ଦୀର୍ଘ ୧୦ ବର୍ଷ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରି ନିଜର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଲେ ପାକସ୍ତାନର ଏହି ଖେଳାଳୀ

Share It

ବର୍ଷେ କି ଦୁଇ ବର୍ଷ ନୁହେଁ ପୁରା ୧୦ ବର୍ଷ ପରେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କଲେ। ଆଉ ନିଜର ଦମଦାର ପ୍ରଦର୍ଶନ ବଳରେ ସମସ୍ତଙ୍କ ହୃଦୟ ଜିଣିଲେ। କ୍ରିକେଟ ଇତିହାସରେ ନୂଆ ଅଧ୍ୟାୟ ଲେଖିଥିବା ପାକିସ୍ତାନର ଫାୱାଦ ଆଲମଙ୍କୁ ନେଇ ସବୁଆଡ଼େ ଚର୍ଚ୍ଚା। କାରଣ ଦୀର୍ଘ ୧୦ ବର୍ଷ ପରେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରି ଇତିହାସ ରଚିଛନ୍ତି ଫାୱାଦ ଆଲମ। ଏଥିସହିତ ଲେଖିଛନ୍ତି ନୂଆ ଇତିହାସ। ୧୦ ବର୍ଷ ଓ ୮୮ଟି ଟେଷ୍ଟରୁ ବାଦ ପଡ଼ିବା ପରେ ଆଶା ଛାଡ଼ିନଥିଲେ ଫାୱାଦ।

ଲମ୍ବା ସମୟ ପରେ ଟିମକୁ ଏଭଳି କମ୍‌ବ୍ୟାକ୍‌ କରିଛନ୍ତି ଯେ ତାଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡ ଓ ଚୟନକର୍ତ୍ତାଙ୍କୁ ଦର୍ପଣ ଦେଖାଇଛନ୍ତି। ୨୦୦୯ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଶତକୀୟ ଇନିଂସ୍‌ ଖେଳି ଶାନଦାର ଡେବ୍ୟୁ କରିଥିଲେ ଫାୱାଦ। ମୋଟ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିବା ପରେ ସେ ଦଳରୁ ବାଦ୍‌ ପଡ଼ିଥିଲେ। ୧୦ ବର୍ଷ ପରେ ପାକିସ୍ତାନ ଟିମର ଚୟନକର୍ତ୍ତା ଫାୱାଦ ଆଲମଙ୍କୁ ଟିମରେ ସୁଯୋଗ ଦେଇଥିଲେ। ଗତବର୍ଷ ଇଂଲଣ୍ଡ ବିପକ୍ଷ ସାଉଥମ୍ପଟନ୍‌ ଟେଷ୍ଟ ମ୍ୟାଚରେ ସେ ପ୍ରତ୍ୟବର୍ତ୍ତନ କରିଥିଲେ। ପ୍ରତ୍ୟାବର୍ତ୍ତନ ମ୍ୟାଚରେ ଶୂନରେ ଆଉଟ୍‌ ହୋଇଥିଲେ ଫାୱାଦ। ହେଲେ ତାପରେ ଏହି ‌ଖେଳାଳି କମାଲ କରିଥିଲେ। ଫାୱାଦ ବର୍ଷକ ମଧ୍ୟରେ ଏଭଳି ପ୍ରଦର୍ଶନ କରିଛନ୍ତି ଯେ ଆଇସିସି ତାଙ୍କ ଫଟୋକୁ କଭର ପେଜରେ ସ୍ଥାନ ଦେଇଛି।

ଫାୱାଦ ପ୍ରତ୍ୟାବର୍ତ୍ତନ କରିବା ପରେ ୪ଟି ଶତକୀୟ ଇନିଂସ୍‌ ଖେଳିସାରିଛନ୍ତି। ତାଙ୍କ ନାମରେ ମୋଟ ୫ଟି ଶତକ ରହିଛି। ସେ ୫ଟି ଶତକୀୟ ଇନିଂସ୍ ୫ଟି ଦେଶରେ ଖେଳିଛନ୍ତି। ୨୦୨୦ ଡିସେମ୍ବରରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୦୨ ରନର ଇନିଂସ୍‌ ଖେଳିଥିଲେ। ପରେ ୨୦୨୧ ଜାନୁଆରୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦୯, ୨୦୨୧ ଏପ୍ରିଲରେ ଜିମ୍ବାଓ୍ବେ ବିପକ୍ଷରେ ୧୪୦ ଓ ଏବେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଅପରାଜିତ ୧୨୪ ରନର ଶତକୀୟ ଇନିଂସ୍‌ ଖେଳିଥିଲେ। ସେ ପ୍ରଥମେ ୨୦୦୯ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ ଶତକୀୟ ଇନିଂସ୍।

ଫାଓ୍ବଦ ଆଲମ ଏବେ ପାକିସ୍ତାନ ଦଳର ସଙ୍କଟମୋଚକ। ଫାୱାଦ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ପାକିସ୍ତାନକୁ ସଙ୍କଟରୁ ବାହାର କରିଛନ୍ତି। ପାକିସ୍ତାନ ଦଳ କେବଳ ୨ ରନରେ ୩ଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଠିକ୍‌ ଏହି ସମୟରେ ଫାୱାଦ ଆଲାମ ବାବର ଆଜାମଙ୍କ ସହ ମିଶି ବଡ଼ ପାର୍ଟନରିଶପ୍‌ ଇନିଂସ୍‌ ଖେଳିଥିଲେ। ପ୍ରଥମ ଦିନ ୭୬ ରନରେ ରିଟିଆର୍ଡ ହଟ୍‌ ହୋଇ ପ୍ୟାଭିଲିଅନ୍‌ ଫେରିଥିଲେ। କାରଣ ଗୋଡ଼ରେ କ୍ରାମ୍ପ ହୋଇଥିଲା। ପରେ ପାକିସ୍ତାନର ୱିକେଟ ପତନ ହେବାରୁ ପୁଣି ମଇଦାନକୁ ବ୍ୟାଟିଂ କରିବାକୁ ଆସି ୧୨୪ ରନର ଶତକୀୟ ଇନିଂସ୍‌ ଖେଳିଥିଲେ ଫାୱାଦ।


Share It

Comments are closed.