କ’ଣ ଚମତ୍କାରୀ ସିଟରେ ବସିଥିଲେ ରମେଶ, ସବୁକୁ ଛାଡିଦେଲେ ୧୧ଏ କିପରି ସୁରକ୍ଷିତ ସିଟ ହୋଇଗଲା

Share It

କ’ଣ ପ୍ଲେନ କ୍ରାସରେ କହି ବଂଚିପାରନ୍ତି … ପ୍ଲେନରେ ଏପରି କେଉଁ ସିଟଟି ସବୁଠାରୁ ସୁରକ୍ଷିତ ? ଏବଂ କେଉଁ ସିଟଟି ସବୁଠାରୁ ବିପଦଜନ୍ନକ ଅଟେ । ଅହମ୍ମଦାବାଦରେ ହୋଇଥିବା ସବୁଠାରୁ ଛାତିଥରା ପ୍ଲେନ କ୍ରାସକୁ ନେଇ ସମସ୍ତଙ୍କ ମୁହଁରେ ଏହି ଗୋଟିଏ ପ୍ରଶ୍ନ । ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମଲାଇନର ପ୍ଲେନରେ ବିଦେଶ ନାଗରିକଙ୍କ ସମେତ ୨୪୨ ଯାତ୍ରୀ ଯାତ୍ରା କରୁଥିଲେ । ଏମାନଙ୍କ ମଧ୍ୟରୁ ୨୪୧ ଜଣଙ୍କ ପ୍ରାଣହାନୀ ହୋଇଥିବାବେଳେ କିନ୍ତୁ ଜଣେ ବ୍ୟକ୍ତି ରମେଶ ବିଶ୍ୱାସ କୁମାର ଯିଏକି ମୃତ୍ୟୁକୁ ଆଖି ସାମନାରେ ଦେଖି ଫେରି ଆସିଛନ୍ତି । ସେ ବିମାନର ଭଗ୍ନବିଶେଷ ମଧ୍ୟରୁ ବାହାରି ଚାଲି ଚାଲି ଆସିଲେ । ସେ ପ୍ଲେନର ସିଟ ୧୧ଏରେ ବସିଥିଲେ । ରମେଶଙ୍କ ସେହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସେ ସବୁ ଉତ୍ତର ଜବାବ ଜାଣିଛନ୍ତି ।

ରମେଶ ଆହାତ ଅବସ୍ଥାରେ ବାହାରକୁ ବାହାରି କହିଛନ୍ତି ଯେ, “ବିମାନ ଟେକଅଫ ନେବାର ୩୦ ସେକେଣ୍ଡ ମଧ୍ୟରେ ଜୋରସେ ଶବ୍ଦ କରି କ୍ରାସ ହୋଇଥିଲା । ମୋତେ ଯେତେବେଳେ ହୋସ ଆସିଲା ମୁଁ ମୋ ପାଖରେ ଖାଲି ଲୋକଙ୍କ ଶବ ଦେଖିବାକୁ ପାଇଲି ପ୍ଲେନର ଭଗ୍ନାବିଶେଷ ଚାରି ଆଡେ ପଡି ରହିଥିଲା । ମୋତେ କହି ଜଣେ ଉଦ୍ଧାର କଲେ ଏବଂ ଆମ୍ବୁଲାନ୍ସରେ ନେଇଗଲେ । ମୋ ଭାଇ ମଧ୍ୟ ମୋ ସହ ପ୍ଲେନରେ ଯାତ୍ରା କରୁଥିଲା । ଦୟା କରି ତାକୁ ଖୋଜିବାରେ ମୋତେ ସାହାଯ୍ୟ କରନ୍ତୁ । ୪୦ ବର୍ଷିୟ ରମେଶ ଜଣେ ବ୍ରିଟିସ ନାଗରିକ ଅଟନ୍ତି । ”


Share It

Comments are closed.