ସିନେମା ପରଦାରେ ରଣବୀର ସିଂହ, କିନ୍ତୁ ବାସ୍ତବ ଜୀବନର ‘ଧୁରନ୍ଧର’ ଥିଲେ ମେଜର ମୋହିତ ଶର୍ମା!

Share It

ଭୁବନେଶ୍ୱର: ବଡ଼ ପରଦାରେ ‘ଧୁରନ୍ଧର’ ଏବଂ ‘ଧୁରନ୍ଧର ୨’ର ବେଶ୍ ସଫଳତା ପରେ ଏବେ ଚର୍ଚ୍ଚା ଜୋର୍ ଧରିଛି ଯେ, ରଣବୀର ସିଂହ ଅଭିନୟ କରିଥିବା ଏହି ଚରିତ୍ରଟି ପ୍ରକୃତରେ କାହା ଜୀବନୀ ଉପରେ ଆଧାରିତ? ସେହି ବୀର ଯୋଦ୍ଧା ଜଣକ ହେଉଛନ୍ତି ଭାରତୀୟ ସେନାର ଅମର ଶହୀଦ ମେଜର ମୋହିତ ଶର୍ମା।

ଜଣେ ଉଚ୍ଚପଦସ୍ଥ ସେନା ଅଧିକାରୀ ହୋଇ ମଧ୍ୟ ସେ ନିଜ ଜୀବନକୁ ପାଣି ଛଡ଼ାଇ ଶତ୍ରୁ ଶିବିରରେ ପଶିଥିଲେ। ଜଣେ ‘ସ୍ପାଏ ଏଜେଣ୍ଟ’ ଭାବେ ପାକିସ୍ତାନ ଏବଂ ଆତଙ୍କବାଦୀ ସଂଗଠନ ମଧ୍ୟରେ ରହି ସେ ଯେଉଁ ସାହସ ଦେଖାଇଥିଲେ, ତାହା ଶୁଣିଲେ ଆଜି ବି ଦେଶବାସୀଙ୍କ ଛାତି ଗର୍ବରେ କୁଣ୍ଢେମୋଟ ହୋଇଯାଏ।

କିଏ ଏହି ମେଜର ମୋହିତ ଶର୍ମା?
ସେ ଥିଲେ ଭାରତୀୟ ସେନାର ଅତି ଗୁପ୍ତ ଏବଂ ଘାତକ ‘୧ ପାରା (ଝୠ)’ ୟୁନିଟ୍‌ର ଜଣେ ଦକ୍ଷ କମାଣ୍ଡୋ। ଶତ୍ରୁର ଆଖିରେ ଧୂଳି ଦେଇ ସେମାନଙ୍କ ଗଡ଼ରେ ପଶି ଆତଙ୍କୀଙ୍କୁ ନିପାତ କରିବାରେ ସେ ଥିଲେ ଜଣେ ଓସ୍ତାଦ। ‘ଧୁରନ୍ଧର’ ଫିଲ୍ମରେ ରଣବୀର ସିଂହଙ୍କ ଦମଦାର ଅଭିନୟ, ବାସ୍ତବରେ ମେଜର ମୋହିତ ଶର୍ମାଙ୍କ ସେହି ଅଦମ୍ୟ ସାହସ ଓ ଶୌର୍ଯ୍ୟର ପ୍ରତିଫଳନ ବୋଲି କୁହାଯାଉଛି।

