂ ଉପଯୁକ୍ତ ଶବ୍ଦ। ଲୋକଙ୍କୁ ଏଡିସନ୍‌ଙ୍କ ଏହି ପରାମର୍ଶ ପସନ୍ଦ ଆସିଲା ଏବଂ ଧୀରେ ଧୀରେ ଫୋନ୍ ଉଠାଇବା ମାତ୍ରେ ‘ହେଲୋ’ କହିବା ଏକ ସାଧାରଣ କଥା ହୋଇଗଲା।


Share It

Comments are closed.