ପ୍ରେମରେ ପଡିଲେ ଭିଭିଆନ୍ ଡିସେନା, ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ପରେ ଏବେ ଇଜିପ୍ଟର ସାମ୍ବାଦିକାଙ୍କୁ କରିବେ ବିବାହ
ମନୋରଞ୍ଜନ ଜଗତରେ ଯେମିତି ବିବାହ ସିଜିନ୍ ଚାଲିଛି। ରଣବୀର-ଆଲିଆ, ବିଜେ ସାଇରସ୍ ଏବଂ ମିଲିନ୍ଦ ଗାବାଙ୍କ ବିବାହ ପରେ ଏବେ ଅଭିନେତା ଭିଭିଆନ୍ ଡିସେନା, ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଭିଭିଆନ୍ ଗତ କିଛି ବର୍ଷ ଧରି ଇଜିପ୍ଟର ଜଣେ ସାମ୍ବାଦିକାଙ୍କ ସହ ରିଲେସନସିପରେ ଅଛନ୍ତି।
ନିଜ ରିଲେସନ ବିଷୟରେ ଅଭିନେତା କହିଛନ୍ତି, ସେ ଇଜିପ୍ଟର ଜଣେ ସାମ୍ୱାଦିକା ନୁରନ ଅଲିଙ୍କ ସହ ରିଲେସନସିପରେ ଅଛନ୍ତି ଏବଂ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଅଭିନେତା କହିଛନ୍ତି, ସେ ଜଣେ ସାମାଜିକ ବ୍ୟକ୍ତି ନୁହଁନ୍ତି, ତେଣୁ ସେ ତାଙ୍କ ବିବାହ ଘୋଷଣା ସୋସିଆଲ ମିଡିଆରେ କିମ୍ବା ନୁରନଙ୍କ ସହିତ କୌଣସି ଇଭେଣ୍ଟ କି ପାର୍ଟିରେ ଦେଖାଯିବେ ନାହିଁ। ଭିଭିଆନ୍ ଏକ ଇଣ୍ଟରଭ୍ୟୁ ପାଇଁ ନୁରନଙ୍କୁ ସମ୍ପର୍କ କରଥିଲେ, ସେବେ ସେ ପ୍ରଥମ ଥର ପାଇଁ ତାଙ୍କୁ ଭେଟିଥିଲେ। ଦୁହିଁଙ୍କ ସାକ୍ଷାତ ସମ୍ପର୍କରେ ନୁରନ କହିଛନ୍ତି, ଏହା ମୋ ଦେଶ ଏବଂ ଅଭିନେତାମାନଙ୍କ ପାଇଁ ପ୍ରେମ ଥିଲା, ଯେଉଁଥିପାଇଁ ମୁଁ ଭିଭିଆନଙ୍କୁ ଇଣ୍ଟରଭ୍ୟୁ ପାଇଁ କହିଥିଲି। ଭିଭିଆନଙ୍କର ଏକ ଇଭେଣ୍ଟ ପାଇଁ ଇଜିପ୍ଟକୁ ଆସିବାର ଥିଲା ସେତେବେଳେ ମୁଁ ତାଙ୍କୁ ଇଣ୍ଟରଭ୍ୟୁ ପାଇଁ କହିଥିଲି। ଭିଭିଆନଙ୍କୁ ନେଇ ମୋର ପ୍ରଥମ ଭାବନା ଥିଲା ସେ ନିଜ ବିଷୟରେ କ’ଣ ଭାବୁଛନ୍ତି? ଯେତେବେଳେ ମୁଁ ତାଙ୍କୁ କହିଲି ଯେ ମୁଁ ତୁମ ପରି ଜଣେ ବ୍ୟକ୍ତିଙ୍କ ସହ କାମ କରିପାରିବି ନାହିଁ, ସେ କହିଲେ ମୁଁ ଭାବୁଛି ତୁମେ କଥା ହୋଇଥିବା ବ୍ୟକ୍ତି ମୁଁ ନୁହେଁ। ତେଣୁ ମୋତେ ପ୍ରଥମେ ଜାଣି ନିଅନ୍ତୁ। ଏହା ପରେ ମୁଁ ତାଙ୍କ ପ୍ରେମର୍ ପଡିଥିଲି। ଭିଭିଆନ୍ କହିଛନ୍ତି ନୁରନ୍ ଚାକିରି ଛାଡି ଗୃହିଣୀ ହେବାକୁ ଚାହୁଁଛନ୍ତି। ନୁରନଙ୍କ ପରିବାର ଆଇନ ସହ ଜଡିତ ଏବଂ ଏହି ଇଣ୍ଡଷ୍ଟ୍ରି ବିଷୟରେ ତାଙ୍କର କୌଣସି ଜ୍ଞାନ ନାହିଁ। ସେ ମୋତେ ନୁରନଙ୍କ ପ୍ରାଇଭେସୀର ଯତ୍ନ ନେବାକୁ ଅନୁରୋଧ କରିଛନ୍ତି। ସେ ଚାହାଁନ୍ତି ଯେ ଆମେ ସାଧାରଣ ଦମ୍ପତିଙ୍କ ପରି ରହୁ। ଚାକିରି ଛାଡିବା ନୁରନଙ୍କ ନିଷ୍ପତ୍ତି। ସେ ଚାହାଁନ୍ତି ଯେ ମୁଁ ତାଙ୍କୁ କୌଣସି ଇଭେଣ୍ଟକୁ ନେଇଯିବି ନାହିଁ।
Comments are closed.