କରୋନାର ନୂଆ ଭାରିଆଣ୍ଟ ‘MU’କୁ ନେଇ ଚିନ୍ତାରେ WHO, କାମ ଦେଉ ନାହିଁ ଟୀକା
କରୋନା ଭାଇରସର ନୂଆ ଭାରିଆଣ୍ଟ ‘ମୁ’ ସାମ୍ନାକୁ ଆସିଛି । କଲମ୍ବିଆରେ ପ୍ରଥମ ଥର ପାଇଁ ଏହି ଭାରିଆଣ୍ଟ ଚିହ୍ନଟ କରାଯାଇଥିଲା । ୟୁରୋପ ଏବଂ ଦକ୍ଷିଣ ଆମେରିକାର ଅନ୍ୟାନ୍ୟ ଦେଶରେ ମଧ୍ୟ ଏହି ଭାରିଆଣ୍ଟ ମିଳିଛି । ଏହି ଭାରିଆଣ୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଛି । ‘ମୁ’ ଭାରିଆଣ୍ଟ ବିରୋଧରେ ଟିକା କାମ ଦେଇ ନ ପାରେ ବୋଲି ଆଶଙ୍କା କରାଯାଉଛି । କରୋନା ଭାଇରସର ବିଟା ଭାରିଆଣ୍ଟ ଏବଂ ମୁ ଭିତରେ ଅନେକ ସମାନତା ରହିଛି । ତେବେ ମୁ ଭାରିଆଣ୍ଟ ବିରୋଧରେ ଟିକା କାର୍ୟ୍ୟକାରୀ ହେଉଛି କି ନାହିଁ ଜାଣିବାକୁ ଅଧିକ ଗବେଷଣା ଆବଶ୍ୟକ ରହିଥିବା ଡବ୍ଲ୍ୟୁଏଚ୍ଓ କହିଛି ।
Comments are closed.