ଆଜି ସେ ଆମ ଗହଣରେ ନାହାନ୍ତି ସତ, କିନ୍ତୁ ତାଙ୍କର ଏହି ବୀରତ୍ୱ ଗାଥା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ।ଭାରତୀୟ ସେନାର ଏହି ଉଚ୍ଚପଦସ୍ଥ ଅଧିକାରୀଙ୍କ ନାମ ହେଉଛି ସହିଦ ମେଜର ମୋହିତ ଶର୍ମା । ସେ ଭାରତୀ ସେନା ଏଲିଟ ୧ ପାରାର ଅଂଶ ଥିଲେ । ଭାରତୀୟ ସେନାର ଜଣେ ପାରା କମାଣ୍ଡୋର ସାହାସ ଏବଂ ବୀରତ୍ୱ କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱ ମଧ୍ୟ ଜାଣିଛି । ମେଜର ମୋହିତ ଶର୍ମାଙ୍କ ନାଁ ଶୁଣିଲେ ଶତ୍ରୁ ଏବଂ ଆତଙ୍କବାଦୀମାନେ ଭୟରେ ଥରିବାକୁ ଲାଗନ୍ତି ।
୨୦୦୯ ମସିହାରେ ଆତଙ୍କବାଦୀଙ୍କ ସହ ଲଢ଼େଇ କରି ସେ ଶହୀଦ ହୋଇଥିଲେ। ସେ କେବଳ ନିଜ ସାଥୀମାନଙ୍କୁ ସୁରକ୍ଷିତ ରଖିନଥିଲେ, ବରଂ ୪ ଜଣ ଆତଙ୍କବାଦୀଙ୍କୁ ମଧ୍ୟ ମାରି ଦେଇଥିଲେ। ମେଜର ମୋହିତ ଶର୍ମାଙ୍କ ସାମରିକ ଦକ୍ଷତାର ଅନ୍ଦାଜ ଏହି କଥାରୁ ଲଗାଯାଇପାରେ ଯେ, ସେ ଏକ ଛଦ୍ମ ନାମରେ ଆତଙ୍କବାଦୀ ସଂଗଠନ ‘ହିଜବୁଲ ମୁଜାହିଦ୍ଦିନ୍‌’ରେ ସାମିଲ ହୋଇଥିଲେ। ସେଠାରୁ ସେ ଅନେକ ଗୁପ୍ତ ସୂଚନା ସଂଗ୍ରହ କରିଥିଲେ, ଯାହା ଭାରତର ସୁରକ୍ଷା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥିଲା। କୁହାଯାଏ ଯେ ଏହି ସମୟରେ ସେ ପାକିସ୍ତାନ ମଧ୍ୟ ଯାଇଥିଲେ।
ଭାରତୀୟ ସେନାର ବୀରମାନଙ୍କ ଗାଥା ଉପରେ ଆଧାରିତ ଚଳଚ୍ଚିତ୍ର ସବୁବେଳେ ଭାରତୀୟ ସିନେମା ଜଗତରେ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଆସିଛି। ଏହି କ୍ରମରେ ଏବେ ପାରା ସ୍ପେଶାଲ ଫୋର୍ସର ବାହାଦୁର ଅଧିକାରୀ ମେଜର ମୋହିତ ଶର୍ମାଙ୍କ କାହାଣୀ ଉପରେ ଆଧାରିତ ଫିଲ୍ମ ‘ଧୁରନ୍ଧର’କୁ ନେଇ ଚର୍ଚ୍ଚା ଜୋର ଧରିଛି। ରୋହତକ (ହରିୟାଣା)ରେ ଜନ୍ମିତ ମେଜର ମୋହିତ ଶର୍ମା ଭାରତୀୟ ସେନାର ‘୧ ପାରା (ସ୍ପେଶାଲ ଫୋର୍ସ)’ର ଜଣେ ଅତ୍ୟନ୍ତ ବିଶିଷ୍ଟ ଅଧିକାରୀ ଥିଲେ। ସେ ଏନଡିଏ ରୁ ଗ୍ରାଜୁଏଟ୍ ଏବଂ ପରେ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀ ରୁ ଉତ୍ତୀର୍ଣ୍ଣ ହୋଇଥିଲେ। ନିଜର ଅସୀମ ସାହସ, ନିର୍ଭୟତା ଏବଂ ନେତୃତ୍ୱ ନେବାର କ୍ଷମତା ପାଇଁ ସେ ନିଜ ସାଥୀମାନଙ୍କ ମଧ୍ୟରେ ବେଶ୍ ପରିଚିତ ଥିଲେ।”
୨୦୦୪ ମସିହାରେ ଦକ୍ଷିଣ କାଶ୍ମୀରର ସୋପିଆନରେ କରାଯାଇଥିବା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଗୋପନୀୟ ଅପରେସନ ପାଇଁ ମେଜର ଶର୍ମାଙ୍କୁ ସବୁଠାରୁ ଅଧିକ ମନେ ପକାଯାଏ। ଏହି ସମୟରେ ସେ ଆତଙ୍କବାଦୀ ସଂଗଠନ ‘ହିଜବୁଲ ମୁଜାହିଦ୍ଦିନ୍‌’ ମଧ୍ୟରେ ପଶିବା ପାଇଁ ‘ଇଫ୍‌ତିକାର ଭଟ୍ଟ’ ନାମ ଗ୍ରହଣ କରିଥିଲେ। ନିଜର ପ୍ରକୃତ ପରିଚୟ ଲୁଚାଇବା ପାଇଁ ସେ ଲମ୍ବା ଦାଢ଼ି ଏବଂ ଚୁଟି ରଖିଥିଲେ।

