ଜାଣନ୍ତୁ ଶାସ୍ତ୍ର ହିସାବରେ କେଉଁ ବାରରେ କେଉଁ ରଙ୍ଗର ବସ୍ତ୍ର ପରିଧାନରେ ମିଳିଥାଏ ସୁଫଳ
ଜ୍ୟୈତିଷ ଶାସ୍ତ୍ର କିମ୍ବା ବାସ୍ତୁରେ ପ୍ରତ୍ୟେକ ଦିନ ଏବଂ ବାରର ବିଭିନ୍ନ ପ୍ରକାରର ମହତ୍ୱ ରହିଛି । ଶାସ୍ତ୍ର ଅନୁଯାୟୀ ବିଭିନ୍ନ ଦିନ ବା ବାରରେ ଆପଣଙ୍କ ପୋଷାକ ଆପଣଙ୍କ କାର୍ଯ୍ୟର ସଫଳତା କିମ୍ବା ବିଫଳତା ଉପରେ ପ୍ରଭାବ ପକାଇଥାଏ । ଗ୍ରହ ଉପଗ୍ରହମାନଙ୍କ ଉପରେ ମଧ୍ୟ ରଙ୍ଗର ପ୍ରଭାବ ପଡିଥାଏ । ତେଣୁ ସପ୍ତାହର ସାତୋଟି ଦିନରେ ଆମ୍ଭେମାନେ ଶୁଭ ଫଳ ପାଇଁ ଗ୍ରହ ଅନୁଯାୟୀ ପେ।।ଷାକ ପରିଧାନ କରିପାରିବା । ଆସନ୍ତୁ ଜାଣିବା କେଉଁ ବାରରେ କେଉଁ ରଙ୍ଗର କପଡାର ପରିଧାନରେ ମିଳିଥାଏ ଶୁଭଫଳ ।
୧. ରବିବାର – ରବିବାର ସୂର୍ଯ୍ୟଙ୍କର ଆଦ୍ୟ ବାର ଅଟେ । ଆପଣ ରବିବାର ଦିନ କୌଣସି ଶୁଭାକାମ କରିବାକୁ ଗଲେ ଲାଲ ରଙ୍ଗର କପଡା ପରିଧାନ କରନ୍ତୁ । ବେଦିକ ଶାସ୍ତ୍ର ଅନୁଯାୟୀ ରବିବାର ଦିନ ଲାଲ ପରିଧାନ କରିବା ଦ୍ୱାରା ଆପଣଙ୍କୁ ସୁସ୍ଥ ସ୍ୱାସ୍ଥ୍ୟ ଏବଂ ସକରାତ୍ମକ ଶକ୍ତିର ଉର୍ଜା ମିଳିଥାଏ ।
୨. ସୋମବାର – ସେମାବାର ଦିନ ଚନ୍ଦ୍ରଙ୍କର ବାର ଅଟେ । ଏହି ବାରରେ ଆପଣ ଶୁଭ ଫଳ ପାଇଁ ଧଳା ରଙ୍ଗର ବସ୍ତ୍ର ପରିଧାନ କରିପାରିବେ । ଧଳା ଆପଣଙ୍କ ମନ ଏବଂ ହୃଦୟକୁ ଶାନ୍ତ କରିଥାଏ । ଏହା ମଧ୍ୟ ସମ୍ପୂର୍ଣ୍ଣ ଶରୀରରେ ଶୀତଳତା ପ୍ରଦାନ କରିଥାଏ ଏବଂ ଆନ୍ତରିକ ଶାନ୍ତି ମିଳିଥାଏ ।
୩. ମଙ୍ଗଳବାର – ମଙ୍ଗଳବାର ମଙ୍ଗଳ ଗ୍ରହଙ୍କ ବାର ଅଟେ । ଏହି ବାରରେ ମଙ୍ଗଳଙ୍କୁ ଶାନ୍ତି କରିବା ପାଇଁ ଆପଣ ଲାଲ କିମ୍ବା ମରୁନ ରଙ୍ଗର ବସ୍ତ୍ର ପରିଧାନ କରିପାରିବେ । ଲାଲ ଏବଂ ମରୁନ ରଙ୍ଗର କପଡା ଆପଣଙ୍କୁ ଅତ୍ୟନ୍ତ ପ୍ରଭାବଶାଳୀ ଉର୍ଜା ପ୍ରଦାନ କରିଥାଏ ଏବଂ ଆପଣଙ୍କ ସମସ୍ତ କାର୍ଯ୍ୟ ସଫଳ ହୋଇଥାଏ ।
୪. ବୁଧବାର – ବୁଧବାର ଦିନ ବୁଧଗ୍ରହର ପ୍ରଭାବ ଖୁବ ଅଧିକ ରହିଥାଏ । ଏହି ଦିନ ଆପଣ ସବୁଜ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ।
୫. ଗୁରୁବାର – ଗୁରୁବାର ବୃହସ୍ପତିଙ୍କର ଆଦ୍ୟବାର ଅଟେ । ଏହି ବାରରେ ଆପଣ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିପାରିବେ ।
୬. ଶୁକ୍ରବାର – ଶୁକ୍ରବାର ଦିନ ପ୍ଲୁଟୋର ପ୍ରଭାବ ଅଧିକ ରହିଥାଏ । ତେଣୁ ଶୁକ୍ରବାର ଗୋଲାପୀ, ଧଳା ଏବଂ ପର୍ପଲ ରଙ୍ଗର ବସ୍ତ୍ର ପରିଧାନ କରିବା ଦ୍ୱାରା ସମସ୍ତ ପ୍ରକାରର କାର୍ଯ୍ୟରେ ସୁଫଳ ମିଳିଥାଏ ।
୭. ଶନିବାର – ଶନିବାରରେ ଶନି ଗ୍ରହର ପ୍ରଭାବ ରହିଥାଏ । ତେଣୁ ସେହି ଦିନରେ ସମସ୍ତ କାର୍ଯ୍ୟରେ ସୁଫଳ ପାଇବା ପାଇଁ କଳା କିମ୍ବା ଗାଢ ନୀଳ ରଙ୍ଗର ବସ୍ତ୍ର ପରିଧାନ କରିପାରିବେ ।
Comments are closed.