ପେଚା ଦେଖିବାର ଶୁଭ-ଅଶୁଭ ଫଳ ସଂପର୍କରେ ଜାଣନ୍ତୁ
ଶୁଭ, ଅଶୁଭକୁ ନେଇ ବର୍ତ୍ତମାନ ଯୁଗରେ ଲୋକମାନଙ୍କର ବହୁ ଭ୍ରାନ୍ତ ଧାରଣା ରହିଛି। ଯାହାକୁ ଲୋକମାନେ ନିଜ ହିସାବରେ ଠିକ୍ କିମ୍ଵା ଭୁଲ୍ ବୋଲି ଦର୍ଶାଇଥାନ୍ତି। ଯାହାର ଉଦାହରଣ ପେଚା। ମା ଲକ୍ଷ୍ମୀଙ୍କର ବାହନ ହେଉଛି ପେଚା। ପେଚାକୁ ବହୁ ସ୍ଥାନରେ ଶୁଭ ବୋଲି ଭାବୁଥିବା ବେଳେ କେତେକ ସ୍ଥାନରେ ଅଶୁଭ କୁହନ୍ତି। ଏହାକୁ ନେଇ ଲୋକମାନଙ୍କ ମନରେ ବହୁ ଭ୍ରାନ୍ତ ଧାରଣା ମଧ୍ୟ ରହିଛି। ଆଜିବି ମଧ୍ୟ ପୂର୍ବ ଭଳି ଲୋକଙ୍କ ମନରେ ପେଚାକୁ ନେଇ ପୁରୁଣା ବିଶ୍ଵାସ ରହିଛି।
ତେବେ ଆମେ ଆଜି ଆପଣଙ୍କୁ ସେହି ବିଶ୍ଵାସ ବିଷୟରେ କହିବାକୁ ଯାଉଛୁ-
୧-ଯଦି ଆପଣ କୌଣସି ସ୍ଥାନକୁ ଯାଉଛନ୍ତି, ରାସ୍ତାରେ ପେଚା ଦେଖନ୍ତି ଏବଂ ପେଚାର ଆଖି ଆପଣଙ୍କ ଆଖି ମିଶିଯାଏ ତେବେ ଆପଣଙ୍କୁ ଅମାପ ଧନପ୍ରାପ୍ତି ହେବାର ସମ୍ଭାବନା ରହିଛି।
୨-ଯଦି କୌଣସି ରୋଗୀକୁ ପେଚା ଛୁଇଁ କିମ୍ଵା ତାହା ମୁଣ୍ଡ ଉପର ଦେଇ ଉଡିଯାଏ ତେବେ ଉକ୍ତ ରୋଗୀର ସମସ୍ତ ରୋଗ ଦୂର ହୋଇଯାଏ।
୩-ଯଦି ଆପଣଙ୍କ ଦକ୍ଷିଣ ପଟେ ପେଚା ଦେଖନ୍ତି କିମ୍ବା ଫେଚା ରାବ ଶୁଣନ୍ତି ତେବେ ତାହା ଅଶୁଭ ହୋଇଥାଏ।
୪-ଯଦି ପେଚା ଆପଣଙ୍କ ଘରର ଛାତ ଉପରେ ବସି ରାବେ ତେବେ ଘରର କୌଣସି ସଦସ୍ୟଙ୍କ ମୃତ୍ୟ ହେବାର ସମ୍ଭାବନା ରହିଛି।
୫-ଯଦି ସକାଳେ ପୂର୍ବ ଦିଗରେ ପେଚା ଦେଖାଯାଏ ତେବେ ଧନପ୍ରାପ୍ତି ହେବାର ସମ୍ଭାବନା ରହିଛି।
୬- ଯଦି ଆପଣଙ୍କ ଆଖପାଖରେ ପେଚା ବୁଲୁଥିବାର ଦେଖିବେ ତେବେ ଜାଣିବେ ଯେ, ମା ଲକ୍ଷ୍ମୀ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ଅଛନ୍ତି।
Comments are closed.