ଶିଶୁଙ୍କୁ ମହାମାରୀ କରୋନା ଠାରୁ ଦୂରେଇ ରଖିବା ପାଇଁ ଉପାୟ ଜାଣନ୍ତୁ

Share It

ସାରା ଦେଶରେ ତୀବ୍ର ଗତିରେ ବ୍ୟାପିବାରେ ଲାଗିଛି ଅଦୃଶ୍ୟ ଭୂତାଣୁ। ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୩ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ମଧ୍ୟରେ ୧୬୦୦ ରୁ ଅଧିକ ଲୋକଙ୍କ ଜୀବନ ନେଇଛି କରୋନା। କରୋନାର ଦ୍ଵିତୀୟ ଲହରୀ ବେଶ୍ ଘାତକ ସାବ୍ୟସ୍ତ ହୋଇଛି। ତେବେ ଶିଶୁମାନଙ୍କୁ କିଭଳି ଏହି ଅଦୃଶ୍ୟ ଭୂତାଣୁ ଠାରୁ ଦୂରରେ ରଖିବେ ସେନେଇ ବିଶେଷଜ୍ଞମାନଙ୍କ କିଛି ପରାମର୍ଶ ବିଷୟରେ ଜାଣନ୍ତୁ।

ଦିଲ୍ଲୀ ଏମ୍ସ ଡକ୍ଟର ରାକେଶ ଗର୍ଗଙ୍କ କହିବା ଅନୁଯାୟୀ, ଏବେ ଶିଶୁମାନଙ୍କ ଉପରେ କରୋନାର ପ୍ରଭାବ ପଡୁଛି। ଏଥିପାଇଁ ସେମାନଙ୍କୁ ଘରୁ ବାହାରକୁ ଯିବାକୁ ଦିଅନ୍ତୁ ନାହିଁ। ସେମାନଙ୍କୁ ସର୍ବଦା ମାସ୍କ ଲଗାଇବାକୁ ଅଭ୍ୟାସରେ ପକାନ୍ତୁ। ତେବେ ଶିଶୁମାନଙ୍କ ଠାରେ ଖୁବ୍ କମ୍ ଲକ୍ଷଣ ଦେଖାଯାଏ, ଏଥିପ୍ରତି ସାବଧାନ୍ ରୁହନ୍ତୁ। ବହୁ ଶିଶୁଙ୍କୁ ଡାଇରିଆ ସମସ୍ୟା ହୋଇପାରେ। ଶିଶୁଙ୍କୁ କରୋନା ଠାରୁ ଦୂରେଇ ରଖିବା ପାଇଁ ସର୍ବଦା ହାତ ସାନିଟାଇଜ୍ କରାନ୍ତୁ। ସାମାଜିକ ଦୂରତ୍ଵ ରକ୍ଷା କରିବାକୁ କୁହନ୍ତୁ।

ବର୍ତ୍ତମାନ ସମୟରେ ଯେଭଳି ଭାବରେ କରୋନା ବ୍ୟାପୁଛି ଅଧିକ ସତର୍କତା ଅବଲମ୍ବନ କରିବା ଉଚିତ୍। ଥଣ୍ଡା, ଜ୍ଵର, କାଶ ହେଲେ ତୁରନ୍ତ କୋଭିଡ ଟେଷ୍ଟ କରିବା ଉଚିତ୍। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଜ୍ଵର ହେଉ ହେଉ ପ୍ରାଥମିକ ପର୍ଯ୍ୟାୟରେ ଟେଷ୍ଟ କଲେ ବେଳେବେଳେ ଜଣାପଡେ ନାହିଁ, ହେଲେ କିଛି ଦିନ ପରେ ଟେଷ୍ଟ କଲେ ରିପୋର୍ଟ ପଜିଟିଭ୍ ଆସିଥାଏ। ଏଥିପାଇଁ ଶିଶୁ ଦେହରେ ଦେଖାଯାଉଥିବା ସମସ୍ତ ଲକ୍ଷଣ ବିଷୟରେ ସତର୍କ ରୁହନ୍ତୁ।


Share It

Comments are closed.