କିଏ ସେହି ଇଶାନ କିଷନଙ୍କ ପ୍ରେମିକା ଆଦିତି ହୁଣ୍ଡିଆ, ବିଶ୍ୱକପ ବିଜୟ ପରେ ଯାହାଙ୍କୁ ନେଇ ଏତେ ଚର୍ଚ୍ଚା
୨୦୨୬ ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟ ପରେ ଅଦିତି ହୁଣ୍ଡିଆ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଜଣେ ମଡେଲ୍ ତଥା ମହିଳା ଉଦ୍ୟୋଗୀ ଭାବେ ପରିଚିତ ଅଦିତି ହେଉଛନ୍ତି କ୍ରିକେଟର ଇଶାନ୍ କିଶନଙ୍କ ଗାର୍ଲଫ୍ରେଣ୍ଡ।
ଟି-୨୦ ବିଶ୍ୱକପ୍ ଇତିହାସରେ ଭାରତ ପ୍ରଥମ ଦଳ ଭାବେ ନିଜ ଟାଇଟଲ୍ ବଜାୟ ରଖିବା ସହ ତୃତୀୟ ଥର ପାଇଁ ଚାମ୍ପିଅନ୍ ହୋଇଛି। ଫାଇନାଲ୍ ମ୍ୟାଚରେ ଇଶାନ୍ କିଶନ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ସେ ସଞ୍ଜୁ ସାମସନଙ୍କ ସହ ମିଶି ୧୦୫ ରନର ଭାଗିଦାରୀ କରିବା ସହ ମାତ୍ର ୨୫ ବଲରେ ୫୪ ରନ୍ ସଂଗ୍ରହ କରିଥିଲେ। ଭାରତ ନ୍ୟୁଜିଲାଣ୍ଡ ସମ୍ମୁଖରେ ୨୫୬ ରନର ଲକ୍ଷ୍ୟ ରଖିଥିଲା ଏବଂ ଶେଷରେ ୯୬ ରନରେ ବିଜୟୀ ହୋଇଥିଲା।
ବିଜୟ ପରେ ଇଶାନ୍ କିଶନ ଏବଂ ଅଦିତି ହୁଣ୍ଡିଆଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ଗାର୍ଲଫ୍ରେଣ୍ଡ ମହିକା ଶର୍ମାଙ୍କ ସହ ନାଚୁଥିବାର ଦେଖିବାକୁ ମିଳିଥିଲା। ଏପରିକି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଅଦିତିଙ୍କୁ କୋଳେଇ ନେଇ ଅଭିନନ୍ଦନ ଜଣାଇଥିଲେ। ଜୟପୁରର ଅଦିତିଙ୍କୁ ଭାରତର ସମସ୍ତ ମ୍ୟାଚରେ ଦେଖିବାକୁ ମିଳିଥିଲା। ସେ ସୂର୍ଯ୍ୟକୁମାରଙ୍କ ପତ୍ନୀ ଦେବୀଶା ଶେଟ୍ଟୀଙ୍କ ସହ ମଧ୍ୟ ନଜର ଆସିଥିଲେ। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଯୋଡ଼ିକୁ ବିଶ୍ୱ କ୍ରିକେଟର ‘କ୍ୟୁଟେଷ୍ଟ କପଲ୍’ (ସବୁଠାରୁ ସୁନ୍ଦର ଯୋଡ଼ି) ବୋଲି କହୁଛନ୍ତି।
ଇଶାନ୍ କିଶନଙ୍କ ଜେଜେବାପା ଅନୁରାଗ ପାଣ୍ଡେ ପୂର୍ବରୁ ଏହି ସମ୍ପର୍କକୁ ନେଇ ସ୍ପଷ୍ଟ କରିଥିଲେ। ସେ କହିଥିଲେ ଯେ, ପରିବାର ଇଶାନଙ୍କ ପସନ୍ଦକୁ ଗ୍ରହଣ କରିବେ। ଅଦିତି ଜଣେ ମଡେଲ୍ ଏବଂ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ରନର୍ସ ଅପ୍ ହୋଇଥିଲେ। ମାର୍ଚ୍ଚ ୧୫ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଏହି ସମ୍ପର୍କ ବିଷୟରେ ଜଣାପଡ଼ିବା ପରେ ପ୍ରଶଂସକମାନେ ଇଶାନଙ୍କ ଖେଳ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରିଥିଲେ। କିନ୍ତୁ ଇଶାନ୍ ପାକିସ୍ତାନ ବିପକ୍ଷରେ ୪୦ ବଲରେ ୭୭ ରନ୍ ସଂଗ୍ରହ କରି ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ବିବେଚିତ ହୋଇଥିଲେ।

Comments are closed.