ରାଘବଙ୍କର ସାଧାରଣ ଡିଜାୟର, ପରିଣୀତିଙ୍କର ବିଳାସପୂର୍ଣ୍ଣ ଜାଗୁଆର; ଜାଣନ୍ତୁ ଦୁହିଁଙ୍କ କାର୍ କଲେକ୍ସନରେ କେତେ ତଫାତ୍!
କାହା ପାଖରେ ଅଧିକ ଦାମୀ କାର୍? ରାଘବ ଚଢ଼ା ନା ପରିଣୀତି ଚୋପ୍ରା?
ଭୁବନେଶ୍ୱର : ଆପ ରାଜ୍ୟସଭା ଉପ-ନେତା ପଦବୀରୁ ହଟାଯିବା ପରେ ବର୍ତ୍ତମାନ ରାଘବ ଚଡା ଖୁବ ଚର୍ଚ୍ଚାରେ ରହିଛନ୍ତି । ସେପଟେ ରାଘବ ଚଡା ଏବଂ ପରିଣିତି ଚୋପ୍ରା ଦେଶର ଚର୍ଚ୍ଚିତ ଯୋଡିଙ୍କ ମଧ୍ୟରୁ ଅନ୍ୟତମ ଅଟନ୍ତି । ରାଘବ ଚଡା ଜଣେ ରାଜନୈତିଜ୍ଞ ଥିବାବେଳେ ଅନ୍ୟପଟେ ପରିଣିତି ଚୋପ୍ରା ବଲିଉଡର ଜଣେ ଆଗ ଧାଡିର ଅଭିନେତ୍ରୀ ଅଟନ୍ତି । ଉଭୟଙ୍କ ପ୍ରୋଫେସନାଲ ଲାଇଫ, ଆୟ, ଲାଇଫଷ୍ଟାଇଲ ଏବଂ ଏଜୁକେସନକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଆଗ୍ରହ ରହିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ପରିଣିତି ଏବଂ ରାଘବ କାର କଲେକ୍ସନ ମଧ୍ୟରେ କେତେ ପାର୍ଥକ୍ୟ ରହିଛି ? ।
ପରିଣିତିଙ୍କ କାର କଲେକ୍ସନ ଅତ୍ୟନ୍ତ ବିଳାସପୂର୍ଣ୍ଣ ଥିବାବେଳେ ତାଙ୍କ ପାଖରେ ଜାଗୁଆର, ଅଡି ଏବଂ ରେଂଜ ରୋଭର ଭଳି ବିଳାସପୂର୍ଣ୍ଣ କାର ରହିଛି । ପରିଣିତିଙ୍କୁ ପ୍ରାୟ ଜାଗୁଆର ଗାଡିରେ ହିଁ ଦେଖିବାକୁ ମିଳେ । ଏହା ତାଙ୍କର ସବୁଠାରୁ ବିଳାସପୂର୍ଣ୍ଣ ଗାଡି ଅଟେ । ଯଦି ରାଘବ ଚଡାଙ୍କ ଗାଡି କଲେକ୍ସନ କଥା କହିବା ତେବେ ତାଙ୍କର ଗାଡି କଲେକ୍ସନ ଅତି ସାଧାରଣ ଅଟେ । ମିଡିଆ ରିପୋର୍ଟ ଅନୁଯାୟୀ ସେ ଏକ ଛୋଟ Maruti Dzire ଗାଡି ଚଢନ୍ତି ।
“Maruti Dzire ର ବେସ୍ ମଡେଲର ଦିଲ୍ଲୀରେ ଏକ୍ସ-ସୋରୁମ୍ ମୂଲ୍ୟ ୬.୨୫ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଯଦି ଅନ୍-ରୋଡ୍ ମୂଲ୍ୟ ବିଷୟରେ କହିବା, ତେବେ ଏହି ଗାଡ଼ି ଆପଣଙ୍କୁ ୭.୨୬ ଲକ୍ଷ ଟଙ୍କାରେ ମିଳିଯିବ। ସେହିପରି ଏହାର ଟପ୍ ଭେରିଏଣ୍ଟର ଏକ୍ସ-ସୋରୁମ୍ ମୂଲ୍ୟ ୯.୩୧ ଲକ୍ଷ ଏବଂ ଅନ୍-ରୋଡ୍ ମୂଲ୍ୟ ୧୦.୬୪ ଲକ୍ଷ ଟଙ୍କା ଅଟେ।
Maruti Dzire ଭାରତୀୟ ବଜାରର ଏକ ଲୋକପ୍ରିୟ ସେଡାନ କାର୍ ଭାବେ ଜଣାଶୁଣା। ଏହି ଗାଡ଼ି ଏହାର ଭଲ ମାଇଲେଜ୍ ପାଇଁ ପରିଚିତ। ଏହାର ମାନୁଆଲ୍ ଭର୍ସନ ଲିଟର ପିଛା ୨୪.୭୯ କିଲୋମିଟର ମାଇଲେଜ୍ ଦେଉଥିବା ବେଳେ ଅଟୋମ୍ୟାଟିକ୍ ଭର୍ସନ ୨୫.୭୧ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ୍ ଦେଇଥାଏ। ଏହାର CNG ଭର୍ସନ ବିଷୟରେ କହିବାକୁ ଗଲେ, ଏହା କିଲୋଗ୍ରାମ ପିଛା ୩୦ କିଲୋମିଟରରୁ ଅଧିକ ମାଇଲେଜ୍ ପ୍ରଦାନ କରିଥାଏ। Maruti Dzire ରେ ୧.୨ ଲିଟରର ୩-ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ ମିଳିଥାଏ, ଯାହା ୮୧.୫୮ bhp ପାୱାର ଏବଂ ୧୧୧.୭ Nm ଟର୍କ ଜେନେରେଟ୍ କରିଥାଏ।”
ଏହା ସହିତ Maruti Dzire CNG ଭେରିଏଣ୍ଟ ଅପ୍ସନରେ ମଧ୍ୟ ଉପଲବ୍ଧ, ଯାହା ଏହି କାର୍କୁ ଆହୁରି ଅଧିକ ଶସ୍ତା ଏବଂ ସୁଲଭ କରିଥାଏ। ମାରୁତି ଡିଜାୟରର ଫିଚର୍ସ ବିଷୟରେ କହିବାକୁ ଗଲେ, ଏଥିରେ ୯-ଇଞ୍ଚର ଟଚ୍ସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ୍, ୱାୟରଲେସ୍ ଫୋନ୍ ଚାର୍ଜର ଏବଂ କ୍ରୁଜ୍ କଣ୍ଟ୍ରୋଲ୍ ଭଳି ପ୍ରିମିୟମ୍ ସୁବିଧା ଦିଆଯାଇଛି। ସବୁଠାରୁ ଖାସ୍ କଥା ହେଉଛି, ଏହା ଭାରତର ପ୍ରଥମ ସବ୍-କମ୍ପାକ୍ଟ ସେଡାନ କାର୍ ଯେଉଁଥିରେ ସିଙ୍ଗଲ୍-ପ୍ୟାନ୍ ସନରୁଫ୍ ମିଳୁଛି। ଚମତ୍କାର ଡିଜାଇନ୍ ଏବଂ ୫-ଷ୍ଟାର୍ ସେଫ୍ଟି ସହିତ ଏହି ଗାଡ଼ି ନିଜ ସେଗମେଣ୍ଟରେ Honda Amaze ଏବଂ Tata Tigor ଭଳି କାର୍କୁ କଡ଼ା ଟକ୍କର ଦେଉଛି।

Comments are closed.