ସେ ଆତଙ୍କବାଦୀମାନଙ୍କୁ ଏହି କାହାଣୀ ଶୁଣାଇଥିଲେ ଯେ, ତାଙ୍କ ଭାଇଙ୍କ ମୃତ୍ୟୁ ସେନା ହାତରେ ହୋଇଛି, ତେଣୁ ସେ ଏହାର ପ୍ରତିଶୋଧ ନେବାକୁ ଚାହୁଁଛନ୍ତି। ଆତଙ୍କବାଦୀମାନେ ତାଙ୍କ କାହାଣୀକୁ ବିଶ୍ୱାସ କରି ତାଙ୍କୁ ନିଜ ନେଟୱାର୍କର ଅଂଶ କରିଦେଲେ। ଏହି ସମୟ ମଧ୍ୟରେ ମେଜର ଶର୍ମା ସେମାନଙ୍କ ଆଡ୍ଡା, ସମ୍ପର୍କ ଏବଂ କାମ କରିବାର ଶୈଳୀ ବିଷୟରେ ବହୁତ ତଥ୍ୟ ସଂଗ୍ରହ କରିଥିଲେ।

କିନ୍ତୁ ଯେତେବେଳେ ସେମାନେ ତାଙ୍କ ପ୍ରକୃତ ପରିଚୟ ଜାଣିବାକୁ ପାଇଲେ, ସେତେବେଳେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଗୁଳିବିନିମୟ ସମୟରେ ମଧ୍ୟ ସେ ହିଜବୁଲର ଦୁଇଜଣ ଭୟଙ୍କର ଆତଙ୍କବାଦୀ (ଅବୁ ତୋରାରା ଏବଂ ଅବୁ ସବଜାର)ଙ୍କୁ ମାରି ଗୁଳାଇ ଦେଇଥିଲେ। ସୂଚନାଯୋଗ୍ୟ ଯେ, ପରବର୍ତ୍ତୀ ବର୍ଷଗୁଡ଼ିକରେ ହିଜବୁଲ ମୁଜାହିଦ୍ଦିନ୍ ସଂଗଠନ କ୍ରମାଗତ ଭାବେ ଦୁର୍ବଳ ହୋଇଯାଇଥିଲା।
ଏହା ପରେ ମେଜର ମୋହିତ ଶର୍ମାଙ୍କୁ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମିଶନରେ ନିୟୋଜିତ କରାଯାଇଥିଲା। ୨୦୦୯ ମସିହାରେ ଉତ୍ତର କାଶ୍ମୀରର କୁପୱାଡ଼ା ଜିଲ୍ଲାରେ ହୋଇଥିବା ଏହି ଅପରେସନ ସମୟରେ ସେ ଶତ୍ରୁମାନଙ୍କ ଟାର୍ଗେଟକୁ ଆସିଯାଇଥିଲେ। ଦେହରେ ଗୁଳି ବାଜିଥିଲେ ମଧ୍ୟ ସେ ଲଢ଼େଇ ଜାରି ରଖିଥିଲେ ଏବଂ ଚାରିଜଣ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ।
ଏହି ଅପରେସନ ସମୟରେ ହିଁ ସେ ଦେଶ ପାଇଁ ନିଜର ସର୍ବୋଚ୍ଚ ବଳିଦାନ ଦେଇଥିଲେ। ତାଙ୍କର ଅତୁଳନୀୟ ବୀରତ୍ୱ ଏବଂ ଅଦମ୍ୟ ସାହସ ପାଇଁ ୨୦୦୯ ମସିହାରେ ମେଜର ମୋହିତ ଶର୍ମାଙ୍କୁ ମରଣୋତ୍ତର ଭାବେ ‘ଅଶୋକ ଚକ୍ର’ରେ ସମ୍ମାନିତ କରାଯାଇଥିଲା, ଯାହା ଶାନ୍ତି ସମୟରେ ଦିଆଯାଉଥିବା ଦେଶର ସର୍ବୋଚ୍ଚ ସାମରିକ ସମ୍ମାନ ଅଟେ।


Share It

Comments are closed.