ଚୀନ୍‌ରେ ପୁଣିଥରେ ଭୟଙ୍କର ହେଲାଣି କରୋନା ସମସ୍ୟା, ଆଗାମୀ ୩ ଦିନ ଭିତରେ ଶେଷ ହୋଇଯିବ ସଂରକ୍ଷିତ ଚିକିତ୍ସା ସାମଗ୍ରୀ

Share It

ବର୍ତମାନ ପୁଣିଥରେ ଚାଇନାରେ କରୋନା ମାମଲା ଅତି ଦ୍ରୁତ ଗତିରେ ବଢିବାରେ ଲାଗିଛି । ୨୦୨୦ ପରେ ସେଠାରେ ସବୁଠାରୁ ଖରାପ ପରିସ୍ଥିତି ଏବେ ପୁଣିଥରେ ଆସିଛି ବୋଲି ବିଶ୍ବାସ କରାଯାଉଛି । ଏଭଳି ପରିସ୍ଥିତିରେ ଭାରତରେ ମଧ୍ୟ ଚିନ୍ତା ବଢିବାରେ ଲାଗିଛି । କରୋନା ମାମଲାକୁ ଦୃଷ୍ଟିରେ ରଖି ଚୀନ୍‌ର ଅନେକ ସହରରେ ଲକଡାଉନ୍ ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ବିଶେଷଜ୍ଞମାନେ କହିଛନ୍ତି ଯେ ଆସନ୍ତା ସପ୍ତାହରେ ଚୀନ୍‌ର ସ୍ୱାସ୍ଥ୍ୟ ସେବା ଉପରେ ଚାପ ବଢିପାରେ ।

କରୋନାକୁ ଦୃଷ୍ଟିରେ ରଖି ଚାଇନାର ଅନେକ ସହରରେ ଅସ୍ଥାୟୀ ଡାକ୍ତରଖାନା ପ୍ରସ୍ତୁତ କରାଯାଇଛି । ଏହି ସମୟରେ ରାଷ୍ଟ୍ରପତି ସି ଜିନପିଙ୍ଗ କହିଛନ୍ତି ଯେ ଦେଶ ‘ଜିରୋ କୋଭିଡ ପଲିସି’ରେ ଲାଗିବ । ସୂଚନା ଅନୁଯାୟୀ, ଗତ ୧୦ ସପ୍ତାହ ମଧ୍ୟରେ ଚାଇନାରେ ୧୪ ହଜାରରୁ ଅଧିକ ମାମଲା ରିପୋର୍ଟ ହୋଇଛି ଏବଂ ଓମିକ୍ରନ୍ ଭାରିଆଣ୍ଟରେ ସର୍ବାଧିକ ମାମଲା ରହିଛି । ଏହି କାରଣରୁ ଅନେକ ସ୍ଥାନରେ ଲକଡାଉନ୍ ମଧ୍ୟ ଲଗାଯାଇଛି । କୁହାଯାଉଛି ଯେ ଚୀନ୍‌ର ଏହି ଲକଡାଉନ୍ ଦେଶର ଅର୍ଥନୀତି ଉପରେ ମଧ୍ୟ ଖରାପ ପ୍ରଭାବ ପକାଇପାରେ ।

ଚୀନ୍‌ର ଅନେକ ସ୍ଥାନରେ କରୋନା ପରୀକ୍ଷାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଏହା ବ୍ୟତୀତ ଚୀନ୍‌ର କଠୋର ‘ଜିରୋ କୋଭିଡ୍ ପଲିସି’ ଅଧୀନରେ ଲୋକଙ୍କୁ କ୍ବାରେଣ୍ଟାଇନ୍ ଦିଆଯାଉଛି । ଚାଇନାରେ, କରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ଜିଲିନ୍‌ରେ ଡାକ୍ତରଖାନାଗୁଡ଼ିକରେ କ୍ବାରେଣ୍ଟାଇନ୍ ପାଇଁ ସ୍ଥାନର ଅଭାବ ଦେଖାଦେଇଛି । ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ଏଠାରେ କରୋନାକୁ ଚିକିତ୍ସା କରିବା ପାଇଁ କେବଳ ୨-୩ ଦିନର ଚିକିତ୍ସା ସାମଗ୍ରୀ ଉପଲବ୍ଧ ରହିଛି ।

ଚୀନ୍‌ର ଅନେକ ସହରରେ ଲକଡାଉନ୍ ଲଗାଯାଇଥିବାରୁ କୋଟି କୋଟି ଲୋକ ସେମାନଙ୍କ ଘରେ ବନ୍ଦୀ ଅଛନ୍ତି । ଚୀନ୍‌ର ୧୦ ଟି ସହରରେ ଏପର୍ଯ୍ୟନ୍ତ ଲକଡାଉନ୍ ଲାଗୁ କରାଯାଇଛି । ଏଥି ସହିତ ଅଧିକ କଠୋର ପ୍ରତିବନ୍ଧକ ଲଗାଯାଇପାରେ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ଚେତାବନୀ ଦେଇଛନ୍ତି ।


Share It

Comments are closed.