ଅମ୍ଫାନ ଯୋଗୁଁ ପଶ୍ଚିମବଙ୍ଗରେ ୭୨ ଜଣଙ୍କ ମୃତ୍ୟୁ, ମୋଦିଙ୍କୁ କ୍ଷୟକ୍ଷତିର ଅନୁଧ୍ୟାନ କରିବା ପାଇଁ ନିବେଦନ କଲେ ମମତା

Share It

ସାମୁଦ୍ରିକ ବାତ୍ୟା ଅମ୍ଫାନକୁ ନେଇ ପଶ୍ଚିମବଙ୍ଗରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ଭୟଙ୍କର ସାମୁଦ୍ରିକ ବାତ୍ୟା ଅମ୍ଫାନରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ଲାଗି ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ଏହି ଭୟଙ୍କର ସାମୁଦ୍ରିକ ବାତ୍ୟା ଅମ୍ଫାନରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ମମତା କହିଛନ୍ତି, ଏହି ଭୟଙ୍କର ସାମୁଦ୍ରିକ ବାତ୍ୟାରେ ୭୨ ଜଣଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଛି ।

ମମତା ବାନାର୍ଜୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଶ୍ଚିମବଙ୍ଗର ପ୍ରଭାବିତ ଅଞ୍ଚଳରୁ ପରିଦର୍ଶନରେ ଆସିବା ଲାଗି ଆମନ୍ତ୍ରଣ କରିବା ସହ କ୍ଷୟକ୍ଷତିର ସମୀକ୍ଷା କରିବା ପାଇଁ ନିବେଦନ ମଧ୍ୟ କରିଛନ୍ତି । କୋଲକତା ଏବଂ ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳମାନଙ୍କରେ ବିଦ୍ୟୁତ୍ ଖୁଣ୍ଟି ଉପୁଡିପଡିଥିବା ହେତୁ ବିଦ୍ୟୁତ ସରାବରହ ସଂପୂର୍ଣ୍ଣ ଋପେ ବାଧାପ୍ରାପ୍ତ ଘଟିଛି । ବାତ୍ୟା ଯୋଗୁଁ ଅନେକ ମୋବାଇଲ ଟାୱାର ଭାଙ୍ଗିପଡିଥିବା ହେତୁ ଇଣ୍ଟରନେଟ ଏବଂ ମୋବାଇଲ ସେବା ବିଚ୍ଛିନ୍ନ ହୋଇଯାଇଛି ।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଧନ-ଜୀବନ ହାନୀର ଆକଳମ କରିବା ବର୍ତ୍ତମାନ ସମ୍ଭବପର ନୁହେଁ କାରଣ ଏବେ ସୁଧା ଆମେ ଅଧିକ ପ୍ରଭାବିତ ଅଞ୍ଚଳମାନଙ୍କରେ ପହଞ୍ଚି ପାରିନାହୁଁ । ପାଣିପାଗ ବୈଜ୍ଞାନିକଙ୍କ ଅନୁଯାୟୀ, ଗତ ୧୦୦ ବର୍ଷ ମଧ୍ୟରେ ଅମ୍ଫାନ ରାଜ୍ୟକୁ ଆସିଥିବା ବଡ ବାତ୍ୟା ଅଟେ । ଭୀଷଣ ବର୍ଷା ଏବଂ ଘଣ୍ଟା ପ୍ରତି ୧୯୦ କିମି ବେଗରେ ସାମୁଦ୍ରିକ ବାତ୍ୟା ଅମ୍ଫାନ ବୁଧବାର ଅପରାହ୍ନରେ ପଶ୍ଚିମବଙ୍ଗ ଦିଘା ନିକଟରେ ଲ୍ୟାଣ୍ଡଫଲ କରିଥିଲା । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଂଶରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ଅନେକ ଅଞ୍ଚଳ ଜଳମଗ୍ନ ମଧ୍ୟ ହୋଇଯାଇଛି ।


Share It

Comments are closed.