ହ୍ୱାଟସଆପ ଆଣିଲା ନୂଆ ଫିଚର, ଏକା ସାଙ୍ଗେ ୫୦ ଜଣଙ୍କ ସହ କରନ୍ତୁ ଭିଡିଓ କଲିଂ
ହ୍ୱାଟସଆପରେ ୟୁଜର୍ସଙ୍କୁ ନୂଆ ଦମଦାର ଫିଚର ଫେସବୁକ ପକ୍ଷରୁ ପ୍ରଦାନ କରାଯାଉଛି, ଯେଉଁଥିରେ ଭିଡିଓ କଲିଂର ମଜା ଅନେକ ଗୁଣାରେ ବଢିଯିବ । ସୋସିଆଲ ମିଡିଆ କମ୍ପାନୀ ଫେସବୁକ ପକ୍ଷରୁ ଏକ ନୂଆ ‘ମେସେଞ୍ଜର ରୁମ’ ୟୁଜର୍ସଙ୍କୁ ପାଇଁ ରୋଲ ଆଉଟ କରାଯାଇଛି । ହ୍ୱାଟସ୍ଆପରେ ମଧ୍ୟ ୟୁଜର୍ସଙ୍କୁ ମେସେଞ୍ଜର ରୁମର ସର୍ଟକଟ ମିଳିବ । ଆଣ୍ଡ୍ରୋଏଡ ବିଟା ଆପରେ କିଛି ଦେଶମାନଙ୍କୁ ଏହି ସର୍ଟକଟ ପ୍ରଦାନ କରାଯାଇଛି ଏବଂ ଏହାର ସାହାଯ୍ୟରେ ଫେସବୁକ ମେସେଞ୍ଜର ରୁମ ପ୍ରସ୍ତୁତ କରାଯାଇ ପାରିବ, ଯାହା ଦ୍ୱାରା କି ଏକାସାଥେ ଆପଣ ୫୦ ଜଣଙ୍କ ସହ ଭିଡିଓ ଚ୍ୟାଟ କରିପାରିବେ ।
ମିଳିଥିବା ସୂଚନା ମୁତାବକ, ୟୁଏୟରେ ହ୍ୱାଟସଆପ ବିଟା ୟୁଜର୍ସଙ୍କୁ ଏହି ଅପଡେଟ ମିଳୁଛି । ନୂଆ ଫିଚର ହ୍ୱାଟସଆପ ବିଟା ଭର୍ସନ ୨.୨୦.୧୩୯ରେ ଦିଆଯାଇଛି । ଫେସବୁକ ପକ୍ଷରୁ ମେସେଞ୍ଜର ରୁମ ଫିଚର ଘୋଷଣା କରାଯିବା ସହ ଏହା ସର୍ଟକଟ ହ୍ୱାଟସଆପ ଏବଂ ଇନଷ୍ଟାଗ୍ରାମର ୟୁଜର୍ସଙ୍କୁ ମଧ୍ୟ ମିଲିବ ବୋଲି ସୁନିଶ୍ଚିତ ମଧ୍ୟ କରାଯାଇଛି । ହ୍ୱାଟସଆପ ଚ୍ୟାଟ ୱିଣ୍ଡୋରେ ମିଳିବାକୁ ଥିବା ନୂଆ ସର୍ଟକଟ ଉପରେ ଟ୍ୟାପ କରିବା ମାତ୍ରକେ ଫେସବୁକର ନୂଆ ଭିଡିଓ କନଫରେନ୍ସ ଫିଚର ମେସେଞ୍ଜର ରୁମ ଓପନ ହୋଇଯିବ ।
#MessengerRooms is here and starting to roll out globally. Create or join a room with up to 50 people, with no time limit. #SeeYouHere” https://t.co/VF7iMpQ31K
— Messenger (@messenger) May 14, 2020
ସବୁଠାରୁ ଖାସ କଥା ଏହା ଯେ, ଫେସବୁକର ନୂଆ ମେସେଞ୍ଜର ରୁମର ଅଂଶ ସେହି ୟୁଜର୍ସ ମଧ୍ୟ ହୋଇପାରିବେ, ଯେଉଁମାନଙ୍କର ଫେସବୁକରେ ଆକାଣ୍ଟ ମଧ୍ୟ ନାହିଁ । ହ୍ୱାଟସଆପରେ ମେସେଞ୍ଜର ରୁମ ସର୍ଟକଟ ଆଟାଚ ଫାଇଲ ବିଭାଗରେ ଦିଆଯାଇଛି । ବିଟା ୟୁଜର୍ସଙ୍କୁ ନୂଆ ଆଇକନ ଚ୍ୟାଟ ୱିଣ୍ଡୋରେ ଆଟାଚ ବିକଳ୍ପରେ କ୍ଲିକ କଲାପରେ ଡକ୍ୟୁମେଣ୍ଟ ଏବଂ ଗ୍ୟାଲେରୀ ମଧ୍ୟରେ ଦେଖାଯିବ । ଏଥିରେ ପ୍ରଥମ ମିଳିବାକୁ ଥିବା କ୍ୟାମେରା ଆଇକନକୁ ରିପ୍ଲେସ କରାଯାଇଛି । ଏହି ସର୍ଟକଟ ଗ୍ରୁଫ ଚ୍ୟାଟ ଏବଂ ପୂର୍ବରୁ ମିଳିଥିବା କଲ୍ସ ଟ୍ୟାବରେ ମଧ୍ୟ ଦେଖାଯାଉଛି । ଭାଇସ-ଭିଡିଓ କଲ ବିକଳ୍ପ ଦ୍ୱାରା ଆପଣ ନୂଆ ମେସେଞ୍ଜର ରୁମ ଆଇକନ ମଧ୍ୟ ଦେଖିପାରିବେ । ଏହା ବାଦ ଯେତେବେଳେ ୟୁଜର୍ସ ଗ୍ରୁଫ କଲ କରିବା ପାଇଁ କଲ ଆଇକନରେ ଟ୍ୟାପ କରିବେ, ସେତେବେଳେ ତାଙ୍କୁ ‘ମକ୍ସରବଗ୍ଧର ବ କ୍ସକ୍ଟକ୍ଟଜ୍ଞ’ ବିକଳ୍ପ ଦିଆଯିବ । ଏହା କିନ୍ତୁ ହ୍ୱାଟସଆପରେ ମିଳୁଥିବା ଗ୍ରୁଫ କଲିଂ ବିକଳ୍ପ ଠାରୁ ସଂପୂର୍ଣ୍ଣ ଭିନ୍ନ ଅଟେ ଏବଂ ଫେସବୁକର କନଫରେସିଂ ସେବା ଉପରେ ମଧ୍ୟ ୟୁଜର୍ସଙ୍କୁ ପଠାଇଦେବ ।
Comments are closed.